କଟକ (ଓଡ଼ିଶା ରିପୋର୍ଟର): କଟକରେ ପ୍ରଥମ ଥର ଲାଗି ଆରମ୍ଭ ହୋଇଛି ଇ-ଟଏଲେଟ୍ ବ୍ୟବସ୍ଥା। ଗତକାଲି କଟକ ମହାନଗର ନିଗମର ସହଯୋଗରେ ସୁଲଭ ପରିମଳ କେନ୍ଦ୍ର ଓ ରିଫ୍ରେସମେଣ୍ଟ ସେଣ୍ଟରର ଉଦଘାଟନ କରାଯାଇଛି। ଏକ ସଙ୍ଗରେ କଟକରେ ଦୁଇଟି ସ୍ଥାନରେ ଏହି ସ୍ୱୟଂଚାଳିତ ସ୍ମାର୍ଟ ଟଇଲେଟର ସୁବିଧା ମିଳିବ ଲୋକଙ୍କୁ।
୧ ଟଙ୍କା ଦେୟରେ ଏହି ସୁବିଧା ଯୋଗାଇ ଦିଆଯିବ। ଏହି ସେବା ଓ ରକ୍ଷଣାବେକ୍ଷଣ ମହିଳା ସ୍ୱୟଂ ସହାୟକା ଗୋଷ୍ଠୀ ପରିଚାଳନା କରିବେ। ସହରକୁ ବାହାରୁ ଆସୁଥିବା ଲୋକେ ଅନେକ ସମୟରେ ଟଏଲେଟ୍ ଲାଗି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଏହାକୁ ଦୃଷ୍ଟିରେ ରଖି କଟକ ମହାନଗର ନିଗମ ପକ୍ଷରୁ ସହର ୨ଟି ସ୍ଥାନରେ ଏହାକୁ ପ୍ରାଥମିକ ପର୍ଯ୍ୟାୟରେ ଆରମ୍ଭ କରାଯାଇଛି। ଆଗକୁ ସହରର ଅନ୍ୟ ସ୍ଥାନରେ ଏହି ବ୍ୟବସ୍ଥା ଲାଗୁ କରାଯିବାକୁ ଯୋଜନା ରହିଛି। କଟକରେ ଆରମ୍ଭ ହୋଇଥିବା ଏହି ବ୍ୟବସ୍ଥାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।
The post କଟକରେ ଆରମ୍ଭ ହେଲା ଇ-ଟଏଲେଟ୍ appeared first on Odisha Reporter.
from Odisha Reporter https://ift.tt/3GF3mlN
No comments:
Post a Comment