ଏନ୍‌ସିବି ଆଗରେ ଶପଥ ନେଲେ ଆର୍ଯ୍ୟନ୍‌, କହିଲେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 17, 2021

ଏନ୍‌ସିବି ଆଗରେ ଶପଥ ନେଲେ ଆର୍ଯ୍ୟନ୍‌, କହିଲେ…

ମୁମ୍ବାଇ: ବଲିଉଡର କିଙ୍ଗ ଖାନ୍‌ ଶାହାରୁଖଙ୍କ ପୁଅ ଆର୍ଯ୍ୟନ୍‌ ଖାନ ଡ୍ରଗ୍ସ କେସ୍‌ରେ ଗିରଫ ହୋଇ ଜେଲ୍‌ରେ ଅଛନ୍ତି। ତାଙ୍କ ଜାମିନ ଆବେଦନ ଉପରେ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ତାଙ୍କୁ ବେଲ୍‌ ମିଳିବ ନା ଜେଲ୍‌ ତାକୁ ନେଇ ଚର୍ଚ୍ଚା ଚାଲିଛି। ଏହାରି ଭିତରେ ଆର୍ଯ୍ୟନ୍‌ ଏନ୍‌ସିବିକୁ ଏକ ବଡ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଆଗରେ ଶପଥ ମଧ୍ୟ ନେଇଛନ୍ତି ସେ।

ରିପୋର୍ଟ ଅନୁଯାୟୀ, ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ଓ୍ଵାଙ୍ଖଡେ ନିଜ ଦଳ ସହ ନିକଟରେ ଆର୍ୟନ ଖାନଙ୍କ କାଉନସେଲିଂ କରିଥିଲେ। ଏହି ସମୟରେ ଆର୍ୟନ ତାଙ୍କୁ କହିଛନ୍ତି, ଜେଲ୍‌ରୁ  ବାହାରିବା ପରେ ସେ ଭଲ ମଣିଷ ହେବେ। ଗରିବ ଏବଂ ଦୁର୍ବଳ ବର୍ଗଙ୍କ ସାହାଯ୍ୟ କରିବେ। ସେ କେବେ ଆଉ ଏମିତି କିଛି ଭୁଲ୍ କରିବେ ନାହିଁ, ଯଦ୍ଵାରା ସେ ପୁନର୍ବାର ଚର୍ଚ୍ଚାରେ ରହିବେ। ମୁଁ ଗୋଟିଏ ଦିନ ଏମିତି କାମ କରିବି, ଯାହାକୁ ନେଇ ଆପଣ ମୋ ଉପରେ ଗର୍ବ କରିବେ। ଭୁଲ୍‌ରେ ମଧ୍ୟ ଆଉ ଡ୍ରଗ୍ସ ଛୁଇଁବିନି ବୋଲି ଆର୍ୟନ ଏନସିବି ଅଧିକାରୀଙ୍କୁ କହିଛନ୍ତି।

ଆର୍ଯ୍ୟନ୍ ସହ ଗିରଫ ହୋଇଥିବା ଏବଂ ଅନ୍ୟ ୭ ଜଣଙ୍କର ବୟସ ୩୦ ବର୍ଷରୁ କମ୍। ନିଶା ସେବନରୁ ମୁକ୍ତି ପାଇବା ପାଇଁ ସେମାନଙ୍କୁ ଏନଜିଓ ସାହାଯ୍ୟ କରୁଛି। ଏହି ଯୁବକମାନଙ୍କୁ ସମୀର ୱାଙ୍ଖଡେ ଏବଂ ଅନ୍ୟାନ୍ୟ ଏନସିବି ଅଧିକାରୀ ଏବଂ ସ୍ୱେଚ୍ଛାସେବୀମାନେ ଡ୍ରଗ୍ସର କୁପ୍ରଭାବ ବିଷୟରେ ଜଣାଇଛନ୍ତି। ସେମାନଙ୍କୁ ଡ୍ରଗ୍ସ ଠାରୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଇଛି।

ରିପୋର୍ଟ ଅନୁଯାୟୀ, ଆର୍ୟନ ଖାନ ଏବେ ଆର୍ଥର ରୋଡ ଜେଲ୍‌ର କଏଦୀ ନମ୍ଵର ଏନ-୯୫୬। ଜେଲ୍‌ରେ କାହାରିକୁ ନାମରେ ନୁହେଁ ବରଂ ନମ୍ଵର ଆଧାରରେ ଡକାଯାଏ। ଆର୍ୟନ ଖାନଙ୍କୁ ମଧ୍ୟ କଏଦୀ ନମ୍ବରରେ ଡକାଯାଉଛି। ଅନ୍ୟପଟେ ଜେଲ୍‌ରେ ବାହାର ଖାଦ୍ୟକୁ ଅନୁମତି ନାହିଁ। ସେ ଜେଲ୍‌ ପୋଷାକ ନୁହେଁ, ଘରୁ ଆସିଥିବା ପୋଷାକ ପିନ୍ଧୁଛନ୍ତି।

The post ଏନ୍‌ସିବି ଆଗରେ ଶପଥ ନେଲେ ଆର୍ଯ୍ୟନ୍‌, କହିଲେ… appeared first on Odisha Reporter.



from Odisha Reporter https://ift.tt/2XnCy7G

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages