ଆଜି ମହାଷ୍ଟମୀ; ଚଣ୍ଡୀପାଠରେ କମ୍ପୁଛି ପରିବେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 12, 2021

ଆଜି ମହାଷ୍ଟମୀ; ଚଣ୍ଡୀପାଠରେ କମ୍ପୁଛି ପରିବେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ମହାମାୟାଙ୍କ ମହାଷ୍ଟମୀ ପୂଜା।  କୋଭିଡ୍ କଟକଣା ଭିତରେ ମଣ୍ଡପରେ ବିଧି ପାଳନ କରି ମା’ଙ୍କ ଅଷ୍ଟମୀ ପୂଜାର୍ଚ୍ଚନା କରାଯାଉଛି।  ବିଭିନ୍ନ ମଣ୍ଡପରେ ପରଦା ଆଢୁଆଳରେ ପୂଜା ପାଉଛନ୍ତି ମା ଜଗତ ଜନନୀ।  ମହାଷ୍ଟମୀ ପୂଜାରେ ଚଣ୍ଡୀପାଠରେ କମ୍ପୁଛି ପରିବେଶ।

ସକାଳୁ ଆରମ୍ଭ ହୋଇଛି ଜଗତଜନନୀଙ୍କ ମହାଷ୍ଟମୀ ପୂଜା। ହେଲେ ଚର୍ମଚକ୍ଷୁରେ ଦର୍ଶନ କରିପାରୁନି ଭକ୍ତ। କୋଭିଡ କଟକଣା ସାଜିଛି  ବାଧକ।  ମଣ୍ଡପରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲାଗୁ କରାଯାଇଥିବାରୁ ଫେସବୁକ୍, ୟୁଟ୍ୟୁବ୍ ମାଧ୍ୟମରେ ପୂଜାର ଲାଇଭ୍ ବ୍ୟବସ୍ଥା କରିଛନ୍ତି ବିଭିନ୍ନ ପୂଜା କମିଟି।

ସେପଟେ ଦେବୀ ପୀଠଗୁଡିକରେ ଆଜି ମା’ଙ୍କ ନବମୀ ପୂଜା ହେଉଛି । କଟକ ଜିଲ୍ଲା ଜଗତସିଂହପୁର ସ୍ଥିତ  ମା’ ଶାରଳାଙ୍କ ପୀଠରେ ୧୪୪ ଧାରା ଲାଗୁ କରାଯାଇଛି।  ଗତକାଲିଠୁ ୧୪ ତାରିଖ ଯାଏ ପୀଠ ଓ ଏହାର ଚତୁଃପାର୍ଶ୍ୱରେ ଏହି କଟକଣା ଲାଗୁ କରାଯାଇଛି।  କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ଏହି ପଦକ୍ଷେପ ନିଆଯାଇଛି।

ପ୍ରଶାସନର କଟକଣା ପାଇଁ ଗତବର୍ଷ ଭଳି ଏବର୍ଷ ମଧ୍ୟ ଦଶହରା ସମ୍ପୂର୍ଣ୍ଣ ଫିକା ହୋଇଯାଇଛି ।

 

The post ଆଜି ମହାଷ୍ଟମୀ; ଚଣ୍ଡୀପାଠରେ କମ୍ପୁଛି ପରିବେଶ appeared first on Odisha Reporter.



from Odisha Reporter https://ift.tt/3DFywqP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages