ନୂଆଦିଲ୍ଲୀ: ଭୋକ ମେଣ୍ଟାଇ ପାରୁନି ଭାରତ। ଦେଶର ସ୍ଥିତି ଆହୁରି ବିଗିଡିବାରେ ଲାଗିଛି। ଭୋକିଲା ତାଲିକାରେ ଆହୁରି ତଳକୁ ଖସିଛି ଭାରତ। ବିଶ୍ୱ ଭୋକିଲା ତାଲିକା-GHIରେ ଭାରତର ସ୍ଥିତି ବେଶ୍ ଚିନ୍ତାଜନକ ରହିଛି। ୧୦୧ତମ ସ୍ଥାନକୁ ଖସି ଆସିଛି ଦେଶ। ୨୦୨୦ରେ ୯୪ତମ ସ୍ଥାନରେ ଥିଲା ଭାରତ।
ତେବେ ଆର୍ଥିକ ଓ ରାଜନୈତିକ ଅସ୍ଥିରତା ଥିବା ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ, ବାଂଲାଦେଶ ଏବଂ ନେପାଳ କିନ୍ତୁ ଭାରତ ଆଗରେ ରହିଛି। ତାଲିକାର ୭୬ ନମ୍ବରରେ ନେପାଳ ଓ ବାଂଲାଦେଶ, ୭୧ରେ ମିଆଁମାର, ୯୨ରେ ପାକିସ୍ତାନ ରହିଛି।
ଏଥର ଭାରତର ହଙ୍ଗର ପଏଣ୍ଟ ୩୮.୮ରୁ ଖସି ୨.୮ରେ ପହଞ୍ଚିଛି । ସମାନ ଅବସ୍ଥା ୨୦୧୨ରେ ବି GHIରେ ପରିଲକ୍ଷିତ ହୋଇଥିଲା। ଚୀନ, ବ୍ରାଜିଲ, କୁଏତ ଭଳି ୧୮ଟି ରାଷ୍ଟ୍ର ଏହି ତାଲିକାର ଶୀର୍ଷ ୫ରେ ରହିଛନ୍ତି ବୋଲି କ୍ଷୁଧା ଏବଂ ପୁଷ୍ଟିହୀନତା ଉପରେ ନଜର ରଖିଥିବା ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସର ୱେବସାଇଟ ଗୁରୁବାର ଦିନ କହିଛି।
ରିପୋର୍ଟ ଅନୁଯାୟୀ ଭାରତରେ ଶିଶୁ ଅପଚୟ ହାର ୧୯୯୮ ରୁ ୨୦୦୨ ମଧ୍ୟରେ ୧୭.୧ ପ୍ରତିଶତରୁ ୨୦୧୬ ରୁ ୨୦୨୦ ମଧ୍ୟରେ ୧୭.୩ ପ୍ରତିଶତକୁ ବୃଦ୍ଧି ପାଇଛି।
ଶିଶୁଙ୍କ ପୃଷ୍ଟିକରଣ, ଅପପୃଷ୍ଟି, ଖାଦ୍ୟ ପରିମାଣ, ଖାଦ୍ୟରେ ଥିବା ପୋଷଣ, ଶିଶୁ ମୃତ୍ୟୁହାର ଭଳି ବିଭିନ୍ନ ଦିଗକୁ ନେଇ ଏହି ତାଲିକା ପ୍ରସ୍ତୁତ କରାଯାଇଥାଏ। ୧୧୬ ଦେଶକୁ ନେଇ ପ୍ରସ୍ତୁତ ହୋଇଥିବା ତାଲିକାର ସବୁଠୁ ତଳେ ଆଫ୍ରିକୀୟ ରାଷ୍ଟ୍ର ସୋମାଲିଆ ରହିଛି।
ଗତ ଦୁଇ ବର୍ଷ ଧରି କରୋନା ସାରା ବିଶ୍ୱର ଅର୍ଥନୀତିକୁ ପ୍ରଭାବିତ କରିଛି। ଭାରତରେ ବି କରୋନା ମହାମାରୀ କାୟା ବିସ୍ତାର କରିବା ପରେ ସ୍ଥିତି ବିଗିଡ଼ିଥିଲା।
The post ଭୋକ ମେଣ୍ଟାଇ ପାରୁନି ଭାରତ appeared first on Odisha Reporter.
from Odisha Reporter https://ift.tt/3p4aEsB
No comments:
Post a Comment