ଶ୍ରୀଜଗନ୍ନାଥଙ୍କ ଜମି ମ୍ୟୁଟେସନ ଚିଠି ଫେକ୍‌, ହୋଇଥିଲା ହଡ଼ପ ଉଦ୍ୟମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 18, 2021

ଶ୍ରୀଜଗନ୍ନାଥଙ୍କ ଜମି ମ୍ୟୁଟେସନ ଚିଠି ଫେକ୍‌, ହୋଇଥିଲା ହଡ଼ପ ଉଦ୍ୟମ

ସୋର(ଓଡ଼ିଶା ରିପୋର୍ଟର): ଶ୍ରୀଜଗନ୍ନାଥଙ୍କ ଜମିକୁ କିସମ ପରିବର୍ତ୍ତନ ସହ ମ୍ୟୁଟେସନ କରିବା ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୋର ତହସିଲକୁ ଆସିଥିବା ଚିଠି ସମ୍ପୂର୍ଣ୍ଣ ଫେକ୍‌ । ଶ୍ରୀଜଗନ୍ନାଥଙ୍କ ଜମିକୁ ଚଞ୍ଚକତା କରି ହାତେଇବା ଉଦ୍ଦେଶ୍ୟରେ ଏପରି ହୀନ ଉଦ୍ୟମ କରାଯାଇଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି । ତେବେ ଏପରି ଚକ୍ରାନ୍ତ ପଛରେ କିଏ କିଏ ସମ୍ପୃକ୍ତ ଅଛନ୍ତି, ତାହାର ପର୍ଦ୍ଦାଫାସ ହୋଇପାରିନି।

ଶ୍ରୀଜଗନ୍ନାଥଙ୍କ ନାଁରେ ଥିବା ଜମିକୁ ମ୍ୟୁଟେସନ କରି ସ୍ଥିତିବାନ କରିବା ପାଇଁ  ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୋର ତହସିଲକୁ କିଛି ଦିନ ପୂର୍ବେ ଏକ ଚିଠି ଆସିଥିଲା। ଉକ୍ତ ଚିଠିରେ  ଶ୍ରୀମନ୍ଦିର ପ୍ରଶାସନର ଲୋଗୋ  ଥିବା ସହ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ମଧ୍ୟ ସଂଯୋଗ କରାଯାଇଥିଲା।  ମାତ୍ର ଏହାର ବୈଧତାକୁ ନେଇ ତହସିଲଦାରଙ୍କ ସନ୍ଦେହ ଉପୁଜିଥିଲା।

ଏନେଇ ସୋର ତହସିଲଦାର ବିସ୍ତୃତ ଭାବରେ ଶ୍ରୀମନ୍ଦିର ପ୍ରଶାସନକୁ  ଅବଗତ କରାଇଥିଲେ । ଏହା କେତେଦୂର ସଠିକ, ଯାଞ୍ଚ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଗତ ୧୬ତାରିଖରେ ଅବଗତ କରାଇଥିଲେ। 

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଇସ୍ୟୁ ହୋଇଥିବା ଚିଠି।

ସୋର ତହସିଲଦାରଙ୍କ ଅଭିଯୋଗକୁ  ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ  ଗୁରୁତର ସହ ନିଆଯାଇ  ଘଟଣାର ତଦନ୍ତ  ଆରମ୍ଭ କରାଯାଇଥିଲା।  ଯାଞ୍ଚ ପରେ  ଏହା ସମ୍ପୂର୍ଣ୍ଣ ଫେକ୍ ବୋଲି  ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ଏନେଇ ସିଂହଦ୍ୱାର ଥାନାରେ ମାମଲା ରୁଜୁ ହୋଇଛି। ଏହାବାଦ ଉକ୍ତ ଚିଠିକୁ  ଆଧାର କରି କୌଣସି ପଦକ୍ଷେପ ଗ୍ରହଣ ନ କରିବାକୁ ସୋର ତହସିଲଦାରଙ୍କୁ ଅବଗତ କରାଯାଇଛି।

ଅପରପକ୍ଷେ,  କିଛି ଲୋକ ମିଳିତ ଭାବେ ଏହାକୁ ପ୍ରସ୍ତୁତ କରିଛନ୍ତି।  କିନ୍ତୁ ସେଥିରେ ଯାହା ଲୋଗୋ ଅଛି, ଡକ୍ୟୁମେଣ୍ଟ ଅଛି, ଜଗନ୍ନାଥ ମନ୍ଦିରକା କାର୍ଯ୍ୟାଳୟ ଭିତରର କିଛି କର୍ମଚାରୀ ଏଥିରେ ସମ୍ପୃକ୍ତ ଅଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ ଆବଶ୍ୟକ ବୋଲି ସାଧାରଣରେ ଦାବି ହୋଇଛି ।

The post ଶ୍ରୀଜଗନ୍ନାଥଙ୍କ ଜମି ମ୍ୟୁଟେସନ ଚିଠି ଫେକ୍‌, ହୋଇଥିଲା ହଡ଼ପ ଉଦ୍ୟମ appeared first on Odisha Reporter.



from Odisha Reporter https://ift.tt/3pflcoV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages