କୋଲକାତା: ତ୍ରୁଣମୂଳ କଂଗ୍ରେସ(ଟିଏମସି) ଟାର୍ଗେଟରେ କଂଗ୍ରେସ । କଂଗ୍ରେସ କେବଳ ଟ୍ୱିଟରରେ ସୀମିତ ରହିଛି । ମୋଦି ସରକାରଙ୍କ ବିରୋଧରେ ଲଢ଼େଇ ପାଇଁ ବିରୋଧୀଙ୍କୁ ଏକାଠି କରିବାରେ କଂଗ୍ରେସ ବିଫଳ ବୋଲି ଟିଏମସି ପକ୍ଷରୁ ଜୋରଦାର ଆକ୍ରମଣ କରାଯାଇଛି। ବିଶେଷ କରି ବିଜେପି ବିରୋଧରେ ସଶକ୍ତ ମେଣ୍ଟ ଗଠନ କରିବାରେ କଂଗ୍ରେସ ସମ୍ପୂର୍ଣ୍ଣ ଅକ୍ଷମ ହୋଇଛି। ଟିଏମସିର ମାଉଥ୍ପିସ୍ ଜାଗୋ ବଂଲା ପକ୍ଷରୁ ଏହା କୁହାଯାଇଛି। ସେହିପରି ଆହୁରି କୁହାଯାଇଛି ଯେ, ୨୦୧୪ ଓ ୨୦୧୯ ନିର୍ବାଚନରେ ଶୋଚନୀୟ ପରାଜୟ ହେବା ପରେ କଂଗ୍ରେସ ସମ୍ପୂର୍ଣ୍ଣ ବୁଡ଼ି ଯାଇଛି।
ଆଭ୍ୟନ୍ତରୀଣ କନ୍ଦଳ ଦଳ ପାଇଁ ଚ୍ୟାଲେଞ୍ଚ ହୋଇଛି। ନିଜ ଦଳ କଥା ବୁଝିବାରେ ସୀମିତ ରହୁଛି କଂଗ୍ରେସ। ଏହାଛଡ଼ା ଅନ୍ୟ କିଛି କରିବାରେ ଦେଖା ଯାଉ ନାହିଁ। ବିଜେପିକୁ କେମିତି ପରାଜିତ କରଯାଇ ପାରେ ତାହା ଆମେ କରି ଦେଖାଇଛୁ। କଂଗ୍ରେସକୁ ଲୋକେ ବିଶ୍ୱାସ କରୁ ନାହାନ୍ତି ବୋଲି ଜାଗୋ ବାଂଲା ପକ୍ଷରୁ କୁହାଯାଇଛି।
ଆସନ୍ତା ବର୍ଷ ବିଧାନସଭା ନିର୍ବଚନ ଥିବାରୁ ଗୋଆ ଗସ୍ତରେ ଯିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେଠିକାର ଟିଏମସିକୁ ମଜଭୁତ ଏବଂ ନିର୍ବାଚନ ରଣନୀତି ପାଇଁ ମମତା ୩ ଦିନିଆ ଗୋଆ ଗସ୍ତରେ ଯିବେ । ଏହିପରିପ୍ରେକ୍ଷୀରେ ଜାଗୋ ବାଂଲା ପକ୍ଷରୁ ଉପରୋକ୍ତ ପ୍ରତିକ୍ରିୟା ଆସିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅକ୍ଟୋବର ୨୮ ଅପରାହ୍ନ ପ୍ରାୟ ୫ଟା୩୦ରେ ଗୋଆରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଗୋଆରେ ୨୦୨୨ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଛି ଟିଏମସି।
The post କଂଗ୍ରେସକୁ ଟାର୍ଗେଟ କଲା ଟିଏମସି: କହିଲା ଦଳ ଟ୍ୱିଟରରେ ସୀମିତ appeared first on Odisha Reporter.
from Odisha Reporter https://ift.tt/3BgWEhK
No comments:
Post a Comment