ଶ୍ୱଶୁର ଘରେ ସ୍ତ୍ରୀର ତଣ୍ଟି କାଟି ଦେଲା ଜ୍ୱାଇଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 9, 2021

ଶ୍ୱଶୁର ଘରେ ସ୍ତ୍ରୀର ତଣ୍ଟି କାଟି ଦେଲା ଜ୍ୱାଇଁ

ଖୋର୍ଦ୍ଧା (ବଳରାମ ଲେଙ୍କା): ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ତଣ୍ଟି କାଟି ହତ୍ୟା କରିବା ପରେ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିଛି ଖୋର୍ଦ୍ଧା ଟାଉନ୍ ଥାନା ଅନ୍ତର୍ଗତ ଗୁରୁଜଙ୍ଗରୁ।

ମୃତ ମହିଳାଙ୍କ ନାଁ ଇନ୍ଦିରା ପ୍ରିୟଦର୍ଶୀ ପ୍ରଧାନ। ତାଙ୍କ ସ୍ୱାମୀଙ୍କ ନାଁ କାର୍ତ୍ତିକ ପ୍ରଧାନ। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି।

ଅଭିଯୋଗ ଅନୁଯାୟୀ, ଇନ୍ଦିରା ଓ କାର୍ତ୍ତିକଙ୍କ ମଧ୍ୟରେ ଭଲ ସଂପର୍କ ନଥିଲା। କାର୍ତ୍ତିକ ସବୁବେଳେ ତାଙ୍କ ଉପରେ ସନ୍ଦେହ କରୁଥିଲେ ଓ କଳିଝଗଡ଼ା କରୁଥିଲେ। ସେ ଇନ୍ଦିରାଙ୍କୁ ବହୁତ ନିର୍ଯାତନା ଦେଉଥିଲେ। ମାରପିଟ ମଧ୍ୟ କରୁଥିଲେ।  ତେଣୁ ଇନ୍ଦିରା ଆସି ଗୁରୁଜଙ୍ଗର ପତିତପାବନ ସାହି ସ୍ଥିତ ତାଙ୍କ ବାପ ଘରେ ରହୁଥିଲେ। କିଛି ଦିନ ତଳେ କାର୍ତ୍ତିକ ମଧ୍ୟ ଆସି ସେଠାରେ ରହୁଥିଲେ। ହେଲେ ଗତକାଲି ବିଳମ୍ବିତ ରାତିରେ ସେ ଇନ୍ଦିରାଙ୍କୁ ହତ୍ୟା କରି ଫେରାର ହୋଇଯାଇଛନ୍ତି।

ଇନ୍ଦିରାଙ୍କ ମାମୁ କୈଳାସ ଚନ୍ଦ୍ର ହରିଚନ୍ଦନ କହିଛନ୍ତି, ଆମର ସନ୍ଦେହ କେବଳ କାର୍ତ୍ତିକ ଉପରେ। କେହି ବାହାର ଲୋକ ଏ କାଣ୍ଡ ଭିଆଇ ନାହାନ୍ତି। କାର୍ତ୍ତିକ ମୋ ଭାଣିଜୀଙ୍କୁ ବହୁତ ନିର୍ଯାତନା ଦେଉଥିଲା। ସେ ଏକ ସାଇକୋପେସେଣ୍ଟ ମଧ୍ୟ। ଆମେ ତାହା ଅନୁଭବ କରିଛୁ। ଭାଣିଜୀଙ୍କ ଗୋଡ଼ ଭାଙ୍ଗି ଯାଇଥିଲା। ଏ ଖବର ପାଇ କାର୍ତ୍ତିକ ଏଠାକୁ ଆସିଥିଲା ଓ ତାଙ୍କ ସେବା କରିବ ବୋଲି କହିଥିଲା। ସେ ପ୍ରଥମେ ଭାଣିଜୀଙ୍କୁ ତା’ ଘରକୁ ନେଇଯିବ ବୋଲି କହିଥିଲା। କିନ୍ତୁ ଆମେ ରାଜି ହେଲୁ ନାହିଁ। ଭାଣିଜୀଙ୍କ ଗୋଡ଼ ଭଲ ହେବା ପରେ ଯାହା ନିଷ୍ପତ୍ତି ହେବ ବୋଲି ଆମେ କହିଥିଲୁ। ଏହା ପରେ ତାକୁ ଆମେ କହିଥିଲୁ ଏଠାରେ ରହିବା ପାଇଁ। ଆଠ-ଦଶ ଦିନ ହେଲାଣି ସେ ଏଠାରେ ରହୁଥିଲା। ଭଲରେ ମଧ୍ୟ ଚଳୁଥିଲା। କିନ୍ତୁ ତା’ଭିତରେ ଯୋଜନା କରି ଏଭଳି କାଣ୍ଡ ଘଟାଇଛି।

ପୁଲିସ୍ ଘଟଣାସ୍ଥଳରେ ତଦନ୍ତ କରିବା ସହିତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ଡାକ୍ତରଖାନାକୁ ପଠାଇଛି। ତା’ସହିତ ଫେରାର ଥିବା କାର୍ତ୍ତିକ ପ୍ରଧାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି ପୁଲିସ୍‌।

The post ଶ୍ୱଶୁର ଘରେ ସ୍ତ୍ରୀର ତଣ୍ଟି କାଟି ଦେଲା ଜ୍ୱାଇଁ appeared first on Odisha Reporter.



from Odisha Reporter https://ift.tt/3ByguGc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages