ଆଖି ବୁଜିଲେ ରାବଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 5, 2021

ଆଖି ବୁଜିଲେ ରାବଣ

ଆଖି ବୁଜିଲେ ରାବଣ। ନବେ ଦଶକରେ  ଛୋଟ ପରଦାରେ  ପ୍ରସାରିତ ‘ରାମାୟଣ’ରେ ରାବଣ ଭୂମିକାରେ ଅଭିନୟ କରୁଥିବା ଅଭିନେତା ଅରବିନ୍ଦ ତ୍ରିବେଦୀ ଗତକାଲି ଆଖି ବୁଜିଛନ୍ତି। ୮୨ ବର୍ଷ ବୟସରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ସେ ଦୀର୍ଘ ଦିନ ଧରି ରୋଗଗ୍ରସ୍ତ ଥିଲେ।

ହୃଦ୍‌ଘାତ କାରଣରୁ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଛି। ଆଜି ସକାଳେ ମୁମ୍ବାଇର ଦହାନୁକରୱାଡି ଶ୍ମଶାନ ଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। ଅରବିନ୍ଦଙ୍କ ପୁତୁରା କୌସ୍ତୁଭ ତ୍ରିବେଦୀ ଏନେଇ ସୂଚନା ଦେଇଛନ୍ତି। ଅରବିନ୍ଦ ତ୍ରିବେଦୀ ରାମାନନ୍ଦ ସାଗରଙ୍କ ରାମାୟଣରେ ରାବଣ ଭୂମିକାରେ ଅଭିନୟ କରୁଥିଲେ। ଉଚ୍ଚକୋଟୀର ଅଭିନୟ ଯୋଗୁଁ ସେ ଦର୍ଶକମାନଙ୍କ ମନରେ ନିଜ ଛାପ ଛାଡ଼ି ଯାଇଛନ୍ତି। ଏହାବାଦ ସେ ଟିଭି ଧାରାବାହିକ ‘ବିକ୍ରମ ବେତାଳ’ରେ ମଧ୍ୟ ସେ ଉଚ୍ଚ କୋଟିର ଅଭିନୟ କରିଥିଲେ।

ଅରବିନ୍ଦ ତ୍ରିବେଦୀ(ଫାଇଲ୍‌ ଫଟୋ)

ଅରବିନ୍ଦ ତ୍ରିବେଦୀ ମଧ୍ୟପ୍ରଦେଶର ଉଜ୍ଜୟିନୀ ସହରରେ ଜନ୍ମଗ୍ରହଣ କରିଥିଲେ। ଗୁଜୁରାଟର ରଙ୍ଗମଞ୍ଚରୁ ସେ ଅଭିନୟ କରିବା ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ନିଜ ଅଭିନୟ ଯାଦୁରେ  ଦର୍ଶକଙ୍କ ହୃଦୟକୁ ଛୁଇଁ ପାରିଥିଲେ। ଏଥିପାଇଁ ସେ ବହୁବାର ପୁରସ୍କୃତ ମଧ୍ୟ ହୋଇଥିଲେ।  ଅରବିନ୍ଦ ପ୍ରାୟ ୩୦୦ ହିନ୍ଦୀ ଏବଂ ଗୁଜୁରାଟୀ ଫିଲ୍ମରେ କାମ କରିଛନ୍ତି। ୨୦୦୨ରେ ସେ ସେଣ୍ଟ୍ରାଲ ବୋର୍ଡ ଫର ଫିଲ୍ମ ସାର୍ଟିଫିକେଶନର ଆକ୍ଟିଂ ଚେୟାରମ୍ୟାନ ହୋଇଥିଲେ। ୧୯୯୧ରେ ସେ ଭାରତୀୟ ଜନତା ପାର୍ଟିର ଟିକେଟ୍‌ରେ ସାଂସଦ ମଧ୍ୟ ହୋଇଥିଲେ। ତାଙ୍କ ଭାଇ ଉପେନ୍ଦ୍ର ତ୍ରିବେଦୀ ମଧ୍ୟ ଗୁଜୁରାଟୀ ସିନେମା ଜଗତର ଜଣେ ଚର୍ଚ୍ଚିତ ବ୍ୟକ୍ତି।

କରୋନା ଲକ୍‌ଡାଉନ୍‌ ସମୟରେ ଛୋଟ ପରଦାରେ ରାମାୟଣ ପ୍ରସାରଣ କରାଯାଇଥିବା ବେଳେ ଏହାର କଳାକାରମାନେ ପୁଣି ଥରେ ଚର୍ଚ୍ଚାକୁ ଆସିଥିଲେ। ଦୀର୍ଘ ଦିନ ଧରି ବେମାର ରହୁଥିବା ଅରବିନ୍ଦଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ସମୟରେ ଗୁଜବ ପ୍ରଚାର ହେଉଥିବା ବେଳେ ଏହାକୁ ତାଙ୍କ ପରିବାର ପକ୍ଷରୁ ଖଣ୍ଡନ କରାଯାଉଥିଲା। ଗତ ମେ’ ମାସରେ ଅରବିନ୍ଦ ଆଖି ବୁଜିଦେଇଥିବେ ପ୍ରଚାର ହୋଇଥିବା ବେଳେ ତାଙ୍କ ପୁତୁରା କୌସ୍ତୁଭ ଏହାକୁ ଖଣ୍ଡନ କରିଥିଲେ। ଏଥିସହ ମିଥ୍ୟା ଖବର ପ୍ରଚାର ନ କରିବାକୁ ଅନୁରୋଧ କରିଥିଲେ।

ମହାଭାର ସିରିଏଲରେ ଯୁଧିଷ୍ଠିର ରୋଲ୍‌  କରିଥିବା ଗଜେନ୍ଦ୍ର ଚୌହାନ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ରାବଣଙ୍କ ପରଲୋକ ବିଷୟରେ ସୂଚନା ଦେଇଛନ୍ତି। ମଙ୍ଗଳବାର ରାତିରେ ହୃଦଘାତ ହୋଗୁ ତାଙ୍କ ମୃତ୍ୟୁ ହୋଇଥିବା ଉଲ୍ଲେଖ କରିଥିବା ଭାବେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

 

The post ଆଖି ବୁଜିଲେ ରାବଣ appeared first on Odisha Reporter.



from Odisha Reporter https://ift.tt/3abFk2C

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages