ସତନା: ମୁଖ୍ୟମନ୍ତ୍ରୀଙ୍କ ସଭାରେ ଘଟିଛି ଅଭାବନୀୟ ଘଟଣା। ଯେଉଁ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନିଜେ ପ୍ରଚାର କରୁଥିଲେ ତାଙ୍କ ସହ ରାଜ୍ୟର ଜଣେ ମନ୍ତ୍ରୀ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି। ସଭା ମଞ୍ଚରେ ମନ୍ତ୍ରୀ ଜଣଙ୍କ ବିଜେପି ଟିକେଟରୁ ପ୍ରାର୍ଥୀ ହୋଇଥିବା ଜଣେ ମହିଳାଙ୍କ ଆଣ୍ଠୁ ଉପରେ ହାତ ପକାଇ କଥାବାର୍ତ୍ତା କରିବା ବେଳର ଫଟୋ ସାମ୍ନାକୁ ଆସିଛି।
ମନ୍ତ୍ରୀ ଜଣଙ୍କ ମଞ୍ଚରେ ମହିଳାଙ୍କ ସହ ଏପରି ଆଚରଣ କରୁଥିବା ବେଳେ ଖୋଦ୍ ମୁଖ୍ୟମନ୍ତ୍ରୀ ଭାଷଣ ଦେଉଥିଲେ। ମନ୍ତ୍ରୀଙ୍କୁ ଏପରି ଆଚରଣର ଫଟୋକୁ କଂଗ୍ରେସ ଶେୟାର କରି ବିଜେପିକୁ ଟାର୍ଗେଟ କରିଛି। ମଧ୍ୟପ୍ରଦେଶର ସତନାସ୍ଥିତ ରାଇଗାଓଁରେ ଏପରି ଘଟଣା ଘଟିଛି। ଏଠାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଉପ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବାକୁ ଆସିଥିଲେ।
ମୁଖ୍ୟମନ୍ତ୍ରୀ ଭାଷଣ ଦେଉଥିବା ବେଳେ ଅନ୍ୟ ଅତିଥି ବୃନ୍ଦଙ୍କ ସହ ବିଜେପିରୁ ପ୍ରାର୍ଥୀ ହୋଇଥିବା ପ୍ରତିମା ମଧ୍ୟ ମଞ୍ଚରେ ବସିଥିଲେ। ତାଙ୍କ ପାଖରେ ଖଣି ମନ୍ତ୍ରୀ ବ୍ରିଜେନ୍ଦର ପ୍ରତାପ ସିଂହ ବିସିଥିଲେ। ମୁଖ୍ୟମନ୍ତ୍ରୀ ଭାଷଣ ଦେଉଥିବା ବେଳେ ମନ୍ତ୍ରୀ ବ୍ରିଜେନ୍ଦର ହଠାତ ପ୍ରତିମାଙ୍କ ଆଣ୍ଠୁ ଉପରେ ବେଶ ଆରାମରେ ହାତ ରଖି କଥାବାର୍ତ୍ତା ଆରମ୍ଭ କରିଥିଲେ।
ସର୍ବସମ୍ମୁଖରେ ହଠାତ୍ ମନ୍ତ୍ରୀଙ୍କ ଏପରି ଆଚରଣକୁ ପ୍ରତିମା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସାମ୍ନାକୁ ଆସିଥିବା ଫଟୋରେ ପ୍ରତିମା ମନ୍ତ୍ରୀଙ୍କ ଆଚରଣରେ ଅସହଜ ଅନୁଭବ କରୁଥିବା ସ୍ପଷ୍ଟ ଜଣାପଡ଼ୁଛି। କିନ୍ତୁ ସର୍ବସମ୍ମୁଖରେ ସେ ମନ୍ତ୍ରୀଙ୍କୁ କୌଣସି ପ୍ରକାରର ବିରୋଧ କରି ନାହାନ୍ତି। ଘଟଣା ସମ୍ପର୍କରେ ମଧ୍ୟ ସେ ପ୍ରତିକ୍ରିୟା ଦେଇ ନାହାନ୍ତି।
बेशर्म बीजेपी:
बीजेपी नेता ने फिर किया सतना की बीजेपी प्रत्याशी के साथ अशोभनीय आचरण, तस्वीर में बीजेपी प्रत्याशी असहज नज़र आ रही हैं।
शिवराज जी,
बीजेपी नेताओं से बेटी बचाओ..?“बेशर्म जयचंद पार्टी” pic.twitter.com/JmyurWZ2sa
— MP Congress (@INCMP) October 17, 2021
ଖାଲି ସେତିକି ନୁହେଁ ଉକ୍ତ ବୈଠକରେ ମନ୍ତ୍ରୀ ବ୍ରିଜେନ୍ଦରଙ୍କ ଆଉ ଗୋଟିଏ କାଣ୍ଡ ଘଟାଇଥିଲେ। ବିଜେପି ପ୍ରାର୍ଥୀ ପ୍ରତିମା ମୁଖ୍ୟମନ୍ତ୍ରୀଙ୍କ ପଛରେ ଛିଡ଼ା ହୋଥିବା ବେଳେ ବ୍ରିଜେନ୍ଦର ତାଙ୍କ ଚୁଟିରେ ଲାଗିଥିଲେ। ଏଥିରେ ପ୍ରତିମା ଚମକି ପଡ଼ିବାରୁ ମନ୍ତ୍ରୀ ତାଙ୍କୁ ଚଷମା ଚୁଟିରେ ଲାଗି ଯାଇଥିବା ଇସାରା ଦେଇଥିଲେ।
ମନ୍ତ୍ରୀ ଏପରି ଆଚରଣକୁ କଂଗ୍ରେସ ବିରୋଧ କରିଛି। ଦଳ ଟ୍ୱିଟ କରି କହିଛି ଯେ ଶିବରାଜ ଜୀ ବିଜେପି ନେତାଙ୍କଠାରୁ ଝିଅମାନଙ୍କୁ ରକ୍ଷା କରନ୍ତୁ। କଂଗ୍ରେସ କହିଛି, “ଲଜ୍ଜାହୀନ ବିଜେପି। ବିଜେପି ନେତା ପୁଣିଥରେ ସତନାର ଦଳୀୟ ପ୍ରାର୍ଥୀଙ୍କୁ ଅଶୋଭନୀୟ ବ୍ୟବହାର କରିଛନ୍ତି। ସାମ୍ନାକୁ ଆସିଥିବା ଫଟୋରେ ବିଜେପି ପ୍ରାର୍ଥୀ ଜଣଙ୍କ ମନ୍ତ୍ରୀଙ୍କ ଆଚରଣରେ ଅସହଜ ଅନୁଭବ କରୁଥିବା ସ୍ପଷ୍ଟ ହେଉଛି। ଶିବରାଜୀ ବିଜେପି ନେତାଙ୍କ ଠାରୁ ଝିଅଙ୍କୁ ରକ୍ଷା କରନ୍ତୁ।”
The post ଭାଷଣ ଦେଉଥିଲେ ମୁଖ୍ୟମନ୍ତ୍ରୀ, ମହିଳାଙ୍କ ସହ ଏମିତି କାମ କଲେ ମଞ୍ଚରେ ଥିବା ମନ୍ତ୍ରୀ appeared first on Odisha Reporter.
from Odisha Reporter https://ift.tt/3pcGuUj
No comments:
Post a Comment