ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୨୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୫ ଜଣ ୧୮ ବର୍ଷରୁ କମ୍ ବର୍ଗର। ୪୭୮ ସଂକ୍ରମିତଙ୍କ ମଧ୍ୟରୁ ୩୦୬ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୨୧୮ଟି ହେଉଛି ଲୋକାଲ୍ କେସ୍। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।
ଅନୁଗୋଳରୁ ୬ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୦, ଭଦ୍ରକରୁ ୩, ବଲାଙ୍ଗିରରୁ ଜଣେ, କଟକରୁ ୭୫, ଦେବଗଡ଼ରୁ ୨, ଢେଙ୍କାନାଳରୁ ଜଣେ, ଗଞ୍ଜାମ ୩, ଜଗତସିଂହପୁର ୧୫, ଯାଜପୁର ୧୪, କଳାହାଣ୍ଡିରୁ ଜଣେ, କନ୍ଧମାଳରୁ ଜଣେ, କେନ୍ଦ୍ରାପଡ଼ା ୭ଜଣ ଚିହ୍ନଟ ହୋଇଛନ୍ତି। ସେହିପରି କେନ୍ଦୁଝର ୩, କୋରାପୁଟ ୩,ମାଲକାନଗିରି ଜଣେ, ମୟୂରଭଞ୍ଜ ୨୨, ନୟାଗଡ଼ ୩, ନୂଆପଡ଼ାରୁ ଜଣେ, ପୁରୀ ୧୩, ରାୟଗଡ଼ା ୨, ସମ୍ବଲପୁର ୮, ସୁନ୍ଦରଗଡ଼ ୧୧ ଓ ଷ୍ଟେଟପୁଲ ୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୩୦ ୫୧୮ କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୧୦,୧୭,୧୧ ୬ସୁସ୍ଥ ହୋଇ ସାରିଥିବା ବେଳେ ୫,୧୧୧ ଜଣ ଚିକିତ୍ସାଧୀନ ଅଛନ୍ତି।
The post ୫୨୪ କରୋନା ଆକ୍ରାନ୍ତ ମଧ୍ୟରେ ୭୫ ଜଣ ଛୁଆ appeared first on Odisha Reporter.
from Odisha Reporter https://ift.tt/3uVNg1E
No comments:
Post a Comment