ବିଜୁଳି ସଙ୍କଟ: ରାଜ୍ୟଗୁଡ଼ିକ ଉପରେ କୋଲ ଇଣ୍ଡିଆର ବାକି ୨୦ ହଜାର କୋଟି! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 12, 2021

ବିଜୁଳି ସଙ୍କଟ: ରାଜ୍ୟଗୁଡ଼ିକ ଉପରେ କୋଲ ଇଣ୍ଡିଆର ବାକି ୨୦ ହଜାର କୋଟି!

ନୂଆଦିଲ୍ଲୀ: କୋଇଲା ଷ୍ଟକରେ ଅଭାବ ଥିବାରୁ ବିଜୁଳି ସଙ୍କଟର ଆଶଙ୍କା ସୃଷ୍ଟି ହୋଇଛି। ଏକାଧିକ ରାଜ୍ୟ କୋଇଲା ଅଭାବ କଥା କହିବାରୁ ସମମ୍ତଙ୍କ ଚିନ୍ତା ବଢ଼ିଛି। କୋଇଲା ଅଭାବକୁ ଦୂର କରିବା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ପରେ ପିଏମଓ ପକ୍ଷରୁ ମଧ୍ୟ ସ୍ଥିତିର ଯାଞ୍ଚ କରାଯାଇଛି।

ତେବେ ଏସବୁ ଭିତରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ରାଜ୍ୟଗୁଡ଼ିକ କୋଇଲା ସଙ୍କଟ କଥା କହୁଥିବା ବେଳେ ସେମାନେ କୋଲ ଇଣ୍ଡିଆର ପ୍ରାୟ ୨୦ ହଜାର କୋଟି ଟଙ୍କାର ବାକି ରଖିଥିବା ଜଣାପଡ଼ିଛି।

କେନ୍ଦ୍ର ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କୋଇଲା ମନ୍ତ୍ରଣାଳୟ ଜାନୁଆରୀ ମାସ ଠାରୁ ହିଁ ରାଜ୍ୟ ସରକାରମାନଙ୍କୁ ଚିଠି ଲେଖି କୋଲ ଇଣ୍ଡିଆ ପାଖରେ ଥିବା ଷ୍ଟକ ନେଇ ଯିବାକୁ ପରାମର୍ଶ ଦେଇଥିଲା। ହେଲେ ଏହାର ଜବାବ ରାଜ୍ୟମାନେ ଦେଇ ନଥିଲେ। ବାରମ୍ବାର ରାଜ୍ୟଗୁଡ଼ିକୁ ଏହା ମନେପକାଇ ଦିଆଯାଇଥିଲେ ହେଁ ସେମାନେ କୌଣସି ପଦକ୍ଷେପ ନେଇ ନଥିଲେ। ଏଥିସହ ରାଜ୍ୟଗୁଡ଼ିକ ଆବଶ୍ୟକତା ଅନୁଯାୟୀ କୋଇଲା ଖନନ କରି ନଥିଲେ କିମ୍ବା କୋଲ ଇଣ୍ଡିଆ ପାଖରେ ଥିବା ଷ୍ଟକକୁ ନେଇ ନଥିଲେ। ଫଳରେ ଆଜି ଏପରି ସ୍ଥିତି ସୃଷ୍ଟି ହୋଇଛି।

ଦିଲ୍ଲୀ ଓ ପଞ୍ଜାବ ଭଳି ରାଜ୍ୟଗୁଡ଼ିକ ମୁଖ୍ୟ କୋଇଲା ପ୍ଲାଣ୍ଟକୁ ମଧ୍ୟ ବନ୍ଦ କରିଦେଇଥିଲେ। ନିୟମ ଅନୁସାରେ କୋଲ ଇଣ୍ଡିଆ କେବଳ ନିର୍ଦ୍ଦିଷ୍ଟ ସୀମା ଯାଏ କୋଇଲା ଷ୍ଟକ ରଖିପାରିବ। କାରଣ ଅଧିକ ଷ୍ଟକ ରହିଲେ ଅଗ୍ନିକାଣ୍ଡର ଆଶଙ୍କା ରହିଛି। ଝାରଖଣ୍ଡ, ରାଜସ୍ଥାନ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟ ପାଖରେ ନିଜସ୍ୱ କୋଇଲା ଖଣି ରହିଛି।

ହେଲେ ସେଠାରେ ବହୁତ କମ କିମ୍ବା ଆଦୌ କୋଇଲା ଉତ୍ପାଦନ କରାଯାଉନି। ମୌସୁମୀ ସମୟରେ ବିଦେଶରେ କୋଇଲାର ଦାମ ବଢ଼ିଥିଲା। ତେଣୁ ଅଭାବ ସମସ୍ୟା ସୃଷ୍ଟି ହୋଇଛି। ଅନ୍ତର୍ଜାତୀୟ ବଜାରରେ ଯେତେବେଳେ କୋଇଲାର ଦାମ କମ ଥିଲା ସେତେବେଳେ ରାଜ୍ୟ ସରକାର ଓ ବିଜୁଳି ଉତ୍ପାଦନ କମ୍ପାନୀମାନେ ଏହାକୁ ବିଦେଶରୁ କିଣୁଥିଲେ।

କିନ୍ତୁ ଏବେ ଦାମ ଅଧିକ ରହିଥିବାରୁ ସେମାନେ ଘରୋଇ କୋଇଲା ଉପରେ ନିର୍ଭର କରିବା ଆରମ୍ଭ କରିଛନ୍ତି ବୋଲି ଏହି ସୂତ୍ରରେ କୁହାଯାଇଛି। ରାଜ୍ୟଗୁଡ଼ିକ ପାଇଁ କୋଇଲା ଅଭାବର ସଙ୍କଟ ସୃଷ୍ଟି ହୋଇଥିବା କେନ୍ଦ୍ର ସରକାର ପରୋକ୍ଷରେ କହିଛନ୍ତି। ତେବେ ଏହି ସମସ୍ୟାର ସମାଧାନ ପାଇଁ ବ୍ୟବସ୍ଥା କରୁଛନ୍ତି।

କୋଇଲା ସଙ୍କଟ ଦୂର କରିବା ପାଇଁ ଦୈନିକ ଉତ୍ପାଦନର ପରିମାଣର ୧.୯୪ ମିଲିୟନ ଟନରୁ ୨ ମିଲିୟନ ଟନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୫ ଦିନ ମଧ୍ୟରେ ଏହାର ବ୍ୟବସ୍ଥା କରାଯିବ। ରାଜ୍ୟଗୁଡ଼ିକ ଉପରେ ବିପୁଳ ପରିମାଣର ଅର୍ଥ ବାକି ଥିଲେ ମଧ୍ୟ କେବେ ହେଲେ କୋଲ ଇଣ୍ଡିଆ ଯୋଗାଣ ବନ୍ଦ କରିନାହିଁ।

କେନ୍ଦ୍ର ସରକାର ରାଜ୍ୟଗୁଡ଼ିକର ସବୁ ଚାହିଦା ପୂରଣ କରିବାକୁ ପ୍ରତିଶ୍ରୁତିବଦ୍ଧ। ୪ ଦିନ ହେଲାଣି କୋଇଲା ଷ୍ଟକ ମଧ୍ୟ ବୃଦ୍ଧି ପାଇଥିବା ଜଣାପଡ଼ିଛି। ତେଣୁ ଗୋଟିଏ ମାସ ମଧ୍ୟରେ ସ୍ଥିତି ସ୍ୱାଭାବିକ ହୋଇଯିବ ବୋଲି ଆଶା କରାଯାଉଛି।

The post ବିଜୁଳି ସଙ୍କଟ: ରାଜ୍ୟଗୁଡ଼ିକ ଉପରେ କୋଲ ଇଣ୍ଡିଆର ବାକି ୨୦ ହଜାର କୋଟି! appeared first on Odisha Reporter.



from Odisha Reporter https://ift.tt/2YL2Ocx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages