ବଡ ଧରଣର ଆତଙ୍କବାଦୀ ହମଲା ଯୋଜନା! ହିଟ୍‌ ଲିଷ୍ଟରେ ୨୦୦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 17, 2021

ବଡ ଧରଣର ଆତଙ୍କବାଦୀ ହମଲା ଯୋଜନା! ହିଟ୍‌ ଲିଷ୍ଟରେ ୨୦୦

ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ସଂଗଠନ ISI ସମର୍ଥିତ ଆଉ ଏକ ନୂଆ ଆତଙ୍କବାଦୀ ସଂସ୍ଥା ସମ୍ପର୍କରେ ମିଳିଛି ଗୁଇନ୍ଦା ସୂଚନା। ଏହି ପାକିସ୍ତାନୀ ଆତଙ୍କବାଦୀ ସଂସ୍ଥା ଆଗକୁ ବଡ଼ ଆତଙ୍କବାଦୀ ହମଲା କରିବା ନେଇ ସତର୍କ କରାଇଛି ଗୁଇନ୍ଦା ବିଭାଗ।

ବଡ଼କଥା ହେଲା ଏହି ଆତଙ୍କୀ ସଂଗଠନର ହିଟ୍‌ ଲିଷ୍ଟରେ ୨୦୦ରୁ ଅଧିକ ଲୋକ ଅଛନ୍ତି। ବିଶେଷକରି, ସୁରକ୍ଷା ସଂସ୍ଥା, ସେମାନଙ୍କୁ ଗୁପ୍ତ ସୂଚନା ଦେଉଥିବା ଲୋକ, ସରକାରଙ୍କ ସହ ଉତ୍ତମ ଯୋଗାଯୋଗରେ ଥିବା ଗଣମାଧ୍ୟମ ପ୍ରତିନିଧି, କଶ୍ମୀର ଉପତ୍ୟକାରେ ଥିବା ଓ କାଶ୍ମୀର ବାହାରର ଲୋକ, କଶ୍ମୀର ପଣ୍ଡିତ, ସରକାରୀ ଦଳ ନେତା ଏବଂ ଶିଳ୍ପପତି ଆଦି ରହିଥିବା ଗୁଇନ୍ଦା ସୂଚନା ମିଳିଛି। ୨୦୦ ଜଣିଆ ଏହି ହିଟ୍ ଲିଷ୍ଟରେ ଥିବା ବ୍ୟକ୍ତି ଏବଂ ସେମାନଙ୍କ ଗାଡ଼ି ସମ୍ପର୍କରେ ସବିଶେଷ ତଥ୍ୟ ଏହି ଆତଙ୍କୀ ସଂଗଠନ ପ୍ରସ୍ତୁତ କରିଛି।

ଗୁଇନ୍ଦା ବିଭାଗ ଆହୁରି ସୂଚନା ପାଇଛି ଯେ, ପାକ୍ ଅଧିକୃତ ମୁଜାଫରାବାଦରେ ଗତ ସେପ୍ଟେମ୍ବରରେ ISI ନେତୃତ୍ୱରେ ଅନ୍ୟ ଆତଙ୍କୀ ସଂଗଠନ ମୁଖ୍ୟଙ୍କୁ ନେଇ ଏକ ବୈଠକ ହୋଇଥିଲା। ଏହି ବୈଠକରେ ନୂଆ ଆତଙ୍କୀ ସଂଗଠନ ଭବିଷ୍ୟତରେ ବଡ଼ ଆକ୍ରମଣ କରିବା ପାଇଁ ଯୋଜନା କରିଥିଲା। ଏହି ସଂଗଠନ ଖାଲି ଆକ୍ରମଣ ଯୋଜନା ନୁହେଁ ବରଂ ଉପତ୍ୟକାରେ ଏହାର ନେଟ୍‌ଓ୍ୱର୍କିଂ ବଢାଇବାକୁ ଆର୍ଥିକ ସହାୟତା ଯୋଗାଡ଼ ଓ ମାନବ ସମ୍ବଳ ସଂଗ୍ରହ କରୁଥିବା ସୂଚନା ହସ୍ତଗତ ହୋଇଛି।

ଏହି କାର୍ଯ୍ୟକଳାପକୁ ସମର୍ଥନ କରିବା ପାଇଁ ଉରି ଏବଂ ତଙ୍ଗଧାରରୁ ଏଲଓସି ମାଧ୍ୟମରେ ପିସ୍ତଲ ଏବଂ ଗ୍ରେନେଡ ଚୋରା ଚାଲାଣ କରାଯାଉଛି ବୋଲି ମଧ୍ୟ ଅଲର୍ଟ ଜାରି କରାଯାଇଛି। ଏକ ନୂତନ ଆତଙ୍କବାଦୀ ସଂଗଠନ ମଧ୍ୟ ଗଠନ କରାଯାଇଛି, ଯାହା ଭାରତୀୟ ଅନୁସନ୍ଧାନକାରୀ ସଂସ୍ଥାକୁ ବିଭ୍ରାନ୍ତ କରିବା ପାଇଁ ହତ୍ୟା ଏବଂ ଆକ୍ରମଣ ପାଇଁ ନିଜକୁ ଦାୟୀ କରିବ।

The post ବଡ ଧରଣର ଆତଙ୍କବାଦୀ ହମଲା ଯୋଜନା! ହିଟ୍‌ ଲିଷ୍ଟରେ ୨୦୦ appeared first on Odisha Reporter.



from Odisha Reporter https://ift.tt/3j6SwuE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages