ମୁମ୍ବାଇ: ପୁଣି ବଲିଉଡ ଜଗତରୁ ଆସିଲା ଦୁଃଖଦ ଖବର। ଆଖିବୁଜିଲେ ପ୍ରସିଦ୍ଧ ଅଭିନେତ୍ରୀ ମିନୁ ମୁମତାଜ। ୭୯ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଛି। କାନାଡାରେ ସେ ନିଜ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏନେଇ ତାଙ୍କ ଭାଇ ଅନୱର ଅଲ୍ଲୀ ସୂଚନା ଦେଇଛନ୍ତି।
ମିନୁ ମୁମତାଜଙ୍କ ମୃତ୍ୟୁ ବିଷୟରେ ସୂଚନା ଦେବା ସହ ଅନୱର ଅଲ୍ଲୀ ଫିଲ୍ମ ଇଣ୍ଡଷ୍ଟ୍ରି, ମିଡିଆ, ପ୍ରଶଂସକ, ବନ୍ଧୁମାନଙ୍କୁ ମମତାଜଙ୍କୁ ଅତ୍ୟନ୍ତ ଭଲପାଇବା ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି। ମିନୁ ମୁମତାଜ ଭେଟେରାନ ହାସ୍ୟ ଅଭିନେତା ମେହମୁଦ ଅଲିଙ୍କ ଭଉଣୀ ଥିଲେ। ମେନୁ ମୁମତାଜ ଅନେକ ହିନ୍ଦୀ ଫିଲ୍ମରେ କାମ କରିଥିଲେ। ସେ ୧୯୫୦ ଏବଂ ୧୯୬୦ ଦଶକରେ ଅନେକ ଫିଲ୍ମରେ ଅଭିନୟ କରିଥିଲେ।
ମିନୁ ୨୬ ଏପ୍ରିଲ ୧୯୪୨ରେ ଜନ୍ମଗ୍ରହଣ କରିଥିଲେ। ସେ ପିଲାଦିନରୁ ନୃତ୍ୟ ତାଲିମ ନେଇଥିଲେ। ମେହମୁଦଙ୍କ ପୂରା ପରିବାର ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଜଡିତ ଥିଲେ, ତେଣୁ ମିନୁ ମଧ୍ୟ ଫିଲ୍ମରେ ଅଭିନୟ କରିଥିଲେ। ତାଙ୍କୁ ଦେବିକା ରାଣୀ ଫିଲ୍ମରେ ପ୍ରଥମ ବ୍ରେକ ଦେଇଥିଲା। ଦେବିକା ରାଣୀ ‘ବମ୍ବେ ଟକିଜ’ରେ ଡ୍ୟାନ୍ସର ଭାବେ ମିନୁଙ୍କୁ ନିଯୁକ୍ତି ଦେଇଥିଲେ।
ଏହାପରେ ମୁମତାଜ ଫିଲ୍ମ ‘ଘର ଘର ମେଁ ଦିୱାଲୀ’ ଫିଲ୍ମରୁ ବଲିଉଡରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମଟି ୧୯୫୫ ମସିହାରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମରେ ସେ ଗାଁରେ ରହୁଥିବା ଜଣେ ନୃତ୍ୟଶିଳ୍ପୀ ଭୂମିକାରେ ଅଭିନୟ କରିଥିଲେ।
ମିନୁ ମୁମତାଜଙ୍କ ପ୍ରକୃତ ନାମ ଥିଲା ମଲିକୁନିସା ଅଲ୍ଲୀ। ଭେଟେରାନ ଅଭିନେତ୍ରୀ ମୀନା କୁମାରୀ ତାଙ୍କୁ ନାଁ ମିନୁ ରଖିଥିଲେ। ମିନୁ ଷ୍ଟେଜ ଡ୍ୟାନ୍ସର ଭାବେ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ। ତା’ପରେ ସେ ୫୦ଦଶକରେ ଅନେକ ଫିଲ୍ମରେ ନୃତ୍ୟଶିଳ୍ପୀ ଭାବରେ ଅଭିନୟ କରିଥିଲେ।
ଗୁରୁ ଦତ୍ତଙ୍କ ଅନେକ ଫିଲ୍ମରେ ମୁମତାଜଙ୍କୁ ଦେଖିବାକୁ ମିଳିଥିଲା। ତାଙ୍କୁ କାଗାଜ କା ଫୁଲ, ଚନ୍ଦୱି କା ଚାନ୍ଦ, ସାହେବ ବିବି ଔର ଗୁଲାମ, ତାଜମହଲ, ଘୁଙ୍ଗଟ, ଇନସାନ ଜାଗ ଉଠା, ଘର ବାସାକେ ଦେଖୋ, ଗଜଲ ଭଳି ଅନକେ ହିଟ୍ ଫିଲ୍ମରେ ସେ କାମ କରିଛନ୍ତି।
ମିନୁ ୧୯୬୩ରେ ନିର୍ଦ୍ଦେଶକ ଏସ୍ ଅଲ୍ଲି ଅକବରଙ୍କୁ ବିବାହ କରିଥିଲେ। ତାଙ୍କର ତିନି ଝିଅ ଓ ଜଣେ ପୁଅ ଅଛନ୍ତି। ବିବାହ ପରଠାରୁ ସେ ବଲିଉଡ ଠାରୁ ଦୂରେଇ ଯାଇ ସେ ଦୀର୍ଘ ସମୟ ଧରି କାନାଡାରେ ରହୁଥିଲେ।
The post ଆଖିବୁଜିଲେ ଅଭିନେତ୍ରୀ ମିନୁ ମୁମତାଜ appeared first on Odisha Reporter.
from Odisha Reporter https://ift.tt/3ptc4gA
No comments:
Post a Comment