ନୂଆପଡ଼ା(ମାୟାଧର ସରାଫ): ବ୍ୟାପକ ସଚେତନତା ସତ୍ତ୍ୱେ ବେଆଇନ ଦାଦନ ଚାଲାଣ କମିବା ନାଁ ଧରୁନି । ବେଆଇନ ଭାବେ ଦାଦନ ଚାଲାଣ ସମୟରେ ଗତକାଲି ସନ୍ଧ୍ୟା ବେଳେ ନୂଆପଡ଼ା ଜିଲ୍ଲାରୁ ୪୭ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ଖଡ଼ିଆଳ ପୁଲିସ୍। ଏହି ଦାଦନ ଶ୍ରମିକଙ୍କ ମଧ୍ୟରେ ୩୮ ଜଣ ଶ୍ରମିକ ଥିବା ବେଳେ ୯ ଜଣ ଶିଶୁ ଥିବା ଜଣାପଡ଼ିଛି। ଉଦ୍ଧାର ସମସ୍ତ ଶ୍ରମିକ ବଲାଙ୍ଗିର, କଳାହାଣ୍ତି ଓ କନ୍ଧମାଳ ଜିଲ୍ଲାର ବୋଲି ଜଣାଯାଇଛି।
ମିଳିଥିବା ସୂଚନା ଅନୁସାରେ, ଏକ ଯାତ୍ରୀବାହୀ ବସ୍ରେ ବେଆଇନ ଦାଦନ ଶ୍ରମିକ ହାଇଦ୍ରାବାଦ ଚାଲାଣ ହେଉ ଥିବା ଖଡିଆଳ ପୁଲିସ ଖବର ପାଇଥିଲା। ଗତକାଲି ସନ୍ଧ୍ୟାରେ ପୁଲିସ ଥାନା ଛକରେ ବସ୍କୁ ଅଟକାଇ ଯାଞ୍ଚ କରି ଏକ ଯାତ୍ରୀବାହୀ ବସରୁ ୪୭ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଥିଲା। ଦାଦନ ଶ୍ରମିକମାନଙ୍କୁ ଉଦ୍ଧାର କରି ନିଜ ନିଜ ଘରକୁ ପଠାଇ ଦିଆଯାଇଛି। ପୁଲିସ ଏହି ଘଟଣାରେ ବସ୍କୁ ଜବତ କରିବା ସହ ବସ୍ ଡ୍ରାଇଭର ଓ କଣ୍ତକ୍ଟରଙ୍କୁ ଗିରଫ କରିଛି ।
The post ବସ୍ରେ ଚାଲାଣ ହେଉଥିଲେ ୪୭ ଦାଦନ ଶ୍ରମିକ, ଅଟକାଇ ଦେଲା ପୁଲିସ୍ appeared first on Odisha Reporter.
from Odisha Reporter https://ift.tt/3vZ5e3x
No comments:
Post a Comment