ମୁମ୍ବାଇ: ଅଡୁଆରେ ବଲିଉଡ ଗାୟକ ତଥା ବିଗ୍ ବସ୍-୧୪ ଫେମ୍ ଅଭିନେତା ରାହୁଳ ବୈଦ୍ୟ। ତାଙ୍କୁ ମିଳିଛି ହତ୍ୟା ଧମକ। ନିକଟରେ ରାହୁଲ ବୈଦ୍ୟଙ୍କ ନବରାତ୍ରୀ ସ୍ପେଶାଲ ଗୀତ ‘ଗରବେ କି ରାତ’ ରିଲିଜ ହୋଇଛି। ଏହି ଗୀତରେ ରାହୁଳ ଗୁଜରାଟରେ ପୂଜା କରାଯାଉଥିବା ଶ୍ରୀ ମୋଗଲ ମା’ଙ୍କ କଥା ଉଠାଇବା ତାଙ୍କୁ ହମଙ୍ଗା ପଡିଛି।
ପ୍ରକୃତରେ ମୋଗଲ ମା’ଙ୍କୁ ପୂଜା କରୁଥିବା ଭକ୍ତମାନେ ଏହାକୁ ବିରୋଧ କରିଛନ୍ତି, ସେମାନଙ୍କ ଅନୁଯାୟୀ ଏହି ଗୀତରେ ଦେବୀଙ୍କୁ ଉଲ୍ଲେଖ କରିବା ଅନୁଚିତ। ଏହି ମାମଲା ଏବେ ଏତେ ବଢ଼ିଯାଇଛି ଯେ ସେମାନେ ରାହୁଲ ବୈଦ୍ୟଙ୍କୁ ହତ୍ୟା କରିବାକୁ ଧମକ ମଧ୍ୟ ଦେଇଛନ୍ତି।
ରାହୁଲ ବୈଦ୍ୟଙ୍କୁ କ୍ରମାଗତ ଭାବରେ ଧମକପୂର୍ଣ୍ଣ କଲ୍ ଏବଂ ମେସେଜ ଆସୁଛି। ‘ଗାରବେ କି ରାତ’ ଗୀତରୁ ମା’ଙ୍କ ନାମ ହଟାଇବା ପାଇଁ ଭକ୍ତମାନେ ଦାବି କରିଛନ୍ତି। ଏଥିସହ କିଛି ଲୋକେ ଭିନ୍ନ ଭିନ୍ନ ମ୍ୟୁଜିକ ପ୍ଲାଟଫର୍ମରେ ଗୀତକୁ ବ୍ୟାନ୍ କରିବା ପାଇଁ ମଧ୍ୟ ଦାବି ଉଠାଇଛନ୍ତି।
ସେପଟେ ରାହୁଲଙ୍କ ପକ୍ଷରୁ ତାଙ୍କ ଓକିଲ କହିଛନ୍ତି, ଗୀତରେ ସମ୍ମାନର ସହ ଦେବୀ ମା’ଙ୍କ କଥା ଉଠାଯାଇଛି। କାହାର ବି ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା ଆମର ଉଦ୍ଦେଶ୍ୟ ନାହିଁ। ଆମେ ନିଜ ଭୁଲକୁ ସୁଧାରିବାକୁ ଚେଷ୍ଟା କରିବକୁ। ଏଥିପାଇଁ ଆମକୁ କିଛି ଦିନ ସମୟ ଦିଅନ୍ତୁ। କାରଣ ଏହାକୁ ସୁଧାରିବା ପାଇଁ ସମୟ ଲାଗିବ।
‘ଗରବେ କି ରାତ’ ମ୍ୟୁଜିକ ଭିଡିଓକୁ ରାହୁଲ ବୈଦ୍ୟ ଏବଂ ଭୂମି ତ୍ରିବେଦୀ ଗାଇଛନ୍ତି। ୮ ଅକ୍ଟୋବରରେ ଏହି ଗୀତିଟି ରିଲିଜ ହୋଇଥିଲା। ଏଥିରେ ମୁଖ୍ୟ ଭୂମିକାରେ ରାହୁଳ ବୈଦ୍ୟ ଏବଂ ନିଆ ଶର୍ମା ଅଛନ୍ତି।
The post ବିଗ୍ ବସ୍ ଫେମ୍ ଅଭିନେତା ରାହୁଲଙ୍କୁ ହତ୍ୟା ଧମକ appeared first on Odisha Reporter.
from Odisha Reporter https://ift.tt/3p6755s
No comments:
Post a Comment