ଆନ୍ଦୋଳନ ସ୍ଥଳରେ ଯୁବକଙ୍କୁ ହତ୍ୟା ମାମଲା, ଆଉ ୨ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 16, 2021

ଆନ୍ଦୋଳନ ସ୍ଥଳରେ ଯୁବକଙ୍କୁ ହତ୍ୟା ମାମଲା, ଆଉ ୨ ଗିରଫ

ନୂଆଦିଲ୍ଲୀ: ଚାଷୀଙ୍କ ଆନ୍ଦୋଳନ ସ୍ଥଳରେ ଜଣେ ଯୁବକଙ୍କୁ ମାଡ଼ ମାରିବା ପରେ ତାଙ୍କ ହାତକୁ କାଟି ନିର୍ମମ ଭାବେ ହତ୍ୟା କରାଯିବା ଘଟଣାରେ ପୁଲିସ ଆଉ ୨ ଜଣଙ୍କୁ ଗିରଫ କରିଛି। ପୂର୍ବରୁ ଲଖବୀର ସିଂହଙ୍କୁ ହତ୍ୟା ଘଟଣାରେ ୨ ଜଣ ଅଭିଯୁକ୍ତ ପୁଲିସ ଆତ୍ମସପର୍ମଣ କରିଥିଲେ।

ପୁଲିସ ସୂଚନା ମୁତାବକ ଗିରଫ ଦୁଇ ଜଣ ହେଲେ ଗଜବତ ସିଂ ଏବଂ ଗୋବିନ୍ଦ ସିଂ। ଏମାନେ ପଞ୍ଜାବର ଫତେହଗଡ ସାହିବର ବାସିନ୍ଦା। ଏହାପୂର୍ବରୁ ଅମୃତସର ଜିଲ୍ଲାର ଆମାର୍କୋଟ ଗାଁରୁ ନାରାୟଣ ସିଂଙ୍କୁ ପୁଲିସ ଗିରଫ କରିଥଇଲା। ଏହି ଜଘନ୍ୟ ହତ୍ୟା ମାମଲାରେ ଗିରଫଦାରୀ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ଗିରଫ ପୂର୍ବରୁ ନାରାୟଣ କହିଛନ୍ତି ଯେ ଲଖବୀର ନିହାଙ୍ଗ ଶିଖଙ୍କ ପବିତ୍ର ଗ୍ରନ୍ଥକୁ ଅପବିତ୍ର କରିବାକୁ ଚେଷ୍ଟା କରୁଥିବା ଯୋଗୁଁ ତାଙ୍କୁ ଦଣ୍ଡିତ କରାଯାଇଛି।

ପୋଲିସର ସୂଚନାନୁସାରେ, ଏହି ହତ୍ୟାକାଣ୍ଡ ମାମଲାରେ ଶୁକ୍ରବାର ଗିରଫ ହୋଇଥିବା ସରବଜିତ ସିଂ ଏଥିରେ ଆଉ କିଛି ଲୋକଙ୍କ ସମ୍ପୃକ୍ତି ଥିବା ଦାବି କରିଛନ୍ତି। ଏହା ପରେ ଦିଲ୍ଲୀ ସୀମାରେ ଥିବା ଆନ୍ଦୋଳନ ସ୍ଥଳ ଖାଲି କରିବାକୁ ଦାବି କରାଯାଇଛି।

କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନକୁ ରଦ୍ଦ କରିବାକୁ ନେଇ ଗତ ବର୍ଷ ନଭେମ୍ବରରୁ କୃଷକମାନେ ବିକ୍ଷୋଭ ପ୍ରଦର୍ଶନ କରିଆସୁଛନ୍ତି। ତେବେ ଏହି ଘଟଣାର ଆନ୍ଦୋଳନ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କୃଷକ ନେତା କହିଛନ୍ତି। ଆନ୍ଦୋଳନ ସ୍ଥଳରେ ସିସିଟିଭି କ୍ୟାମେରା ଲଗାଇ ଅଧିକ ସ୍ୱେଚ୍ଛାସେବୀ ନିୟୋଜିତ କରାଯାଇଛି ବୋଲି ସେ କହିଛନ୍ତି।

ସୂଚୁନା ମୁତାବକ ଲଖବୀର ସିଂ ନିହାଙ୍ଗ ଶିଖଙ୍କ ପବିତ୍ର ଗ୍ରନ୍ଥକୁ ଅପବିତ୍ର କରିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କୁ ପିଟି ପିଟି ହତ୍ୟା କରାଯାଇଛି।  ଲଖବୀରଙ୍କ ଘର ହେଉଛି ପଞ୍ଜାବର ତରନ ତାରନ। ଗାଁରେ ତାଙ୍କର ପତ୍ନୀ ଓ ୩ ପିଲା ରହିଛନ୍ତି। ସେ ହତ୍ୟାର ୩ ଦିନ ପୂର୍ବରୁ ହିଁ ଦିଲ୍ଲୀ ଆସି ନିହାଙ୍ଗ ଶିଖଙ୍କ କ୍ୟାମ୍ପରେ ରହିଥିଲେ।

ଏବେ ତାଙ୍କର ମୃତ୍ୟୁ ପରେ ତାଙ୍କର ୩ ପିଲାଙ୍କ ଭବିଷ୍ୟତକୁ ନେଇ ପରିବାର ଲୋକ ଚିନ୍ତା ପ୍ରକଟ କରିଛନ୍ତି। ସେ ଦିଲ୍ଲୀ ଆସିବା ବେଳେ ତାଙ୍କ ପକେଟରେ ମାତ୍ର ୫୦ ଟଙ୍କା ଥିଲା। ଏବେ ତାଙ୍କ ପିଲା କ’ଣ କରିବେ? ସେମାନେ କେମିତି ବଞ୍ଚିବେ, ସେ ପ୍ରଶ୍ନ ସମସ୍ତଙ୍କୁ ଆନ୍ଦୋଳିତ କରିଛି। ସେପଟେ ପୁଲିସ ଏଫଆଇଆର ରୁଜୁ କରି ଘଟଣାର ତଦନ୍ତ କରୁଛି।

The post ଆନ୍ଦୋଳନ ସ୍ଥଳରେ ଯୁବକଙ୍କୁ ହତ୍ୟା ମାମଲା, ଆଉ ୨ ଗିରଫ appeared first on Odisha Reporter.



from Odisha Reporter https://ift.tt/3DRa1qO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages