୨୮ ଦିନ ପରେ ଜେଲ୍‌ରୁ ମୁକୁଳିଲେ ଆର୍ଯ୍ୟନ ଖାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 29, 2021

୨୮ ଦିନ ପରେ ଜେଲ୍‌ରୁ ମୁକୁଳିଲେ ଆର୍ଯ୍ୟନ ଖାନ୍‌

ମୁମ୍ବାଇ: ଦୀର୍ଘ ୨୮ ଦିନ ପରେ ମେଗା ଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଶେଷରେ ଜେଲରୁ ବାହାରିଛନ୍ତି। ପୁଅକୁ ଆଣିବା ପାଇଁ ନିଜେ ଶାହରୁଖଙ୍କ ଗାଡି ଆର୍ଥର ରୋଡ୍‌ ଜେଲରେ ପହଞ୍ଚିଥିଲା। ଶାହରୁଖଙ୍କ ବଡିଗାର୍ଡ ରବି ଆର୍ଯ୍ୟନ୍‌ଙ୍କୁ ଆଣିବା ପାଇଁ ଜେଲ୍‌ରେ ପହଞ୍ଚିଥିଲେ। ଏହାପରେ ସେଠାରୁ ସେମାନେ ସିଧା ଗାଡ଼ିରେ ବସି ମନ୍ନତ ଅଭିମୁଖେ ବାହାରି ଯାଇଥିଲେ।

୨୩ ବର୍ଷୀୟ ଆର୍ଯ୍ୟନଙ୍କୁ ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ ପାର୍ଟି ମାମଲାରେ ଏନସିବି ୩ ତାରିଖରେ ଗିରଫ କରିଥିଲା। ଏହାପରେ ୮ ତାରିଖରୁ ସେ ମୁମ୍ବାଇର ଆର୍ଥର ରୋଡ୍‌ ଜେଲରେ ରହିଥିଲେ।

ଗୁରୁବାର ତାଙ୍କୁ ବମ୍ବେ ହାଇକୋର୍ଟ ଜାମିନ ଦେଇଥିବା ବେଳେ ଶନିବାର ସକାଳେ ସେ ଜେଲରୁ ବାହାରିଛନ୍ତି। ପ୍ରକୃତରେ ଆର୍ଯ୍ୟନ ଶୁକ୍ରବାର ଜେଲରୁ ବାହାରିବାର ଥିଲା। କିନ୍ତୁ ତାଙ୍କ ଲିଗାଲ ଟିମ ଜେଲ୍‌ର ସମୟ ସନ୍ଧ୍ୟା ୫.୩୦ ସୁଦ୍ଧା ରିଲିଜ୍‌ ଅର୍ଡର ଉପସ୍ଥାପନ କରି ପାରି ନଥିଲେ। ଫଳରେ ଆର୍ଯ୍ୟନଙ୍କୁ ଆଉ ଗୋଟିଏ ରାତି ଜେଲରେ ରହିବାକୁ ପଡ଼ିଥିଲା।

ଆଜି ଭୋର ୫.୩୦ରେ ଜେଲ କର୍ତ୍ତୃପକ୍ଷ ରିଲିଜ୍‌ ଅର୍ଡର ପକା ଯାଉଥିବା ବକ୍ସକୁ ଖୋଲିଥିଲେ। ଏଥିରେ ଥିବା ୬ରୁ ୭ଟି ରିଲିଜ୍‌ ଅର୍ଡରକୁ ନିଜ ସହ ନେଇଥିଲେ। ଏହା ମଧ୍ୟରେ ଆର୍ଯ୍ୟନ ଖାନ ଓ ତାଙ୍କ ବନ୍ଧୁ ଅରବାଜ ମରାଚାଣ୍ଟଙ୍କ ଜାମିନ ଅର୍ଡର ମଧ୍ୟ ରହିଥିଲା।  ଜେଲ କର୍ତ୍ତୃପକ୍ଷ ରିଲିଜ୍‌ ଅର୍ଡର ପାଇବା ପରେ କାଗଜାତ କାମ ଆରମ୍ଭ କରିଥିଲେ। ଏଥିପାଇଁ ପ୍ରାୟ ୨ରୁ ୩ ଘଣ୍ଟା ସମୟ ଲାଗିଥିଲା। ଶେଷ କରିଥିଲେ। ଏହାପରେ ଆର୍ଯ୍ୟନ ଜେଲରୁ ଖଲାସ ହୋଇଛନ୍ତି। ଆର୍ଯ୍ୟନଙ୍କୁ ଜେଲରୁ ଆଣିବା ପାଇଁ ଶାହରୁଖଙ୍କ ମନ୍ନତ ସ୍ଥିତ ବାସଭବନରୁ ୩ଟି ଏସ୍‌ୟୁଭି ଯାଇଥିଲା। ଏଥିରେ ଶାହରୁଖ ଓ ତାଙ୍କ ମ୍ୟାନେଜର ପୂଜା ରହିଥିଲେ।

ତେବେ ଅରବାଜ ମରାଚାଣ୍ଟ ସନ୍ଧ୍ୟାରେ ଜେଲରୁ ବାହାରିବେ ବୋଲି ତାଙ୍କ ବାପା ଅସଲମ ସୂଚନା ଦେଇଛନ୍ତି। ସେ ଆଜି ୯.୩୦ରେ ଆର୍ଥର ରୋଡ ଜେଲ ପାଖରେ ପହଞ୍ଚିଥିଲେ। ସମସ୍ତେ ଭାବିଥିଲେ ଅରବାଜଙ୍କୁ ସ୍ୱାଗତ କରିବା ପାଇଁ ସେ ଆସିଛନ୍ତି। ହେଲେ ସେ କହିଛନ୍ତି ଯେ ଅରବାଜ ସନ୍ଧ୍ୟା ସମୟରେ ଜେଲରୁ ମୁକୁଳିବେ। ସେ କେବଳ ଏବେ ତାଙ୍କୁ ଜେଲରେ ଦେଖା କରିବାକୁ ଆସିଛନ୍ତି।

ଅନ୍ୟପକ୍ଷରେ ଆର୍ଯ୍ୟନଙ୍କୁ ସ୍ୱାଗତ କରିବା ପାଇଁ ଶାହରୁଖଙ୍କ ପ୍ୟାନମାନେ ଗତକାଲି ଠାରୁ ମନ୍ନତ ଆଗରେ ଉପସ୍ଥିତ ରହିଛନ୍ତି। ସେମାନଙ୍କ ବିଭିନ୍ନ ପ୍ରକାରର ପ୍ଲାକକାର୍ଡ ଓ ଆର୍ଯ୍ୟନଙ୍କ ଫଟୋ ରହିଥିଲା। ଆର୍ଯ୍ୟନ ଓ ଶାହରୁଖଙ୍କ ପାଇଁ ଅନେକ ଲୋକ ପ୍ରାର୍ଥନା ମଧ୍ୟ କରିଛନ୍ତି। ଆର୍ଯ୍ୟନ ମନ୍ନତରେ ପହଞ୍ଚିବା ପରେ ଫ୍ୟାନମାନେ ଖୁସିରେ ନାଚି ଉଠିଥିବା ଦୃଶ୍ୟ ସାମ୍ନାକୁ ଆସିଛି। ସେହପରି ଗୁରୁବାର ଠାରୁ ଆର୍ଯ୍ୟନଙ୍କ ଅପେକ୍ଷାରେ ମନ୍ନତ ମଧ୍ୟ ଝଲସୁଛି। ଏହାକୁ ରଙ୍ଗବେରଙ୍ଗର ଆଲୋକମାଳାରେ ସଜ୍ଜିତ କରାଯାଇଛି।

ଆର୍ଯ୍ୟନଙ୍କ ସହ ଅରବାଜ ଓ ମୁନମୁନ ଧମେଚାଙ୍କୁ ଗୁରୁବାର ବମ୍ବେ ହାଇକୋର୍ଟ ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଜାମିନ ଦେଇଛନ୍ତି ଜାମିନ ପାଇଥିଲେ ମଧ୍ୟ ଏମାନେ ବିନା ଅନୁମତିରେ ବିଦେଶ ଗସ୍ତ କରିପାରିବେ ନାହିଁ। ସେହିପରି ପ୍ରତି ଶୁକ୍ରବାର ଦିନ ୧୧ଟାରୁ ୨ଟା ମଧ୍ୟରେ ଏମାନଙ୍କୁ ଏନସିବି କାର୍ଯ୍ୟାଳୟରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ପଡ଼ିବ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି।

ଶୁକ୍ରବାର ବମ୍ବେ ହାଇକୋର୍ଟ ୧୪ଟି ସର୍ତ୍ତ ସହ ୫ ପୃଷ୍ଠାର ଜାମିନ ନିର୍ଦ୍ଦେଶ ଜାରି କରିଥିଲେ। ଏହାକୁ ଧରି ଆର୍ଯ୍ୟନଙ୍କ ଲିଗାଲ ଟିମ୍‌ ଏନଡିପିଏସ୍‌ କୋର୍ଟରେ ପହଞ୍ଚିଥିଲା। ସେଠାରେ ଆର୍ଯ୍ୟନଙ୍କ ଜାମିନ ପାଇଁ ଅଭିନେତ୍ରୀ ଜୁହି ଚାୱଲା ୧ ଲକ୍ଷ ଟଙ୍କାର ସ୍ୟୁରିଟି ବଣ୍ଡ ଦାଖଲ କରିଥିଲେ।

ହେଲେ ସ୍ୟୁରିଟି ଦାଖଲ କରିବା ବେଳେ ଜୁହି ଫଟୋ ଦେବାକୁ ଭୁଲି ଯାଇଥିବାରୁ କୋର୍ଟ ରିଲିଜ୍‌ ଅର୍ଡର ଜାରି କରିବାରେ ବିଳମ୍ବ କରିଥିଲେ। ଶେଷରେ ଫଟୋ ଦାଖଲ ହେବା ପରେ କୋର୍ଟ ଆର୍ଯ୍ୟନଙ୍କ ରିଲିଜ୍‌ ଅର୍ଡର ତାଙ୍କ ଲିଗାଲ ଟିମ୍‌କୁ ଦେଇଥିଲେ। ସେଠାରୁ ଏହି ରିଲିଜ ଅର୍ଡର ଆର୍ଥର ରୋଡ୍‌ରେ ପହଞ୍ଚିଲା ବେଳକୁ ସନ୍ଧ୍ୟା ୫.୩୦ ଅତିକ୍ରମ କରି ସାରିଥିଲା।

ଜେଲର ନିୟମ ଅନୁଯାୟୀ, ସନ୍ଧ୍ୟା ୫.୩୦ ପରେ କୌଣସି କଏଦୀଙ୍କ ରିଲିଜ୍‌ ଅର୍ଡର ଗ୍ରହଣ କରାଯିବ ନାହିଁ। ଫଳରେ ସେଠାରେ ଥିବା ବକ୍ସରେ ଆର୍ଯ୍ୟନଙ୍କ ଲିଗାଲ ଟିମ୍‌ ରିଲିଜ୍‌ ଅର୍ଡରକୁ ରଖି ନିରାଶରେ ଘରକୁ ଫେରିଥିଲେ। ଆଜି ସକାଳୁ ବକ୍ସ ଖୋଲିବା ସହ ଆର୍ଯ୍ୟନ ଜେଲରୁ ବାହାରିଛନ୍ତି।

The post ୨୮ ଦିନ ପରେ ଜେଲ୍‌ରୁ ମୁକୁଳିଲେ ଆର୍ଯ୍ୟନ ଖାନ୍‌ appeared first on Odisha Reporter.



from Odisha Reporter https://ift.tt/3CtniFH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages