ଟ୍ରକ୍ ଧକ୍କାରେ ପରିବା ବିକାଳୀ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 8, 2021

ଟ୍ରକ୍ ଧକ୍କାରେ ପରିବା ବିକାଳୀ ମୃତ

କଣ୍ଟାବାଞ୍ଜି(ଅନ୍ତିମ ପାଣିଗ୍ରାହୀ): ଟ୍ରକ୍ ସହ ସାଇକେଲର ମୁହାଁମୁହିଁ ଧକ୍କା ହେବାରୁ ଜଣେ ପରିବା ବିକାଳୀଙ୍କ ମୃତ୍ୟୁ ଘଟିଛି। ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା-ଖଡ଼ିଆଳ ୫୯ ଜାତୀୟ ରାଜପଥ ଗନ୍ଧରାବନ୍ଧଠାରେ ଏହି ଦୁର୍ଘଟଣା ଘଟିଛି।  ମୃତକ ହେଉଛନ୍ତି ବିଦ୍ୟାଧର ପୁଟେଲ। ତାଙ୍କ ଘର ଡୁମେରମୁଣ୍ଡା ଗାଁରେ। ଗୁରୁତର ଅବସ୍ଥାରେ ବିଦ୍ୟାଧରଙ୍କୁ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ବିଦ୍ୟାଧର ସାଇକେଲ ଯୋଗେ ପରିବା ବିକିବା ପାଇଁ ଡୁମେରମୁଣ୍ଡା ଗାଁରୁ ଭାଲୁମୁଣ୍ଡା ଗାଁକୁ ଯାଉଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ୍ ସହ ତାଙ୍କର ମୁହାଁ ମୁହିଁ ଧକ୍କା ହୋଇଥିଲା। ପରେ ବିଦ୍ୟାଧର ରାସ୍ତାକଡ଼କୁ  ଛିଟିକି ପଡ଼ିଥିଲେ। ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଗାଡି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।  ପୁଲିସ ଘଟଣାର ତଦନ୍ତ କରୁଛି।

 

The post ଟ୍ରକ୍ ଧକ୍କାରେ ପରିବା ବିକାଳୀ ମୃତ appeared first on Odisha Reporter.



from Odisha Reporter https://ift.tt/3mBR6Jn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages