ପୁଣି ଦେଶରେ ବଢ଼ିଲା ତୈଳଦର, ଭୁବନେଶ୍ୱରରେ କମିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 8, 2021

ପୁଣି ଦେଶରେ ବଢ଼ିଲା ତୈଳଦର, ଭୁବନେଶ୍ୱରରେ କମିଲା

ନୂଆଦିଲ୍ଲୀ: ବର୍ଦ୍ଧିତ ତୈଳଦର ଯୋଗୁ ସମସ୍ୟାରେ ପଡ଼ିଥିବା ଦେଶବାସୀଙ୍କୁ ଶନିବାର ପୁଣି ଝଟକା ଲାଗିଛି। ଆଜି କ୍ରମାଗତ ୫ମ ଦିନ ପାଇଁ ଉଭୟ ପେଟ୍ରୋଲ ଓ ଡିଜେଲର ଦାମ ବଢ଼ିଛି। ବର୍ଦ୍ଧିତ ଦର ପରେ ମୁମ୍ବାଇରେ ବି ଡିଜେଲ ଲିଟର ପିଛା ଦାମ ୧୦୦ ଟଙ୍କା ପାର କରି ଯାଇଛି।

ଆଜି ସକାଳୁ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ୩୦ ପଇସା ଓ ଡିଜେଲ ୩୫ ପଇସା ମହଙ୍ଗା ହୋଇଛି। ଫଳରେ ଦିଲ୍ଲୀରେ ଗୋଟିଏ ଲିଟର ପେଟ୍ରୋଲର ଦାମ ୧୦୩.୫୪ ଟଙ୍କାରୁ ବଢ଼ି ୧୦୩.୮୪ ଟଙ୍କାରେ ପହଞ୍ଚିଛି। ସେହିପରି ଡିଜେଲର ଲିଟର ପିଛା ଦାମ ୯୨.୧୨ ଟଙ୍କାରୁ ବଢ଼ି ୯୨.୪୭ ଟଙ୍କା ଛୁଇଁଛି।

ସାରା ଦେଶରେ ଆଜି ପେଟ୍ରୋଲ ଓ ଡିଜେଲ ଦାମ ବଢ଼ିଥିଲେ ହେଁ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରେ ଏହା ହ୍ରାସ ପାଇଥିବା ଗୁଡ ରିଟନର୍ସ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁଯାୟୀ, ଆଜି ରାଜଧାନୀ ଭୁବନେଶ୍ୱରେ ପେଟ୍ରୋଲ ଲିଟର ପିଛା ୨୩ ପଇସା ଓ ଡିଜେଲ ଲିଟର ପିଛା ୧୪ ପଇସା ଶସ୍ତା ହୋଇଛି।

କିନ୍ତୁ ଏବେ ବି ତୈଳଦର ରେକର୍ଡ ସ୍ତରରେ ରହିଛି। ଆଜି ସକାଳୁ ରାଜଧାନୀରେ ପେଟ୍ରୋଲ ଲିଟର ପିଛା ୧୦୪.୭୫ ଟଙ୍କାରେ ବିକ୍ରି ହେଉଛି। ଗତକାଲି ପେଟ୍ରୋଲର ଲିଟର ପିଛା ୪୧ ପଇସା ବଢ଼ି ୧୦୪.୯୮ ଟଙ୍କାରେ ପହଞ୍ଚିଥିଲା।

ଡିଜେଲ କଥା ବିଚାରକୁ ନେଲେ ଭୁବନେଶ୍ୱରରେ ଏହା ଲିଟର ପିଶ ୧୪ ପଇସା ହ୍ରାସ ପାଇଛି। ଫଳରେ ଏହାର ଦାମ ୧୦୦.୯୯ ଟଙ୍କାରୁ ହ୍ରାସ ପାଇ ୧୦୦.୮୫ ଟଙ୍କା ରହିଛି। ଗତାକାଲି ଡିଜେଲର ଲିଟର ପିଛା ଦାମ ୪୮ ପଇସା ବଢ଼ିଥିଲା।

ଦେଶର ଅନ୍ୟ ସହରଗୁଡ଼ିକର ତୈଳଦର ମଧ୍ୟ ରେକର୍ଡ ସ୍ତରରେ ରହିଛି। ମୁମ୍ବାଇରେ ଡିଜେଲ ୧୦୦ ଟଙ୍କିଆ କ୍ଲବରେ ପ୍ରବେଶ କରିଥିବା ବେଳେ ପେଟ୍ରୋଲର ଦାମ ୧୧୦ ପାଖରେ ପହଞ୍ଚି ଯାଇଛି। ମୁମ୍ବାଇରେ ଆଜି ପେଟ୍ରୋଲର ଲିଟର ପିଛା ଦାମ ୧୦୯.୮୩ ଟଙ୍କା, କୋଲକାତାରେ ୧୦୪.୫୨ ଟଙ୍କା ଓ ଚେନ୍ନାଇରେ ଏହାର ଦାମ ୧୦୧.୨୭ ଟଙ୍କା ରହିଛି।

ସେହିପରି ମୁମ୍ବାଇରେ ଡିଜେଲ ଲିଟର ପିଛା ୧୦୦.୨୯ ଟଙ୍କା, କୋଲକାତାରେ ୯୫.୫୮ ଟଙ୍କା ଓ ଚେନ୍ନାଇରେ ୯୬.୯୩ ଟଙ୍କାରେ ବିକ୍ରି ହେଉଛି।

ଆଜିର ଦର ବୃଦ୍ଧିକୁ ମିଶାଇଲେ ଗତ ୫ ଦିନ ମଧ୍ୟରେ ପେଟ୍ରୋଲ ଲିଟର ପିଛା ପ୍ରାୟ ଦେଢ଼ ଟଙ୍କା ବଢ଼ିଛି।

The post ପୁଣି ଦେଶରେ ବଢ଼ିଲା ତୈଳଦର, ଭୁବନେଶ୍ୱରରେ କମିଲା appeared first on Odisha Reporter.



from Odisha Reporter https://ift.tt/3BsdnzE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages