ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତାଙ୍କୁ ହତ୍ୟା ଧମକ, ପତ୍ନୀଙ୍କ ପାଖକୁ ଆସିଛି ଚିଠି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 26, 2021

ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତାଙ୍କୁ ହତ୍ୟା ଧମକ, ପତ୍ନୀଙ୍କ ପାଖକୁ ଆସିଛି ଚିଠି

କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିବା ଅଲପନ ବନ୍ଦୋପାଧ୍ୟାୟଙ୍କୁ ଦିଆଯାଇଛି ହତ୍ୟା ଧମକ। ଏନେଇ ତାଙ୍କ ପତ୍ନୀ ସୋନାଲି ଚକ୍ରବର୍ତ୍ତୀଙ୍କ ପାଖକୁ ଆସିଛି ଏକ ଚିଠି।

ସୋନାଲି ଚକ୍ରବର୍ତ୍ତୀ ଏବେ କଲିକତା ବିଶ୍ୱବିଦ୍ୟାଳୟର କୁଳପତି ଅଛନ୍ତି। ତାଙ୍କ ପାଖକୁ ଆସିଥିବା ଚିଠିରେ ଲେଖାଯାଇଛି- ମାଡମ୍‌, ଆପଣଙ୍କ ସ୍ୱାମୀଙ୍କୁ ହତ୍ୟା କରାଯିବ। ଆପଣଙ୍କ ସ୍ୱାମୀଙ୍କୁ କେହି ବଞ୍ଚାଇ ପାରିବେ ନାହିଁ।

ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ କୋଲକାତା ପୁଲିସ୍ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଧରିବାକୁ ପ୍ରୟାସ ଆରମ୍ଭ କରିଛି। ଅଲପନ ବନ୍ଦୋପାଧ୍ୟାୟ ୧୯୮୭ ବ୍ୟାଚ୍‌ର ପଶ୍ଚିମବଙ୍ଗ କ୍ୟାଡରର ଆଇଏଏସ୍ ଅଫିସର ଥିଲେ। ବାତ୍ୟା ୟାସ ବେଳେ ସେ ଚର୍ଚ୍ଚାକୁ ଆସିଥିଲେ।

ବାତ୍ୟା ୟାସ ପରେ କ୍ଷୟକ୍ଷତି ଆକଳନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ଗସ୍ତରେ ଆସିଥିଲେ। ତେବେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେଇ ନଥିଲେ। ସେ କେବଳ ପ୍ରଧାନମନ୍ତ୍ରୀଙ୍କୁ କ୍ଷୟକ୍ଷତି ରିପୋର୍ଟ ଧରାଇ ଦେଇ ଚାଲି ଯାଇଥିଲେ। ଏହି ସମୟରେ ମୁଖ୍ୟ ଶାସନ ସଚିବ ଥିବା ଅଲପନ ବନ୍ଦୋପାଧ୍ୟାୟ ମଧ୍ୟ ମମତାଙ୍କ ସହିତ ସେଠାକୁ ଯାଇଥିଲେ। କିନ୍ତୁ ସେ ବି ସମୀକ୍ଷା ବୈଠକରେ ଯୋଗ ନ ଦେଇ ମମତାଙ୍କ ସହିତ ଫେରିଯାଇଥିଲେ। ଏହା କେନ୍ଦ୍ର ସରକାରଙ୍କୁ କ୍ଷୁବ୍ଧ କରିଥିଲା।

କେନ୍ଦ୍ର ସରକାର ଅଲପନଙ୍କୁ ଦିଲ୍ଲୀ ଡକାଇବା ସହିତ ରିପୋର୍ଟ ତଲବ କରିଥିଲେ। ତାଙ୍କ ବଦଳିକୁ ନେଇ ବାଦବିବାଦ ଲାଗିଥିବା ବେଳେ ସେ ଚାକିରିରୁ ଅବସନ ନେଇ ଯାଇଥିଲେ। ଏହା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କର ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଥିଲେ। ତିନି ବର୍ଷ ପାଇଁ ସେ ଏହି ନିଯୁକ୍ତି ପାଇଛନ୍ତି।

The post ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତାଙ୍କୁ ହତ୍ୟା ଧମକ, ପତ୍ନୀଙ୍କ ପାଖକୁ ଆସିଛି ଚିଠି appeared first on Odisha Reporter.



from Odisha Reporter https://ift.tt/2XRWS1g

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages