ବେଲଗାମ ତୈଳଦର: ପୁଣି ବଢ଼ିଲା, ଭୁବନେଶ୍ୱରରେ ୧୦୦ ମୁହାଁ ଡିଜେଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 5, 2021

ବେଲଗାମ ତୈଳଦର: ପୁଣି ବଢ଼ିଲା, ଭୁବନେଶ୍ୱରରେ ୧୦୦ ମୁହାଁ ଡିଜେଲ

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ ବେଲଗାମ ହେବାରେ ଲାଗିଛି ତୈଳଦର। କ୍ରମାଗତ ଦ୍ୱିତୀୟ ଦିନ ପାଇଁ ମହଙ୍ଗା ହୋଇଛି ପେଟ୍ରୋଲ ଓ ଡିଜେଲ ଦାମ। ଆଜି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୩୦ ପଇସା ଓ ଡିଜେଲ ଲିଟର ପିଛା ୩୫ ପଇସା ବଢ଼ିଛି। ଗତାକାଲି ପେଟ୍ରୋଲ ଓ ଡିଜେଲ ଦାମ ଯଥାକ୍ରମେ ୨୫ ଓ ୩୦ ପଇସା ବଢ଼ିଥିଲା।

ବର୍ଦ୍ଧିତ ଦର ପରେ ଦିଲ୍ଲୀରେ ଆଜି ପେଟ୍ରୋଲ ଲିଟର ଦାମ ୧୦୨.୯୪ ଟଙ୍କା ଓ ଡିଜେଲ ଲିଟର ପିଛା ୯୧.୪୨ ଟଙ୍କା ହୋଇଛି। ଗତକାଲି ଦିଲ୍ଲୀରେ ପେଟ୍ରୋଲ ୧୦୨.୬୪ ଟଙ୍କା ଓ ଡିଜେଲ ୯୧.୦୭ ଟଙ୍କାରେ ବିକ୍ରି ହେଉଥିଲା।

ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ୧୦୦ ଟଙ୍କା ପାର କରିବାକୁ ବସିଲାଣି। ଆଜି ପେଟ୍ରୋଲ ୧୭ ପଇସା ମହଙ୍ଗା ହୋଇଥିବା ବେଳେ ଡିଜେଲ ଦାମ ୨୬ ପଇସା ବଢ଼ିଛି। ନୂଆ ଦର ଲାଗୁ ହେବା ପରେ ରାଜଧାନୀବାସୀ ଆଜି ପେଟ୍ରୋଲ ୧୦୩.୬୯ ଟଙ୍କା ଓ ଡିଜେଲ ଲିଟରକୁ ୯୯.୫୭ ଟଙ୍କା ଦେଇ କିଣୁଛନ୍ତି। କେବେ ହେଲେ ବି ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ଦାମ ଏତେ ଅଧିକ ନଥିଲା। ଦିନକୁ ଦିନ ଭୁବନେଶ୍ୱର ସମେତ ସମଗ୍ର ଦେଶରେ ତୈଳଦର ରେକର୍ଡ କରିବାରେ ଲାଗିଛି।

ସୋମବାର ସାରା ଦେଶରେ ପେଟ୍ରୋଲ ଓ ଡିଜେଲ ଦାମ ସ୍ଥିର ଥିବା ବେଳେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରେ ଏହା ଯଥାକ୍ରମେ ୪୦ ଓ ୩୯ ପଇସା ବଢ଼ିଥିଲା। ସେହିପରି ମଙ୍ଗଳବାର ସାରା ଦେଶରେ ଦାମ ବଢ଼ିଥିଲେ ବି ଭୁବନେଶ୍ୱରରେ ପେଟ୍ରୋଲର ଲିଟର ପିଛା ଦାମ ୧୫ ପଇସା ଓ ଡିଜେଲ ୬ ପଇସା ଶସ୍ତା ହୋଇଥିଲା। କିନ୍ତୁ ଆଜି ଏହା ପୁଣିଥରେ ମହଙ୍ଗା ହୋଇଛି।

ଅନ୍ୟ ସହରର କଥା ବିଚାରକୁ ନେଲେ ମୁମ୍ବାଇରେ ପେଟ୍ରୋଲ ୧୦୮.୯୬ ଟଙ୍କା, କୋଲକାତାରେ ୧୦୩.୬୫ ଟଙ୍କା, ଚେନ୍ନାଇରେ ୧୦୦.୪୯ ଟଙ୍କା, ବେଙ୍ଗାଲୁରୁରେ ୧୦୬.୫୨ ଟଙ୍କା, ଭୋପାଳରେ ୧୧୧.୪୫ ଟଙ୍କା ଓ ଲକ୍ଷ୍ନୌରେ ୧୦୦.୦୧ ଟଙ୍କା ରହିଛି। ଆଜି ପ୍ରଥମଥର ପାଇଁ ପେଟ୍ରୋଲର ୧୦୦ ଟଙ୍କିଆ କ୍ଲବରେ ଲକ୍ଷ୍ନୌ ଯୋଡ଼ି ହୋଇଯାଇଛି।

ସେହିପରି ମୁମ୍ବାଇରେ ଡିଜେଲର ଲିଟର ପିଛା ଦର ୯୯.୧୭ ଟଙ୍କା, କୋଲକାତାରେ ୯୪.୫୩ ଟଙ୍କା, ଚେନ୍ନାଇରେ ୯୫.୯୩ ଟଙ୍କା, ବେଙ୍ଗାଲୁରୁରେ ୯୭.୦୩ ଟଙ୍କା, ଭୋପାଳରେ ୧୦୦.୪୨ ଟଙ୍କା ଓ ଲକ୍ଷ୍ନୌରେ ୯୧.୮୫ ଟଙ୍କା ରହିଛି।

The post ବେଲଗାମ ତୈଳଦର: ପୁଣି ବଢ଼ିଲା, ଭୁବନେଶ୍ୱରରେ ୧୦୦ ମୁହାଁ ଡିଜେଲ appeared first on Odisha Reporter.



from Odisha Reporter https://ift.tt/3iyTjUA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages