ନିର୍ବାଚନ ପୂର୍ବରୁ ଆସିଲା ସର୍ଭେ ରିପୋର୍ଟ, କ’ଣ ଯୋଗୀ ସରକାର ପୁଣି କ୍ଷମତାରେ ରହିବେ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 8, 2021

ନିର୍ବାଚନ ପୂର୍ବରୁ ଆସିଲା ସର୍ଭେ ରିପୋର୍ଟ, କ’ଣ ଯୋଗୀ ସରକାର ପୁଣି କ୍ଷମତାରେ ରହିବେ?

ନୂଆଦିଲ୍ଲୀ: ଆସନ୍ତା ବର୍ଷ ପ୍ରଥମ ଭାଗରେ ଗୁରୁତ୍ୱପୂର୍ଣ୍ଣ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ହେବ। ଏବେଠାରୁ ହିଁ କ୍ଷମତାସୀନ ବିଜେପି ସମେତ ସବୁ ରାଜନୀତିକ ଦଳ ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗିଛନ୍ତି। ବିଜେପି ଏଠାରେ କ୍ରମାଗତ ଦ୍ୱିତୀୟ ଥର ପାଇଁ କ୍ଷମତାରେ ରହିବାକୁ ଉଦ୍ୟମ କରୁଥିବା ବେଳେ ସମାଜାବାଦୀ ପାର୍ଟି ସରକାରକୁ ଫେରିବାକୁ ଲକ୍ଷ୍ୟ ରଖିଛି।

କଂଗ୍ରେସ ଓ ବିଏସ୍‌ପି ମଧ୍ୟ ରାଜନୀତିକ ସମୀକରଣକୁ ଓଲଟପାଲଟ କରିବାକୁ ଯୋଜନା କରିଛନ୍ତି। ଏସବୁ ଭିତରେ ଏବିପି ନ୍ୟୁଜ-ସି ଭୋଟର ସର୍ଭେ ରିପୋର୍ଟର ପ୍ରକାଶ ପାଇଛି। ଏଥିରେ କିଏ ଉତ୍ତର ପ୍ରଦେଶରେ ବାଜିମାତ କରିବ ଓ କିଏ ବିରୋଧୀ ଆସନରେ ବସିବ, ସେ ସମ୍ପର୍କରେ ବିସ୍ତୃତ ତଥ୍ୟ ଦିଆଯାଇଛି।

ସର୍ଭେ ଅନୁସାରେ, ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ସରକାର ପୁଣିଥରେ ଉତ୍ତର ପ୍ରଦେଶରେ ରାଜ କରିବ। ୨୦୧୭ ଅପେକ୍ଷା ଦଳର ଆସନ ସଂଖ୍ୟା କମିବାର ଆଶଙ୍କା ରହିଛି, କିନ୍ତୁ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ଦଳ ବେଶ ସହଜରେ ହାସଲ କରିନେବ ବୋଲି ସର୍ଭେ ବେଳେ ଜଣାପଡ଼ିଛି।

୨୦୨୨ ନିର୍ବାଚନରେ ଯୋଗୀ ଆଦିତ୍ୟନାଥଙ୍କୁ କ୍ଷମତାଚ୍ୟୁତ କରିବାକୁ ସମାଜବାଦ ପାର୍ଟି, ବିଏସ୍‌, କଂଗ୍ରେସ କିମ୍ବା ଅନ୍ୟ କୌଣସି ବିରୋଧୀ ଦଳ ଏଯାଏ ଭୋଟରଙ୍କ ବିଶ୍ୱାସ ଜିତିପାରିନାହାନ୍ତି। ସଦ୍ୟ ସର୍ଭେରୁ ସ୍ପଷ୍ଟ ହୋଇଛି ଯେ ବର୍ତ୍ତମାନ ସରକାରରେ ଥିବା ଯୋଗୀ ସରକାର ହିଁ ଉତ୍ତରପ୍ରଦେଶବାସୀଙ୍କ ପ୍ରଥମ ପସନ୍ଦ।

୨୦୨୨ ବିଧାନସଭା ନିର୍ବାଚନରେ ବିଜେପି ୪୧.୩% ଭୋଟ ଶେୟାର ପାଇବ। ୨୦୧୭ରେ ଦଳ ରାଜ୍ୟରେ ୪୧.୪% ଭୋଟ ପାଇଥିଲା। ତେଣୁ ଏଥର ଭୋଟ ପ୍ରତିଶତ ସାମନ୍ୟ ହ୍ରାସ ପାଇବ ବୋଲି ସର୍ଭେ ବେଳେ ଜଣାପଡ଼ିଛି। ଏଥିରେ ଆହୁରି କୁହାଯାଇଛି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବଙ୍କ ନେତୃତ୍ୱାଧୀନ ସମାଜବାଦୀର ଭୋଟ ଶେୟାର ୨୦୨୨ ବିଧାନସଭା ନିର୍ବାଚନରେ ପ୍ରାୟ ୮.୮% ବଢ଼ିବ।

ଦଳ ୨୦୧୭ରେ ୨୩.୬% ଭୋଟ ପାଇଥିବା ବେଳେ ଏହା ୨୦୨୨ରେ ୩୨.୪%ରେ ପହଞ୍ଚି ଯିବ। କିନ୍ତୁ ମାୟାବତୀଙ୍କ ବିଏସ୍‌ପିର ଭୋଟ ଶେୟାର ପୂର୍ବାପେକ୍ଷା ୭.୫% ହ୍ରାସ ପାଇବ। ୨୦୧୭ରେ ବିଏସ୍‌ପି ରାଜ୍ୟରେ ୨୨.୨% ଭୋଟ ପାଇଥିଲା। ୨୦୨୨ରେ ଏହା ୧୪.୭%କୁ ଖସି ଆସିବାର ଆଶଙ୍କା ରହିଛି।

ଦେଶର ସବୁଠାରୁ ପୁରୁଣା ରାଜନୀତିକ ଦଳ କଂଗ୍ରେସର ଭୋଟ ଶେୟାର ସବୁଠାରୁ କମ ଅର୍ଥାତ ୫.୬% ରହିବ। ୨୦୧୭ରେ ଦଳ ଏଠାରେ ୬.୩% ଭୋଟ ପାଇଥିଲା।

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ କେଉଁ ଦଳ କେତଖଟି ଆସନ ପାଇବ, ସେକଥା ମଧ୍ୟ ସର୍ଭେ ରିପୋର୍ଟରେ ଆକଳନ କରାଯାଇଛି। ଏବିପି ନ୍ୟୁଜ-ସି ଭୋଟର ସର୍ଭେ ଅନୁଯାୟୀ, ଉତ୍ତର ପ୍ରଦେଶର ୪୦୩ ବିଧାନସଭା ଆସନରୁ ବିଜେପି ନେତୃତ୍ୱାଧୀନ ମେଣ୍ଟ ୨୪୧ରୁ ୨୪୯ଟି ସ୍ଥାନରେ ବାଜିମାତ କରିବ। ୨୦୧୭ରେ ବିଜେପି ମେଣ୍ଟ ୩୨୫ଟି ଆସନରେ ଜିତିଥିଲେ। ତେଣୁ ଦଳ ପ୍ରାୟ ୭୦ରୁ ଅଧିକ ସ୍ଥାନରେ ପରାସ୍ତ ହେବାର ସମ୍ଭାବନା ରହିଛି।

ସମାଜବାଦୀ ପାର୍ଟି ସବୁଠାରୁ ଭଲ ପ୍ରଦର୍ଶନ କରିବ। ୨୦୧୭ରେ ଦଳ ଏଠାରେ ୪୮ଟି ଆସନ ଜିତିଥିଲା। କିନ୍ତୁ ୨୦୨୨ରେ ଦଳର ଆସନ ସଂଖ୍ୟା ୧୩୦ରୁ ୧୩୮ ମଧ୍ୟରେ ରହିବ। ବିଏସ୍‌ପି ୨୦୧୭ରେ ୧୯ଟି ଆସନ ଜିତିଥିବା ବେଳେ ୨୦୨୨ରେ ଦଳର ଆସନ ସଂଖ୍ୟା ୧୫ରୁ ୧୯ ମଧ୍ୟରେ ରହିବ।

କଂଗ୍ରେସ ୧୦ଟି ଆସନ ଜିତିବାକୁ ମଧ୍ୟ ସକ୍ଷମ ହେବନି। ୩ରୁ ୭ଟି ଆସନ ଭିତରେ କଂଗ୍ରେସ ରହିବାର ଆଶଙ୍କା ଥିବା ସର୍ଭେ ରିପୋର୍ଟରେ ଆକଳନ କରାଯାଇଛି।

The post ନିର୍ବାଚନ ପୂର୍ବରୁ ଆସିଲା ସର୍ଭେ ରିପୋର୍ଟ, କ’ଣ ଯୋଗୀ ସରକାର ପୁଣି କ୍ଷମତାରେ ରହିବେ? appeared first on Odisha Reporter.



from Odisha Reporter https://ift.tt/2YGAQyJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages