ମୁମ୍ବାଇ: ଆଜି ଆର୍ଯ୍ୟନ ଖାନ୍ଙ୍କୁ ମିଳିବ କି ଜାମିନ୍? ବମ୍ବେ ହାଇକୋର୍ଟରେ ଆଜି ଲଗାତର ତୃତୀୟ ଦିନ ପାଇଁ ଆର୍ଯ୍ୟନ୍ଙ୍କ ଜାମିନ୍ ଆବେଦନର ଶୁଣାଣି ହେବ। ଗତ ଦୁଇ ଦିନ ଧରି କୋର୍ଟ ରୁମ୍ରେ ହାଇଡ୍ରାମା ପରେ ଆଜି ପୁଣି ଥରେ ଶୁଣାଣି କରିବେ ଅଦାଲତ।
ଗତକାଲି ଶୁଣାଣି ବେଳେ ଏନ୍ସିବି ପକ୍ଷରୁ ଓକିଲ କିଛି ପ୍ରମାଣ କୋର୍ଟରେ ଦର୍ଶାଇବା ପାଇଁ ମହଲତ ମାଗିଥିଲେ। ଆଜି ଗୋଟେ ଘଣ୍ଟା ଭିତରେ ମାମଲାର ଆର ପାର୍ କରିଦେବେ ବୋଲି କହିଛନ୍ତି ଏନସିବି ପକ୍ଷରୁ ଲଢୁଥିବା ଅତିରିକ୍ତ ସଲିସିଟର ଜେନେରାଲ୍ ଅନୀଲ ସିଂ। ତେଣୁ ଆଜି ଜାମିନ୍ ଆବେଦନର ଶୁଣାଣି ହେବା ନେଇ ତାରିଖ ଧାର୍ଯ୍ୟ କରାଯାଇଛି।
ସେପଟେ ଆସନ୍ତା ୨୯ ତାରିଖ ଯାଏଁ ଯଦି, ଆର୍ଯ୍ୟନଙ୍କୁ ଜାମିନ୍ ନମିଳେ ତେବେ ଏହି ମାମଲା ପୁଣି ଥରେ ନଭେମ୍ବର ୧୫କୁ ଘୁଞ୍ଚିବ। ନଭେମ୍ବର ୧ରୁ ୧୪ ଯାଏଁ ଦୀପାବଳି ଛୁଟି ଯୋଗୁଁ କୋର୍ଟ ବନ୍ଦ ରହିବ। ତେଣୁ ଆଜି ଆର୍ଯ୍ୟନଙ୍କ ସମେତ ଅରବାଜ୍ ଏବଂ ମୁନମୁନଙ୍କ ଜାମିନ ଆବେଦନର ଶୁଣାଣି ଶେଷ ହେବ ବୋଲି ଆଶା କରାଯାଉଛି।
ଆର୍ଯ୍ୟନଙ୍କ ପାଖରୁ କୌଣସି ଡ୍ରଗ୍ସ ମିଳିନି, ସେ ପୂର୍ବରୁ ଡ୍ରଗସ୍ ନେଇନାହାନ୍ତି କିମ୍ବା ମେଡିକାଲ୍ ଟେଷ୍ଟରେ ଡ୍ରଗ୍ସ ନେବା କଥା ସ୍ପଷ୍ଟ ହୋଇନି। ତେଣୁ ଆର୍ଯ୍ୟନଙ୍କୁ ବେଲ୍ ମିଳିବା ଜରୁରୀ ବୋଲି କୋର୍ଟରେ ଗତକାଲି ଯୁକ୍ତି ବାଢ଼ିଥିଲେ ପୂର୍ବତନ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗୀ।
ସୂଚନା ମୁତାବକ ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟିରେ ସାମିଲ ହେବା ଅଭିଯୋଗରେ ଗତ ୨ ତାରିଖରୁ ଆର୍ଯ୍ୟନ୍ ଖାନ୍ ଗିରଫ ହୋଇଛନ୍ତି। ତାଙ୍କୁ ମୁମ୍ବାଇ ଆର୍ଥର ରୋଡ୍ ଜେଲ୍ରେ ରଖାଯାଇଛି।
The post ଆଜି ଆର୍ଯ୍ୟନ୍ଙ୍କୁ ବେଲ୍ ମିଳିବ ନା ଜେଲ୍? ହାଇକୋର୍ଟରେ ପକ୍ଷର ରଖିବ ଏନ୍ସିବି appeared first on Odisha Reporter.
from Odisha Reporter https://ift.tt/3Cp8MhV
No comments:
Post a Comment