ପ୍ରଧାନଶିକ୍ଷକ ଭାବେ ପଦୋନ୍ନତି ପାଇଥିବା ଶିକ୍ଷକଙ୍କୁ କଡ଼ା ତାଗିଦ୍‌, ୮ ପରେ କାର୍ଯ୍ୟାନୁଷ୍ଠାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 4, 2021

ପ୍ରଧାନଶିକ୍ଷକ ଭାବେ ପଦୋନ୍ନତି ପାଇଥିବା ଶିକ୍ଷକଙ୍କୁ କଡ଼ା ତାଗିଦ୍‌, ୮ ପରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତ ଅଗଷ୍ଟ ମାସରେ ପ୍ରଧାନଶିକ୍ଷକ ଭାବେ ପଦୋନ୍ନତି ପାଇଥିବା ଶିକ୍ଷକମାନଙ୍କୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର କଡ଼ା ତାଗିଦ। ଅକ୍ଟୋବର ୮ ତାରିଖ ସୁଦ୍ଧା ନୂତନ ସ୍ଥାନରେ କାର୍ଯ୍ୟରେ ଯୋଗ ନ ଦେଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ମାଲକାନଗିରି ବ୍ୟତୀତ ଅନ୍ୟସବୁ ଜିଲ୍ଲାର ଡିଇଓ (ଜିଲ୍ଲା ଶିକ୍ଷା ଅଧିକାରୀ)ଙ୍କ ନିକଟକୁ ଏନେଇ ଲେଖାଯାଇଛି ଚିଠି।

ଏହି ଚିଠିରେ ଉଲ୍ଲେଖ ରହିଛି ଯେ ପ୍ରଧାନଶିକ୍ଷକ ଭାବେ ପଦୋନ୍ନତି ପାଇବା ପରେ ସମସ୍ତ ଶିକ୍ଷକଙ୍କୁ ରିଲିଭ୍‌ କରି ଦିଆଯାଇଛି। କିନ୍ତୁ ଅନେକ ଶିକ୍ଷକ ସେମାନଙ୍କ ନିଯୁକ୍ତି ସ୍ଥାନରେ ଯୋଗ ଦେଇ ନାହାନ୍ତି। ଏହା ଭିତରେ ୨ ମାସ ବିତି ଯାଇଛି। ସେମାନେ ପ୍ରଧାନଶିକ୍ଷକ ଭାବେ ନୂଆ ଦାୟିତ୍ୱରେ ଯୋଗ ଦେଉ ନଥିବା ଯୋଗୁ ସେହି ଶିକ୍ଷାନୁଷ୍ଠାନ ଗୁଡ଼ିକରେ ପାଠପଢ଼ା ସହିତ ପ୍ରଶାସନିକ କାର୍ଯ୍ୟରେ ବିଶୃଙ୍ଖଳା ଦେଖିବାକୁ ମିଳୁଛି।

ଏହା ସହିତ ପଦୋନ୍ନତି ପାଇବା ପରେ ଛୁଟିରେ ଥିବା ଏହି ଶିକ୍ଷକମାନଙ୍କୁ ଅକ୍ଟୋବର ୮ ତାରିଖ ସୁଦ୍ଧା କାର୍ଯ୍ୟରେ ଯୋଗ ଦେବାକୁ ଅବା ନିଜ ପଦୋନ୍ନତିକୁ ପ୍ରତ୍ୟାଖ୍ୟାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କେହି ୮ ତାରିଖ ପରେ ଛୁଟିରେ ରହିବେ, ତା’ହେଲେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ଶିକ୍ଷାଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ।

ସୂଚନାଯୋଗ୍ୟ, ଅଗଷ୍ଟ ୩ ତାରିଖରେ ୧୦୯୭ ଜୁନିୟର ଏସ୍‌ଇଏସ୍‌ ଶିକ୍ଷକଙ୍କୁ ସିନିୟର ଏସ୍‌ଇଏସ୍‌ ପ୍ରଧାନଶିକ୍ଷକ ଭାବେ ପଦୋନ୍ନତି ଦିଆଯାଇଥିଲା। ସେମାନଙ୍କୁ ସପ୍ତାହକ ମଧ୍ୟରେ ପୋଷ୍ଟିଂ ସ୍ଥାନରେ ଯୋଗ ଦେବାକୁ କୁହାଯାଇଥିଲା। କିନ୍ତୁ ସେମାନଙ୍କ ମଧ୍ୟରୁ ଅନେକ ଏଯାଏଁ ନିଯୁକ୍ତି ସ୍ଥାନରେ ଯୋଗ ଦେଇ ନାହାନ୍ତି।

The post ପ୍ରଧାନଶିକ୍ଷକ ଭାବେ ପଦୋନ୍ନତି ପାଇଥିବା ଶିକ୍ଷକଙ୍କୁ କଡ଼ା ତାଗିଦ୍‌, ୮ ପରେ କାର୍ଯ୍ୟାନୁଷ୍ଠାନ appeared first on Odisha Reporter.



from Odisha Reporter https://ift.tt/3ozEt4i

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages