ଚାନ୍ଦବାଲି (ବାସୁଦେବ ଦାସ): ରୋଷେଇ କରୁଥିବା ବେଳେ ଗ୍ୟାସ ଚୁଲାରୁ ନିଆଁ ଲାଗି ସ୍ୱାମୀସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଭଳି ଦୁଃଖଦ ଘଟଣା ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ କଣ୍ଡିଆସାହି ଗାଁରେ ଘଟିଛି । ଗୁରୁତର ଆହତମାନେ ହେଲେ ମିନତି ଧଳ ଓ ବିଜୟ ଧଳ।
ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ମିନତି ଗ୍ୟାସ ଚୁଲାରେ ରୋଷେଇ କରୁଥିଲେ। ଏହି ସମୟରେ ତାଙ୍କ ଶାଢ଼ିରେ ହଠାତ ନିଆଁ ଲାଗିଯାଇଥିଲା। ମିନତି ଜୋରରେ ପାଟି କରିଥିଲେ। ତାଙ୍କ ପାଟି ଶୁଣି ବିଜୟ ଦଉଡ଼ି ଆସିଥିଲେ। ସ୍ତ୍ରୀକୁ ପୋଡ଼ିଯାଉଥିବା ଦେଖି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ନିଆଁରେ ତାଙ୍କର ଦୁଇ ହାତ ପୋଡ଼ି ଯାଇଛି। ଉଭୟଙ୍କୁ ଗୁରୁତର ଆବସ୍ଥାରେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କ ପ୍ରାଥମିକ ଚିକତ୍ସା ପରେ ଉଭୟଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ମିନତିଙ୍କ ଶରୀରର ୯୦ ଭାଗ ପୋଡ଼ି ଯାଇଥିବା ଜଣାପଡ଼ିଛି।
The post ଗ୍ୟାସ ଚୁଲାରୁ ଲାଗିଲା ନିଆଁ, ଦମ୍ପତି ଗୁରୁତର appeared first on Odisha Reporter.
from Odisha Reporter https://ift.tt/3mK0KKf
No comments:
Post a Comment