ଆସିଲା ଗାଡ଼ି ମାଡ଼ି ଯିବା ବେଳର ଭିଡିଓ, ମୋଦିଙ୍କୁ ପ୍ରଶ୍ନ କଲେ ପ୍ରିୟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 4, 2021

ଆସିଲା ଗାଡ଼ି ମାଡ଼ି ଯିବା ବେଳର ଭିଡିଓ, ମୋଦିଙ୍କୁ ପ୍ରଶ୍ନ କଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଲଖିମପୁର ଖେରି ହିଂସାକାଣ୍ତରେ ପ୍ରାଣ ହରାଇଥିବା ୪ ଜଣ ଚାଷୀଙ୍କୁ ଭେଟିବାକୁ ଯିବା ବେଳେ ସୋମବାର ଭୋର ସମୟରୁ ପୁଲିସ୍‌ ଦ୍ୱାରା ଅଟକ ରହିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା। ତାଙ୍କୁ ସୀତାପୁରର ଗୋଟିଏ ଗେଷ୍ଟ ହାଉସରେ ରଖାଯାଇଛି।

ପ୍ରିୟଙ୍କା ସେଠାରେ ଝାଡ଼ୁ ମାରିବା ସହ ୨୪ ଘଣ୍ଟାରୁ ଅଧିକ ସମୟ ହେଲା ତାଙ୍କୁ ଅଟକ ରଖାଯାଇଥିବା କହିଛନ୍ତି। ଉକ୍ତ ଗେଷ୍ଟ ହାଉସରୁ ଗୋଟିଏ ଜାତୀୟ ଗଣମାଧ୍ୟମକୁ ସ୍ୱତନ୍ତ୍ର ଭାବେ ସାକ୍ଷାତକାର ଦେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଏଥିସହ ମୋଦି ଲକ୍ଷ୍ନୌ ଯିବା ସମୟରେ ହିଂସାଗ୍ରସ୍ତ ଲଖିମପୁର ଖେରି ଯିବେ କି ବୋଲି ମଧ୍ୟ ପ୍ରିୟଙ୍କା ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି, “କାହିଁକି ବିନା ନିର୍ଦ୍ଦେଶରେ ବିରୋଧୀଙ୍କୁ ଗିରଫ କରାଯାଉଛି? କିନ୍ତୁ ଚାଷୀମାନଙ୍କ ଉପରେ ଗାଡ଼ି ମଡ଼ାଇବା ଭଳି ଜଘନ୍ୟ କାଣ୍ଡ ଘଟାଇଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଉନି। ପ୍ରଧାନମନ୍ତ୍ରୀ ମୋଦି ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରନ୍ତୁ। ଆମକୁ ଗିରଫ କରନ୍ତୁ ନାହିଁ।”

ପ୍ରଧାନମନ୍ତ୍ରୀ କିଛି ସମୟ ପରେ ଆଜାଦୀର ଅମୃତ ମହୋତ୍ସବ ପାଳନ କରିବାକୁ ଲକ୍ଷ୍ନୌ ଯିବେ। ଏହାକୁ ଟାର୍ଗେଟ କରି ପ୍ରିୟଙ୍କା କହିଛନ୍ତି, “ମୋଦିଜୀ ଆଜାଦୀ ଉତ୍ସବ ପାଳନ କରିବାକୁ ଆସୁଛନ୍ତି। ଆମକୁ କିଏ ସ୍ୱାଧୀନତା ଦେଇଥିଲା? ଚାଷୀମାନେ ଆମକୁ ସ୍ୱାଧୀନତା ଦେଇଥିଲେ। କେନ୍ଦ୍ରମନ୍ତ୍ରୀଙ୍କୁ ବହିଷ୍କାର ନ କରି ଓ ତାଙ୍କ ପୁଅଙ୍କୁ ଗିରଫ ନ କରି ଲକ୍ଷ୍ନୌରେ ଏପରି ଉତ୍ସବ ପାଳନ କରିବାର କ’ଣ ପ୍ରାସଙ୍ଗିକତା ରହିଛି? ଯଦି ଉକ୍ତ ମନ୍ତ୍ରୀ ଜଣଙ୍କ ତାଙ୍କ ପଦରେ ରହିବ, ତା’ହେଲେ ଏହି ସରକାରଙ୍କ କ୍ଷମତାରେ ରହିବାର ନୈତିକତା ନାହିଁ। ମୋଦିଜୀବ ଆପଣ ଲକ୍ଷ୍ନୌ ଆସିବା ବେଳେ ଲଖିମପୁର ଖେରି ଯିବେ କି?”

ରବିବାର ଶତାଧିକ ଚାଷୀ ଲଖିମପୁର ଖେରି ଠାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର ଟେନି ଓ ୟୁପି ଉପ ମୁଖ୍ୟମନ୍ତ୍ରୀ କେଶବ ମୌର୍ଯ୍ୟଙ୍କୁ ବିରୋଧ ପ୍ରଦର୍ଶନ କରିବାକୁ ଏକାଠି ହୋଇଥିଲେ। ଏହି ସମୟରେ ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ର ସେମାନଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିବା ଅଭିଯୋଗ ହୋଇଛି।

ଏଥିରେ ୪ ଜଣ ଚାଷୀଙ୍କ ସମେତ ମୋଟ ୮ ଜଣଙ୍କ ମୃତ୍ୟୁ ଘଟିଥିଲା। ଗାଡ଼ି ମଡ଼ା ଯିବା ବେଳର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହାକୁ ପ୍ରିୟଙ୍କା ପୋଷ୍ଟ କରି ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ହେଲେ ଏହି ଭିଡିଓରେ କେତେ ସତ୍ୟତା ରହିଛି, ସେକଥା ଜଣାପଡ଼ିନି।


ଭିଡିଓରେ ଚାଷୀମାନେ ରାସ୍ତାରେ ଚାଲିଚାଲି ଯାଉଥିବା ବେଳେ ହଠାତ୍‌ ଗୋଟିଏ କଳା ରଙ୍ଗର ଜିପ ପଛପଟୁ ସେମାନଙ୍କ ଉପରେ ମାଡ଼ି ଆଗକୁ ଚାଲି ଯାଉଥିବା ଦେଖିବାକୁ ମିଳିଛି। ଗାଡ଼ି ଚାଲିଯିବା ପରେ ଲୋକମାନେ ଏଣେତେଣେ ରକ୍ତାକ୍ତ ଅବସ୍ଥାରେ ପଡ଼ିଛନ୍ତି।

The post ଆସିଲା ଗାଡ଼ି ମାଡ଼ି ଯିବା ବେଳର ଭିଡିଓ, ମୋଦିଙ୍କୁ ପ୍ରଶ୍ନ କଲେ ପ୍ରିୟଙ୍କା appeared first on Odisha Reporter.



from Odisha Reporter https://ift.tt/3l8gRBs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages