ଟି-୨୦ ବିଶ୍ୱକପ ଆରମ୍ଭରୁ ବିପର୍ଯ୍ୟୟ, ବାଂଲାଦେଶକୁ ହରାଇଲା ସ୍କଟଲ୍ୟାଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 17, 2021

ଟି-୨୦ ବିଶ୍ୱକପ ଆରମ୍ଭରୁ ବିପର୍ଯ୍ୟୟ, ବାଂଲାଦେଶକୁ ହରାଇଲା ସ୍କଟଲ୍ୟାଣ୍ଡ

ଦୁବାଇ: ବହୁ ପ୍ରତିକ୍ଷୀତ ଟି-୨୦ ବିଶ୍ୱକପର ପ୍ରଥମ ଦିନରେ ହିଁ ବଡ଼ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ସୁପର ୧୨ ପୂର୍ବରୁ ଆରମ୍ଭ ହୋଇଥିବା ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ଶକ୍ତିଶାଳୀ ବାଂଲାଦେଶକୁ ଅପେକ୍ଷାକୃତ ଦୁର୍ବଳ ସ୍କଟଲ୍ୟାଣ୍ଡ ରୋମାଞ୍ଚକର ଭାବେ ୬ ରନ୍‌ରେ ପରାସ୍ତ କରିଛି।

ମ୍ୟାଚ୍‌ ଆରମ୍ଭରୁ ବାଂଲାଦେଶ ସମସ୍ତଙ୍କ ଫେଭରାଇଟଥିଲା। କିନ୍ତୁ ସ୍କଟଲ୍ୟାଣ୍ଡ ସବୁ କିଛି ଓଲଟପାଲଟ କରି ଦେଇଛି। ବାଂଲାଦେଶ ଆଗରେ ସ୍କଟଲ୍ୟାଣ୍ଡ ୧୪୧ ରନ୍‌ର ଟାର୍ଗେଟ ରଖିଥିଲା। ଏହାର ଜବାବରେ ବାଂଲାଦେଶ କେବଳ ୭ ୱିକେଟ ହରାଇ ୧୩୪ ରନ୍‌ କରିପାରିଥିଲା। ପୂରା ମ୍ୟାଚ୍‌ରେ ସ୍କଟଲ୍ୟାଣ୍ଡର ବୋଲରମାନେ ଜବରଦସ୍ତ ବୋଲିଂ କରିଥିଲେ।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ସ୍କଟଲ୍ୟାଣ୍ଡ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। କିନ୍ତୁ କ୍ରିସ୍ ଗ୍ରୀଭସଙ୍କ ୨୮ ବଲରେ ୪୫ ଓ ମାର୍କ ୱଟ୍ଟଙ୍କ ୨୨ ରନ୍‌ ବଳରେ ଦଳ ୧୪୦ ରନ୍‌ କରିପାରିଥିଲା। ବ୍ୟାଟିଂରେ କମାଲ କରିଥିବା ଗ୍ରୀଭସ ବୋଲିଂରେ ମଧ୍ୟ ଦୁଇଟି ୱିକେଟ ନେଇଥିଲେ। ଏହି ମ୍ୟାଚ୍‌ ବିଜୟୀ ପ୍ରଦର୍ଶନ ପାଇଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଛି।

୧୪୧ ରନ୍‌ର ଟାର୍ଗେଟକୁ ପିଛା କରୁଥିବା ବାଂଲାଦେଶ ଆରମ୍ଭରୁ ଝୁଣ୍ଟିଥିଲା। ଓପନର ସୌମ୍ୟ ସରକାର ଓ ଲିଟନ ଦାସ ୫ ରନ୍‌ ଲେଖାଏ କରି ପ୍ୟାଭିଲିୟନ ଫେରିଥିଲେ। ଅଭିଜ୍ଞ ସାକିବ ଅଲ ହାସନ ଓ ମୁଶଫିକର ରହିମ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ ମଧ୍ୟ ବଡ଼ ଶଟ ଖେଳିବାକୁ ବିଫଳ ହୋଇଥିଲେ। ସାକିବ ୨୮ ବଲରେ ସଂଘର୍ଷପୂର୍ଣ୍ଣ ୨୦ ରନ୍ କରିଥିବା ବେଳେ ରହିମ ୩୮ ରନ୍ କରି ଆଉଟ ହୋଇଥିଲେ।

ଏହାପରେ ବାଂଲାଦେଶ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ଚାଲିଥିଲା। ଅଧିନାୟକ ମହମ୍ମୁଦୁଲ୍ଲା ୨୩ ଓ ମେହେଦି ହାସଲ ୫ ବଲରେ ୧୩ ରନ୍‌ କରିଥିଲେ ହେଁ ଦଳ ସ୍କଟଲ୍ୟାଣ୍ଡର ସ୍କୋର ଠାରୁ ୬ ରନ୍‌ ପଛରେ ରହି ଯାଇଥିଲା।

ସୂଚନାଯୋଗ୍ୟ, ସୁପର ୧୨ ପୂର୍ବରୁ ଖେଳାଯାଉଥିବା ଯୋଗ୍ୟତା ପର୍ଯ୍ୟାୟରେ ମୋଟ ୮ଟି ଦଳ ରହିଛନ୍ତି। ଏମାନଙ୍କୁ ଦୁଇଟି ଗ୍ରୁପ୍‌ରେ ଭାଗ କରାଯାଇଛି। ପ୍ରତି ଗ୍ରୁପ୍‌ରୁ ଟପ୍‌ ୨ ଟିମ୍‌ ସୁପର ୧୨ ପର୍ଯ୍ୟାୟକୁ ଯିବେ। ବାଂଲାଦେଶ, ସ୍କଟଲ୍ୟାଣ୍ଡ, ଓମାନ ଓ ପିଏଜି ଗୋଟିଏ ଗ୍ରୁପ୍‌ରେ ଥିବା ବେଳେ ଶ୍ରୀଲଙ୍କା, ଆର୍ୟଲ୍ୟାଣ୍ଡ, ନେଦରଲ୍ୟାଣ୍ଡସ ଓ ନାମ୍ବିଆ ଅନ୍ୟ ଗ୍ରୁପ୍‌ରେ ରହିଛନ୍ତି।

The post ଟି-୨୦ ବିଶ୍ୱକପ ଆରମ୍ଭରୁ ବିପର୍ଯ୍ୟୟ, ବାଂଲାଦେଶକୁ ହରାଇଲା ସ୍କଟଲ୍ୟାଣ୍ଡ appeared first on Odisha Reporter.



from Odisha Reporter https://ift.tt/3FTXPr1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages