ଯବାନଙ୍କ ଗାଡ଼ିକୁ ଟାର୍ଗେଟ କରି ଗ୍ରେନେଡ ମାଡ଼, ୬ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 26, 2021

ଯବାନଙ୍କ ଗାଡ଼ିକୁ ଟାର୍ଗେଟ କରି ଗ୍ରେନେଡ ମାଡ଼, ୬ ଆହତ

ଶ୍ରୀନଗର: ଜମ୍ମୁ କଶ୍ମୀରର ବାନ୍ଦିପୋରାରେ ଗ୍ରେନେଡ ଆକ୍ରମଣ। ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଗାଡିକୁ ଟାର୍ଗେଟ କରି ଏହି ଆକ୍ରମଣ କରିଛନ୍ତି। ଏଥିରେ ୬ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି।

ବାନ୍ଦିପୋରାର ସୁମ୍ବଲ ପୁଲ ଅଞ୍ଚଳରେ ସୁରକ୍ଷା ବାହିନୀକୁ ଟାର୍ଗେଟ କରି ଆତଙ୍କବାନୀ ଗ୍ରେନେଡ୍‌ ଫିଙ୍ଗିଥିବା କିଛି ଲୋକେ କହିଛନ୍ତି। ସୁମ୍ବଲରେ ଥିବା ସୁମୋ ଟାକ୍ସି ଷ୍ଟାଣ୍ଡରେ ବିସ୍ଫୋରଣ ଘଟିଛି। ଏଥିରେ କେତେକ କାର୍‌ର କାଚ ମଧ୍ୟ ଭାଙ୍ଗି ଯାଇଛି।  ୬ଜଣଙ୍କ ମଧ୍ୟରୁ ୨ଜଣଙ୍କୁ ଚିକିତ୍ସା ପାଇଁ ଶ୍ରୀନଗର ପଠାଯାଇଛି। ଆହତ ୬ଜଣଙ୍କ ମଧ୍ୟରେ ମହମ୍ମଦ ଅଲତାଫ, ଫୈଜଲ ଫାୟାଜ, ମୁଶତାକ, ତସଲିମା ବାନୋ, ଅବ ହମିଦ ଏବଂ ଫାୟାଜ ଅଛନ୍ତି।

ଜମ୍ମୁ କଶ୍ମୀରର ଆତଙ୍କବାଦୀ ସଂଗଠନଗୁଡ଼ିକୁ ହଟାଇବା ପାଇଁ ଚାଲିଥିବା ବିଭିନ୍ନ ଆତଙ୍କବାଦ ବିରୋଧୀ ଅପରେସନ ଜାରି ରହିଛି । ଆତଙ୍କବାଦୀମାନେ ଅତୀତରେ ଅଣ କାଶ୍ମୀରବାସୀଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ। ଏଥିରେ ୟୁପି-ବିହାରରୁ ସେଠାରେ କାର୍ଯ୍ୟ କରୁଥିବା କିଛି ଶ୍ରମିକଙ୍କୁ ହତ୍ୟା କରାଯାଇଥିଲା।

ଏହାପୂର୍ବରୁ ପୁଞ୍ଚରେ ଏକ ଆକ୍ରମଣ ହୋଇଥିଲା ଯେଉଁଥିରେ ସେନାର ୬ ଜଣ ସୈନିକ ସହିଦ ହୋଇଥିଲେ। ତା’ପରେ ଏହି ଆତଙ୍କବାଦୀମାନେ ପୁଞ୍ଚର ଜଙ୍ଗଲରେ ଘେରି ରହିଥିଲେ । ଅକ୍ଟୋବର ୨୫ ରେ ଜିଆ ମୁସ୍ତାଫା ନାମକ ଜଣେ ଆତଙ୍କବାଦୀଙ୍କୁ ସେଠାରେ ହତ୍ୟା କରାଯାଇଥିଲା। ସେଠାରେ ଥିବା ଜଙ୍ଗଲରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ସୁରକ୍ଷା ବାହିନୀ ଖୋଜୁଛି।

ଉଲ୍ଲେଖଯୋଗ୍ୟ, ଗୃହମନ୍ତ୍ରୀ ଅମିତ ଶାହା ୩ ଦିନିଆ ଜମ୍ମୁ-କଶ୍ମୀର ଗସ୍ତରେ ଯାଇ ସେଠାରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଏଥିସହ କାହାର ମୃତ୍ୟୁ ହେବ ନାହିଁ ବୋଲି କହିଥିଲେ। ହେଲେ ୩ଦିନ ଧରି କୌଣସି ଆତଙ୍କବାଦୀ ଆକ୍ରମଣ ହୋଇନଥିବା ବେଳେ ଆଜି ପୁଣି ଥରେ ଆତଙ୍କବାଦୀ ଆକ୍ରମଣ ଆରମ୍ଭ ହୋଇଛି।

The post ଯବାନଙ୍କ ଗାଡ଼ିକୁ ଟାର୍ଗେଟ କରି ଗ୍ରେନେଡ ମାଡ଼, ୬ ଆହତ appeared first on Odisha Reporter.



from Odisha Reporter https://ift.tt/3mb6fCu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages