ସିଡ୍ନୀ: ମହାମାରୀ କରୋନା ପାଇଁ ଅଷ୍ଟ୍ରେଲିଆର ସିଡ୍ନୀରେ ଲାଗୁ ହୋଇଥିବା ଲକଡାଉନ ସୋମବାର ପ୍ରତ୍ୟାହାର କରି ନିଆଯାଇଛି। ଦୀର୍ଘ ୧୦୬ ଦିନ ପରେ ସିଡ୍ନୀବାସୀ ଲକଡାଉନ କବଳରୁ ମୁକୁଳିଥିବାରୁ ବେଶ ଉଲ୍ଲସିତ ହୋଇ ଉଠିଛନ୍ତି। ୫୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସିଡ୍ନୀରେ ମାରାତ୍ମକ ଡେଲ୍ଟା ଭାରିଏଣ୍ଟର ସଂକ୍ରମଣ ବ୍ୟାପିବାରୁ ପ୍ରଶାସନ ପ୍ରାୟ ୪ ମାସ ତଳେ ଲକଡାଉନ ଲାଗୁ କରିଥିଲେ।
ଫଳରେ ଲୋକମାନଙ୍କୁ ଘର ମଧ୍ୟରେ ଅଧିକାଂଶ ସମୟ ବିତାବାକୁ ପଡ଼ୁଥିଲା। କୌଣସି ପ୍ରକାରର ପାର୍ଟି କିମ୍ବା ବାର୍ ମଧ୍ୟ ଖୋଲୁ ନଥିଲା। ତେଣୁ ଲୋକମାନେ ସବୁ କିଛିକୁ ଭୁଲି ଲକଡାଉନ ମଧ୍ୟରେ ରହୁଥିଲେ। ହେଲେ ୧୦୬ ଦିନ ପରେ ଖୁସି ଫେରିଛି। ଲକଡାଉନ ହଟିଥିବାରୁ ପୁଣିଥରେ ସିଡ୍ନୀ ସହରର ଚଳଚଞ୍ଚଳ ହୋଇ ଉଠିଛି।
ସିଡ୍ନୀରେ ପ୍ରାୟ ୭୦% ଲୋକ ଟିକା ନେଇଛନ୍ତି। ମଧ୍ୟରାତ୍ରରୁ ଟିକା ନେଇଥିବା ଲୋକଙ୍କୁ ପବ, ରେଷ୍ଟୁରାଣ୍ଟ ଓ ବାର୍ ଯିବାକୁ ଅନୁମତି ମିଳିଛି। ଲୋକମାନେ ମଧ୍ୟ ଲକଡାଉନ ହଟିଥିବାରୁ ଏହାକୁ ସ୍ୱାଧୀନ ଦିବସ ଭାବେ ଅବିହିତ କରି ସୋଶାଲ ମିଡିଆରେ ଫଟୋ ପୋଷ୍ଟ କରିବାରେ ଲାଗିଛନ୍ତି।
ଜୁନ୍ ମାସରୁ ସିଡ୍ନୀରେ ସ୍କୁଲ, ଦୋକାନ, ସେଲୁନ ଓ ଅଣଅତ୍ୟାବଶ୍ୟକ ଅଫିସଗୁଡ଼ିକ ବନ୍ଦ ରହିଥିଲା। ସୋମବାର ଠାରୁ ଏଗୁଡ଼ିକ ଖୋଲିଛି। ସେହିପରି ଘର ଠାରୁ ୫ କିମି ଦୂରକୁ କେହି ଯାଇ ପାରିବେ ନାହିଁ ବୋଲି ଲାଗିଥିବା କଟକଣାକୁ ମଧ୍ୟ ହଟାଇ ଦିଆଯାଇଛି।
ଅଷ୍ଟ୍ରେଲିଆ ତା’ର ସୀମାକୁ ବନ୍ଦ କରିବା ସହ ଲକଡାଉନ ଓ ଟେଷ୍ଟିଂକୁ ଠିକ ଭାବେ କାର୍ଯ୍ୟକାରୀ କରି କରୋନା ସଂକ୍ରମଣକୁ ରୋକିବାରେ ସଫଳ ହୋଇଥିଲା। ତେବେ ଡେଲ୍ଟା ଭାରିଏଣ୍ଟ ମେଲବର୍ଣ୍ଣ ଓ ସିଡନୀରେ କାୟା ବିସ୍ତାର କରିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଥିଲା। ଏଥିପାଇଁ ପୁଣିଥରେ ସିଡ୍ନୀ ସମେତ ବିଭିନ୍ନ ସ୍ଥାନରେ ଲକଡାଉନ ଲାଗୁ କରାଯାଇଥିଲା। ଏବେ ଦୀର୍ଘ ୧୦୦ ଦିନ ଧରି ରକ୍ତ, ଝାଲ ଓ ନୋ ବିୟର ବଳରେ ସିଡ୍ନୀବାସୀ କରୋନାକୁ ପରାସ୍ତ କରି ପାରିଥିବା କହିଛନ୍ତି।
The post ଦୀର୍ଘ ୧୦୬ ଦିନ ପରେ ହଟିଲା ଲକଡାଉନ appeared first on Odisha Reporter.
from Odisha Reporter https://ift.tt/3iV4s2l
No comments:
Post a Comment