ବିଷାକ୍ତ ହେଉଛି ବାୟୁ, ସବୁଠୁ ପ୍ରଦୂଷିତ ସହର ତାଲିକାରେ ରାଜଧାନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 16, 2021

ବିଷାକ୍ତ ହେଉଛି ବାୟୁ, ସବୁଠୁ ପ୍ରଦୂଷିତ ସହର ତାଲିକାରେ ରାଜଧାନୀ

ନୂଆଦିଲ୍ଲୀ: ଧୀରେ ଧୀରେ ବିଷାକ୍ତ ହେଉଛି ବାୟୁ। ବଢ଼ୁଛି ପ୍ରଦୂଷଣ। ବିଗିଡିବାରେ ଲାଗିଛି ସ୍ଥିତି। ପୁଣିଥରେ ଦେଶର ରାଜଧାନୀ ଦିଲ୍ଲୀ ବ୍ୟତୀତ ହରିୟାଣା ଏବଂ ଉତ୍ତରପ୍ରଦେଶର ଅନେକ ସହରରେ ପ୍ରଦୂଷଣ ଉଦ୍‌ବେଗଜନକ ସ୍ତରରେ ପହଞ୍ଚିଛି।

ଦେଶର ସବୁଠାରୁ ପ୍ରଦୂଷିତ ସହର ମଧ୍ୟରେ ଉତ୍ତରପ୍ରଦେଶର ବାଗପାତ ପ୍ରଥମ ସ୍ଥାନରେ ରହିଛି। ସେହିପରି ଦେଶର ଚାରିଟି ପ୍ରଦୂଷିତ ସହର ମଧ୍ୟରେ ଉତ୍ତରପ୍ରଦେଶର ତିନୋଟି ସହର ଅନ୍ତର୍ଭୁକ୍ତ ରହିଛି। ବାଗପାତର ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୦୦ ଡେଇଁଛି। ଏଥି ସହିତ ଦିଲ୍ଲୀର ବାୟୁ ମଧ୍ୟ ‘ଅତ୍ୟନ୍ତ ଖରାପ’ ହୋଇଯାଇଛି। ସେହିପରି ଏହି ତାଲିକାରେ ଗାଜିଆବାଦ-ନୋଏଡା ପରି ସହର ଏନସିଆରର ଅଞ୍ଚଳରେ ସାମିଲ ହୋଇଛି।

ଦେଶର ୧୦ଟି ପ୍ରଦୂଷିତ ସହର ମଧ୍ୟରୁ ପାଞ୍ଚଟି ହରିୟାଣାର ଏବଂ ତିନୋଟି ଉତ୍ତରପ୍ରଦେଶର ଅଛି। ଏଥିସହ ରାଜସ୍ଥାନର ଏକ ସହର ତଥା ଦେଶର ରାଜଧାନୀ ଦିଲ୍ଲୀ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ। ବାଗପାତରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ଏବଂ ଏଠାରେ AQI ସ୍ତର ୪୦୬ ରେ ପହଞ୍ଚିଛି। ପ୍ରଦୂଷଣ ଦୃଷ୍ଟିରୁ ଏହା ସବୁଠାରୁ ଗୁରୁତର ଅବସ୍ଥା ବୋଲି କୁହାଯାଏ।

ତେବେ ସର୍ବାଧିକ ପ୍ରଦୂଷିତ ୧୦ଟି ସହର ମଧ୍ୟରୁ ଅନ୍ୟ ୯ଟି ସହରର ଅବସ୍ଥା ମଧ୍ୟ ସେତେଟା କିଛି ଭଲ ନୁହେଁ। ସମସ୍ତ ସହରର ବାୟୁ ପ୍ରଦୂଷଣ ସ୍ତର ୩୦୦ ରୁ ୪୦୦ ମଧ୍ୟରେ ରହିଛି। ଯାହା ବେଶ୍‌ ଉଦ୍‌ବେଗଜନକ।

ବାୟୁ ଗୁଣବତ୍ତା ମାନ ଅନୁଯାୟୀ, ଦେଶର ଦ୍ୱିତୀୟ ପ୍ରଦୂଷିତ ସହର ତଲିକାରେ ଗାଜିଆବାଦ ରହିଛି। ଏଠାରେ AQI ୩୯୩ ରହିଛି। ତୃତୀୟ ସ୍ଥାନରେ ପାନିପାତ (393), ଚତୁର୍ଥ ସ୍ଥାନରେ ନୋଏଡା (୩୬୪), ପଞ୍ଚମ ସ୍ଥାନରେ ଗୁରୁଗ୍ରାମ (୩୫୧) ଏବଂ ଷଷ୍ଠ ସ୍ଥାନରେ ଦିଲ୍ଲୀ (୩୫୧)। ଏହା ପରେ ଯଥାକ୍ରମେ ଭିବଣ୍ଡି (୩୪୭), ଫରିଦାବାଦ (୩୩୮), ମାନେସର (୩୩୪) ଏବଂ ବଲ୍ଲଭଗଡ(୩୨୦) ରହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ବାୟୁ ଗୁଣବତ୍ତା ସୂଚକାଙ୍କରେ ପ୍ରଦୂଷଣ ସ୍ତର ୦-୫୦ ରହିଲେ ସର୍ବୋତ୍ତମ ବୋଲି କୁହାଯାଏ। ସେହିପରି ୫୧-୧୦୦ ରହିଲେ ସନ୍ତୋଷଜନକ, ୧୦୧-୨୦୦ ରହିଲେ ମଧ୍ୟମ, ୨୦୧-୩୦୦ ରହିଲେ ଖରାପ, ୩୦୧-୪୦୦ ଅତ୍ୟନ୍ତ ଖରାପ ଏବଂ ୪୦୦-୫୦୦ ଅତ୍ୟନ୍ତ ଗୁରୁତର ବୋଲି ଧରାଯାଏ।

The post ବିଷାକ୍ତ ହେଉଛି ବାୟୁ, ସବୁଠୁ ପ୍ରଦୂଷିତ ସହର ତାଲିକାରେ ରାଜଧାନୀ appeared first on Odisha Reporter.



from Odisha Reporter https://ift.tt/3paNnWc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages