ନୂଆଦିଲ୍ଲୀ: ଦେଶର ୧୩ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଦାଦ୍ରା ନଗର ହାବେଳୀର ୩ଟି ଲୋକସଭା ଏବଂ ୨୯ଟି ବିଧାନସଭା ଆସନରେ ଏକକାଳୀନ ଉପ ନିର୍ବାଚନ ଚାଲିଛି। ଲୋକମାନେ ସକାଳୁ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି।
ଆଜି ମତଦାନ ସରିବା ବେଳେ ଏହି ସବୁ ଆସନରେ ଆସନ୍ତା ମଙ୍ଗଳବାର ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।
ହିମାଚଳ ପ୍ରଦେଶର ମଣ୍ଡି, ମଧ୍ୟପ୍ରଦେଶର ଖାଣ୍ଡୱା ଓ ଦାଦ୍ର ନଗର ହେବେଳୀରେ ଲୋକସଭା ଆସନ ପାଇଁ ଆଜି ଉପ ନିର୍ବାଚନ ହେଉଛି। ଏଠାରେ ପୂର୍ବରୁ ନିର୍ବାଚିତ ହୋଇଥିବା ସାଂସଦମାନେ ପ୍ରାଣ ହରାଇଥିବାରୁ ପୁଣି ଭୋଟ ହେଉଛି।
ମଣ୍ଡି ଓ ଖାଣ୍ଡୱାରୁ ବିଜେପି ଜିତିଥିଲା। କିନ୍ତୁ ଦାଦ୍ରାରୁ ଜିତିଥିବା ମୋହନ ଦେଲକର ଜଣେ ସ୍ୱାଧୀନ ପ୍ରାର୍ଥୀ ଥିଲେ। ଏହାବାଦ ବେଙ୍ଗଲର ୪ଟି ଆସନରେ ଉପ ନିର୍ବାଚନ ହେଉଛି। ସେହିପରି ଆସାମର ୫ଟି ଆସନ, ରାଜସ୍ଥାନରେ ୨ଟି, ମଧ୍ୟପ୍ରଦେଶରେ ୩ଟି ଆସନରେ ଭୋଗ ଗ୍ରହଣ ଚାଲିଛି।
ତେଲେଙ୍ଗାନାର ହୁଜୁରାବାଦ ଓ ଆନ୍ଧ୍ରର ବାଦଭେଲରେ ମଧ୍ୟ ଲୋକମାନେ ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି। ଏହାବାଦ କର୍ଣ୍ଣାଟକାରେ ୨ଟି, ମେଘାଳୟରେ ୩ଟି, ହିମାଚଳ ପ୍ରଦେଶରେ ୩ଟି, ବିହାରରେ ୨ଟି, ମହାରାଷ୍ଟ୍ର ଓ ମିଜୋରାମର ଗୋଟିଏ ଲେଖାଏ ବିଧାନସଭା ଆସନରେ ଉପ ନିର୍ବାଚନ ଅନୁଷ୍ଠିତ ହେଉଛି। ହରିଆଣାର ଇଲୀନାବାଦ ଆସନ ପାଇଁ ମଧ୍ୟ ଆଜି ସକାଳୁ ଲୋକମାନେ ଭୋଟ ଦେଉଛନ୍ତି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ସବୁ ଲୋକସଭା ଓ ବିଧାନସଭା ଉପ ନିର୍ବାଚନ ଫଳାଫଳ କାର୍ଯ୍ୟରତ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ହାର ଜିତ ସରକାର ଭାଙ୍ଗିବା ଓ ଗଢ଼ିବା ଉପରେ କୌଣସି ଫରକ ପକାଇବ ନାହିଁ। କିନ୍ତୁ ସବୁ ରାଜନୀତିକ ଦଳ ପାଇଁ ଏହା ସମ୍ମାନର ଲଢ଼େଇ। ବିଶେଷ କରି ପଶ୍ଚିମବଙ୍ଗର ୪ ଆସନ ଉପରେ ସମସ୍ତଙ୍କ ନଜର ରହିଛି।
The post ୩ ଲୋକସଭା ଓ ୨୯ ବିଧାନସଭା ଆସନରେ ଚାଲିଛି ଭୋଟ appeared first on Odisha Reporter.
from Odisha Reporter https://ift.tt/3bp2Mdu
No comments:
Post a Comment