ବଚ୍ଚନ ପରିବାରକୁ ନାକେଦମ କରିଦେଲେଣି ବାଦୁଡ଼ି, ବିଗ୍ ବି ମାଗିଲେ ପରାମର୍ଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 28, 2021

ବଚ୍ଚନ ପରିବାରକୁ ନାକେଦମ କରିଦେଲେଣି ବାଦୁଡ଼ି, ବିଗ୍ ବି ମାଗିଲେ ପରାମର୍ଶ

ମୁମ୍ବାଇ: ବାଦୁଡ଼ି ଯୋଗୁଁ ହଇରାଣ ହେଉଛନ୍ତି ବଲିଉଡ୍‌ର ମେଗାଷ୍ଟାର ଅମିତାଭ ବଚ୍ଚନ ଓ ତାଙ୍କ ପରିବାର। କେମିତି ବାଦୁଡ଼ିଙ୍କ କବଳରୁ ମୁକ୍ତି ପାଇବେ, ସେଥିପାଇଁ ସେମାନେ ଚିନ୍ତାରେ ପଡ଼ିଯାଇଛନ୍ତି।

ଅମିତାଭ ବଚ୍ଚନଙ୍କ ମୁମ୍ବାଇ ସ୍ଥିତ ବାସଭବନ ‘ଜଲ୍‌ସା’ରେ ରହିଛି କଡ଼ା ସୁରକ୍ଷା ବ୍ୟବସ୍ଥା। ଏମିତି ଜଣେ ଚାହିଁଲେ ତାଙ୍କ ଘର ଭିତରକୁ ପଶିପାରିବ ନାହିଁ। କିନ୍ତୁ ସେ ସୁରକ୍ଷା ବ୍ୟବସ୍ଥା ବାଦୁଡ଼ି ମାନଙ୍କୁ ଅଟକାଇ ପାରୁ ନାହିଁ।

ବାଦୁଡ଼ିମାନେ ଅନାୟସରେ ‘ଜଲ୍‌ସା’ ଭିତରକୁ ଚାଲି ଯାଉଛନ୍ତି। ବିଭିନ୍ନ ପ୍ରକାରର ପ୍ରତିକାର ବ୍ୟବସ୍ଥା ସତ୍ତ୍ୱେ ସେମାନେ ସେଠାରୁ ଯିବାର ନାଁ ଧରୁ ନାହାନ୍ତି। ବାଦୁଡ଼ିମାନେ ସାମୟିକ ଭାବେ ଚାଲି ଯାଉଛନ୍ତି ଓ ପରେ ପୁଣି ଆସି ହାଜର ହୋଇଯାଉଛନ୍ତି।

ନିଜେ ଅମିତାଭ ବଚ୍ଚନ ଏକଥା ମଙ୍ଗଳବାର ତାଙ୍କ ବ୍ଲଗ୍‌ରେ ଲେଖିବା ସହିତ କେମିତି ବାଦୁଡ଼ିମାନଙ୍କୁ ତାଙ୍କ ଘରୁ ଦୂରେଇ ରଖାଯାଇପାରିବ, ସେ ନେଇ ପରାମର୍ଶ ଦେବାକୁ ଅନୁରୋଧ କରିଛନ୍ତି।

ଅମିତାଭ ତାଙ୍କ ବ୍ଲଗ୍‌ରେ ଲେଖିଛନ୍ତି ଯେ ବାଦୁଡ଼ିମାନଙ୍କୁ ଘଉଡ଼ାଇବାକୁ ଘରେ ଧୂଆଁ ଦିଆଯାଇଛି। ସାନିଟାଇଜ୍ ଲିକ୍ୱିଡ୍‌ ଦିଆଯାଇଛି। ଭିନ୍ନ କିଛି ତୈଳ ସିଞ୍ଚନ କରାଯାଇଛି। ଏମିତିକି କିଛି ଇଲେକ୍ଟ୍ରୋନିକ୍ସ ଉପକରଣର ବି ବ୍ୟବହାର କରାଯାଇଛି। କିନ୍ତୁ କିଛି କାମ ଦେଉନି। ସେମାନେ ପଳାଇ ଯାଉଛନ୍ତି ଓ ପରେ ପୁଣି ଫେରି ଆସୁଛନ୍ତି। ତେଣୁ ଏହା ବାଦ୍ ଆଉ କ’ଣ କରି ହେବ, ସେ ନେଇ ପରାମର୍ଶ ଦେବାକୁ ସେ ଫ୍ୟାନ୍‌ ମାନଙ୍କୁ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, ଅମିତାଭ ବଚ୍ଚନ ଏବେ ‘କୌନ ବନେଗା କରୋଡ଼ପତି’ର ଚଳିତ ସିଜିନ୍‌ରେ ଆଙ୍କରିଂ କରୁଛନ୍ତି। ଏହା ବ୍ୟତୀତ ତାଙ୍କ ହାତରେ ଅନେକ ଫିଲ୍ମ ରହିଛି। ଆଗାମୀ ଦିନରେ ତାଙ୍କୁ ‘ଗୁଡ୍‌ବାଏ’ ଓ ‘ବ୍ରହ୍ମାସ୍ତ୍ର’ ଭଳି ଫିଲ୍ମରେ ଦେଖିବାକୁ ମିଳିବ।

The post ବଚ୍ଚନ ପରିବାରକୁ ନାକେଦମ କରିଦେଲେଣି ବାଦୁଡ଼ି, ବିଗ୍ ବି ମାଗିଲେ ପରାମର୍ଶ appeared first on Odisha Reporter.



from Odisha Reporter https://ift.tt/2XPV1Ka

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages