ନୀଳଗିରି (ବିଶ୍ୱମ୍ବର ଦାସ): ନାବାଳିକାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଜଣେ ଯୁବକଙ୍କୁ ଗାଁ ଦାଣ୍ଡରେ ବାନ୍ଧି ନିସ୍ତୁକ ପିଟିଲେ ଗ୍ରାମବାସୀ। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରିର ପାଣବନ୍ଧ ଗାଁରେ। ଏହାସହ ଯୁବକଙ୍କୁ କିଛି ଆର୍ଥିକ ଜରିମାନା ସହ ଗାଁ ଛାଡି ଚାଲିଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗ୍ରାମବାସୀ। ଯୁବକଜଣଙ୍କ ଶ୍ରମିକ ବୋଲି ଜଣାପଡ଼ିଛି। ସେ ପାଣବନ୍ଧ ଗାଁରେ ମେଗା ଜଳପ୍ରକଳ୍ପରେ କାମ କରନ୍ତି। ତାଙ୍କ ଘର ରାଜସ୍ଥାନରେ ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ଗତକାଲି ଅପରାହ୍ଣ ସମୟରେ ଗାଁର ଦୁଇ ଜଣ ନାବାଳିକାଙ୍କୁ ଶ୍ରମିକଜଣଙ୍କ ଦୁର୍ବ୍ୟବହାର କରିଥିଲେ। ଏନେଇ କଥା ପ୍ରଘଟ ହେବାପରେ ଗ୍ରାମବାସୀ ବିଳମ୍ବିତ ରାତିରେ ତାଙ୍କୁ କ୍ୟାମ୍ପରୁ ଉଠାଇ ଆଣି ଗାଁ ଦାଣ୍ଡରେ ବାନ୍ଧି ନିସ୍ତୁକ ପିଟିଥିଲେ। ଏହାସହ ରାତିସାରା ଗାଁ ଦାଣ୍ଡରେ ବାନ୍ଧି ରଖିଥିଲେ। ଆଜି ସକାଳେ ସମ୍ପୃକ୍ତ ଯୁବକଙ୍କୁ କିଛି ଜରିମାନା କରିବା ସହ ଛାଡ଼ି ଦେଇଥିଲେ ଗ୍ରାମବାସୀ।
ନୀଳଗିରି ଅଞ୍ଚଳରେ ମେଗା ପାନୀୟ ଜଳ ପ୍ରକଳ୍ପ ଯୋଜନାରେ ବିଭିନ୍ନ ଗ୍ରାମକୁ ପାଇପ ସଂଯୋଗୀକରଣ କାମ ଚାଲିଛି। ଏଥିରେ କାମ କରୁଥିବା ଶ୍ରମିକମାନେ ପାଣବନ୍ଧ ଗାଁରେ କ୍ୟାମ୍ପ ପକାଇ ରହୁଛନ୍ତି।
The post ନାବାଳିକାଙ୍କୁ ଦୁର୍ବ୍ୟବହାର ଅଭିଯୋଗ: ଯୁବକଙ୍କୁ ବାନ୍ଧି ନିସ୍ତୁକ ଛେଚିଲେ appeared first on Odisha Reporter.
from Odisha Reporter https://ift.tt/2ZjljFG
No comments:
Post a Comment