୧୫ଟି ଗାଡ଼ିକୁ ଦଳିଦେଲା ଟ୍ୟାଙ୍କର, ୩ ଜଣଙ୍କ ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 23, 2021

୧୫ଟି ଗାଡ଼ିକୁ ଦଳିଦେଲା ଟ୍ୟାଙ୍କର, ୩ ଜଣଙ୍କ ମୃତ୍ୟୁ

ପୁଣେ: କଟରାଜ-ମୁମ୍ବାଇ ରାସ୍ତାରେ ଥିବା ନାଭଲେ ବ୍ରିଜ୍‌ ନିକଟରେ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ଟ୍ୟାଙ୍କର ଭାରସାମ୍ୟ ହରାଇ ପ୍ରଥମେ ଗୋଟିଏ ୭ସିଟର ଗାଡ଼ିକୁ ଧକ୍କା ଦେବା ପରେ ଅନ୍ୟ ୧୫ଟି ଗାଡ଼ି ଉପରେ ମାଡ଼ି ଯାଇଛି। ଖାଲି ସେତିକି ନୁହେଁ, ରାସ୍ତାରେ ଚାଲିଚାଲି ଯାଉଥିବା ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଟ୍ୟାଙ୍କରଟି ଦଳି ଦେଇଛି।

ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଆହତ ହୋଇଛି। କିଛି ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ମଧ୍ୟ ଜଣାପଡ଼ିଛି। ଶୁକ୍ରବାର ରାତିରେ ଏପରି ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ପେଣ୍ଟ ଇଣ୍ଡଷ୍ଟ୍ରୀରେ ବ୍ୟବହୃତ ହେଉଥିବା ଥିନର ଧରି ଟ୍ୟାଙ୍କରଟି ବେଙ୍ଗାଲୁରୁ ଆସୁଥିଲା।

ଏହା ମୁମ୍ବାଇ ଯିବାର ଥିଲା। ତେବେ ରାତି ପ୍ରାୟ ୯ଟା ବେଳେ ଦ୍ରୁତଗତିରେ ଆସୁଥିବା ଟ୍ୟାଙ୍କରଟି ଭାରସାମ୍ୟ ହରାଇ ପ୍ରଥମେ ଗୋଟିଏ ଯାତ୍ରୀବାହୀ ୭ ସିଟର ଗାଡ଼ିକୁ ଧକ୍କା ଦେଇଥିଲା। ଫଳରେ ଏହା ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଓଭର ଟେକ୍ କରିବାକୁ ଚେଷ୍ଟା କରିବା ବେଳେ ଏପରି ଘଟଣା ଘଟିଥିଲା।

ଏହାପରେ ଟ୍ୟାଙ୍କରଟି ଗୋଟିଏ ଖାଲି କଣ୍ଟେନରକୁ ଧକ୍କା ଦେଇଥିଲା। ଶେଷରେ ରାସ୍ତାରେ ଯାଉଥିବା ଆଉ ୧୫ଟି ଗାଡ଼ି ଉପରେ ମାଡ଼ି ଯାଇଥିଲା। ଟ୍ୟାଙ୍କରଟି ଦୁର୍ଘଟଣା ଘଟାଇବା ପରେ ରାସ୍ତାରେ ଓଲଟି ପଡ଼ିଥିଲା। ଉଦ୍ଧାରକାରୀ ଦଳ ଓ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ତେବେ ସେଠାରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଛନ୍ତି। ପୁଲିସ କହିଛି ଯେ ୩ ମୃତକଙ୍କ ମଧ୍ୟରୁ ୨ ଜଣ ୭ସିଟର ଗାଡ଼ିରେ ବସିଥିଲେ। ତୃତୀୟ ମୃତକ ଜଣଙ୍କ ରାସ୍ତାରେ ଚାଲିଚାଲି ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଆହତ ହୋଇଥିବା ୧୧ ଜଣଙ୍କ ମଧ୍ୟ କିଛି ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଘଟଣାର ଏବେ ତଦନ୍ତ ଚାଲିଥିବା ପୁଲିସ୍‌ କହିଛି।

The post ୧୫ଟି ଗାଡ଼ିକୁ ଦଳିଦେଲା ଟ୍ୟାଙ୍କର, ୩ ଜଣଙ୍କ ମୃତ୍ୟୁ appeared first on Odisha Reporter.



from Odisha Reporter https://ift.tt/3GaPMX3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages