ଆବଶ୍ୟକ ସାମଗ୍ରୀ: ନଡ଼ିଆ, କର୍ଣ୍ଣଫ୍ଲୋର, ଚିନି, ଲୁଣ, ଡ୍ରାଏ ଫ୍ରୁଟସ୍।
ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ନଡ଼ିଆକୁ କୋରି ଅଳ୍ପ ପାଣି ଦେଇ ତାହାକୁ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ଏହାପରେ ତାହାକୁ ଛାଣି କେବଳ ପାଣି ବାହାର କରି ୨ଟି ପାତ୍ରରେ ରଖନ୍ତୁ। ଗୋଟିଏ ପାତ୍ରରେ ନଡ଼ିଆ ରସର ଏକ ଚତୁର୍ଥାଶଂ କର୍ଣ୍ଣଫ୍ଲୋର ପକାଇ ଗୋଳାଇ ଦିଅନ୍ତୁ। ଅନ୍ୟ ଏକ ପାତ୍ରରେ ଆବଶ୍ୟକ ମୁତାବକ ଚିନି, ଲୁଣ ମିଶାଇ ଦିଅନ୍ତୁ।
ଏହି ମିଶ୍ରଣକୁ ଧିମା ଆଞ୍ଚରେ ଗ୍ୟାସରେ ବସାଇ ଗୋଳାନ୍ତୁ। ଏହା ଫୁଟିବା ଆରମ୍ଭ କଲେ କର୍ଣ୍ଣଫ୍ଲୋର ମିଶ୍ରିତ ଘୋଳ ପକାଇ ଘାଣ୍ଟନ୍ତୁ। ଏହା ଟିକେ ମୋଟା ହୋଇଗଲେ ଗ୍ୟାସ ବନ୍ଦ କରି ଦିଅନ୍ତୁ।
ଏହାପରେ ଏହି ଘୋଳକୁ ଛୋଟ ଛୋଟ ପାତ୍ରରେ ବାହାର କରନ୍ତୁ। ଏହାକୁ ୨ ଘଣ୍ଟା ପାଇଁ ଫ୍ରିଜରେ ରଖି ଦିଅନ୍ତୁ। ଏହାପରେ ସେଥିରେ ଡ୍ରାଏ ଫ୍ରୁଟସ୍ ଦେଇ ସର୍ଭ କରନ୍ତୁ।
The post ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ନଡ଼ିଆ ପୁଡିଂ appeared first on Odisha Reporter.
from Odisha Reporter https://ift.tt/3lYztV6
No comments:
Post a Comment