ପୁଣି ଅଚଳ ପରେ ସଚଳ ହେଲା ଫେସବୁକ, କ୍ଷମା ମାଗିଲା କମ୍ପାନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 8, 2021

ପୁଣି ଅଚଳ ପରେ ସଚଳ ହେଲା ଫେସବୁକ, କ୍ଷମା ମାଗିଲା କମ୍ପାନୀ

ନୂଆଦିଲ୍ଲୀ: ଦ୍ୱିତୀୟ ଥର ପାଇଁ ଗୋଟିଏ ସପ୍ତାହରେ ସୋଶାଲ ମିଡିଆ ଆପ୍‌ ଫେସବୁକରେ ସମସ୍ୟା ସୃଷ୍ଟି ହୋଇଛି। ଶୁକ୍ରବାର ଦୁଇ ଘଣ୍ଟା ପାଇଁ ସାରା ବିଶ୍ୱରେ ଫେସବୁକ ବ୍ୟବହାରକାରୀ ଅଚଳାବସ୍ଥା ଜନିତ ସମସ୍ୟାରେ ପଡ଼ିଥିଲେ। ଏହି ବିଭ୍ରାଟକୁ ଫେସବୁକ ସ୍ୱୀକାର କରିବା ସହ ପୁଣିଥରେ ବ୍ୟବହାରକାରୀଙ୍କୁ କ୍ଷମା ମାଗିଛି।

ଏହାପୂର୍ବରୁ ଚଳିତ ସପ୍ତାହରେ ହିଁ ଫେସବୁକ ଦ୍ୱାରା ପରିଚାଳିତ ଇନଷ୍ଟାଗ୍ରାମ, ହ୍ୱାଟସଆପ ଓ ଫେସବୁକ ଦୀର୍ଘ ୭ ଘଣ୍ଟା ପାଇଁ ଅଚଳ ହୋଇ ଯାଇଥିଲା। ଏଥିପାଇଁ କମ୍ପାନୀକୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା। ଏବେ ପୁଣିଥରେ ଶୁକ୍ରବାର ଲୋକମାନେ ଦୁଇ ଘଣ୍ଟା ପାଇଁ ଫେସବୁକ ଦ୍ୱାରା ପରିଚାଳିତ ମେସେଜିଂ ଆପ୍‌ ବ୍ୟବହାର କରିବାରେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। କିନ୍ତୁ ଏବେ ଫେସବୁକ ପକ୍ଷରୁ ସମସ୍ୟାକୁ ଦୂର କରାଯାଇଛି ଓ ଲୋକମାନେ ସ୍ୱାଭାବିକ ଭାବେ ଏହାର ବ୍ୟବହାର କରିପାରୁଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ଅଧିକାଂଶ ୟୁଜର୍ସ ଇନଷ୍ଟାଗ୍ରାମରେ ଫଟୋ ଓ ଭିଡିଓ ଅପଲୋଡ କରିବାରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ସେହିପରି ଫେସବୁକ ମେସେଞ୍ଜର୍‌ରେ ଲୋକମାନେ ବାର୍ତ୍ତା ପଠାଇବାରେ ସମସ୍ୟାର ଭୋଗିଥିବା ଅଭିଯୋଗ କରିଥିଲେ। ତେବେ ଏହାର ପ୍ରାୟ ଦୁଇ ଘଣ୍ଟା ପରେ ସବୁ କିଛି ଠିକ ହୋଇଯାଇଥିବା ଇନଷ୍ଟାଗ୍ରାମ ସୂଚନା ଦେଇଥିଲା।

ରାତି ପ୍ରାୟ ୨.୩୩ରେ ଇନଷ୍ଟାଗ୍ରାମ ଗୋଟିଏ ଟ୍ୱିଟ କରି କହିଛି ଯେ “ଯାହା ସମସ୍ୟା ସୃଷ୍ଟି ହୋଇଥିଲା ଏବେ ସେଗୁଡ଼ିକର ସମାଧାନ ହୋଇ ସାରିଛି। ଏବେ ସବୁକିଛି ସ୍ୱାଭାବିକ ହେଉଛି। ଆମ ସହିତ ରହିଥିବାରୁ ଧନ୍ୟବାଦ।” ଏହା ପୂର୍ବରୁ ଅର୍ଥାତ ରାତି ପ୍ରାୟ ୧୨.୫୮ରେ ଇନଷ୍ଟାଗ୍ରାମ ଟ୍ୱିଟ କରି ସମସ୍ୟାକୁ ସ୍ୱୀକାର କରିଥିଲା ଓ ଦୁଃଖ ମଧ୍ୟ ପ୍ରକାଶ କରିଥିଲା।


ଫେସବୁକ ଟ୍ୱିଟ କରି କହିଛି, “ଆମେ ଜାଣିବାକୁ ପାଇଛୁ ଯେ କିଛି ଲୋକ ଆମର ଆପଗୁଡ଼ିକର ବ୍ୟବହାର କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସବୁ କିଛିକୁ ଯଥାଶୀଘ୍ର ସ୍ୱାଭାବିକ କରିବାକୁ ପ୍ରୟାସ କରାଯାଉଛି। ଲୋକମାନେ ଏଥିପାଇଁ ଭୋଗିଥିବା ସମସ୍ୟା ପାଇଁ ଆମେ ଆମେ କ୍ଷମା ପ୍ରାର୍ଥନା କରୁଛୁ। ଏବେ ସବୁ କିଛି ସ୍ୱାଭାବିକ ହୋଇଛି।”

ଶୁକ୍ରବାର ୩୩,୪୬୧ ଜଣ ବ୍ୟବହାରକାରୀ ଇନଷ୍ଟାଗ୍ରାମରେ ସମସ୍ୟା ସୃଷ୍ଟି ହେଉଥିବା ରିପୋର୍ଟ କରିଥିବା ବେଳେ ୨୨୧୪ ଜଣ ଲୋକ ଫେସବୁକରେ ବିରୋଧରେ ଅଭିଯୋଗ କରିଥିଲେ। ତେବେ କ’ଣ ପାଇଁ ସମସ୍ୟା ସୃଷ୍ଟି ହୋଇଥିଲା ସେକଥା ଜଣାପଡ଼ିନି।

The post ପୁଣି ଅଚଳ ପରେ ସଚଳ ହେଲା ଫେସବୁକ, କ୍ଷମା ମାଗିଲା କମ୍ପାନୀ appeared first on Odisha Reporter.



from Odisha Reporter https://ift.tt/3oT9MXE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages