ଶ୍ରୀନଗର: ଜମ୍ମୁ-କଶ୍ମୀରରେ ରହୁଥିବା ସଂଖ୍ୟାଲଘୁ ସଂପ୍ରଦାୟ ଉପରେ ଆତଙ୍କୀ ହମଲା ପରେ ଚେତିଛି ପ୍ରଶାସନ। ଏଣିକି ସଂଖ୍ୟାଲଘୁଙ୍କ ସୁରକ୍ଷାରେ ନିୟୋଜିତ ହେବ ଡ୍ରୋନ। ଡ୍ରୋନ ଦ୍ୱାରା ସେମାନଙ୍କୁ ପ୍ରଶାସନ ଓ ସୁରକ୍ଷାକର୍ମୀଙ୍କ ପକ୍ଷରୁ ୨୪ ଘଣ୍ଟା ସୁରକ୍ଷା ଯୋଗାଇ ଦିଆଯିବ।
ବିଶେଷ କରି ଦକ୍ଷିଣ କଶ୍ମୀରରେ ରହୁଥିବା ସଂଖ୍ୟାଲଘୁଙ୍କ ସୁରକ୍ଷା ହିଁ ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ତେଣୁ ଏଠାରେ ବିପୁଳ ସଂଖ୍ୟାରେ ଡ୍ରୋନ ବ୍ୟବହାର କରାଯିବ। ନିକଟରେ ଆତଙ୍କବାଦୀମାନେ କଶ୍ମୀରର ବିଭିନ୍ନ ସ୍ଥାନରେ ସଂଖ୍ୟାଲଘୁ ଓ ବାହାର ରାଜ୍ୟର ଲୋକଙ୍କୁ ଟାର୍ଗେଟ କରିଥିଲେ। ଦିନକୁ ଦିନ ଆକ୍ରମଣ ସଂଖ୍ୟା ବଢ଼ୁଥିବାରୁ ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ଆଜି ଠାରୁ ୩ ଦିନିଆ ଜମ୍ମୁ-କଶ୍ମୀର ଗସ୍ତରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଯାଉଛନ୍ତି। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏହାପୂର୍ବରୁ ସିଆରପିଏଫ ଓ ପୁଲିସ୍ ପକ୍ଷରୁ ଶ୍ରୀନଗର ଏବଂ ଲାଲ ଚୌକ ଠାରେ ଡ୍ରୋନ ନିୟୋଜିତ କରି ସଂଖ୍ୟାଲଘୁଙ୍କ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରାଯାଉଛି।
ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମଥର ପାଇଁ ଅମିତ ଶାହ ସେଠାକୁ ଯାଉଛନ୍ତି। ତେଣୁ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ପୂର୍ବ ତୁଳନାରେ ଅଧିକ କଡ଼ାକଡ଼ି କରାଯାଇଛି। ସିଆରପିଏଫ ପକ୍ଷରୁ ଶ୍ରୀନଗରର ପ୍ରତାପ ପାର୍କ ଅଞ୍ଚଳରେ ଡ୍ରୋନ ଉଡ଼ାଇ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରାଯାଇଛି।
Jammu and Kashmir | In view of recent incidents, a drone grid is made in Srinagar city with the collective efforts of DG J&K and IG CRPF. The main motive is surveillance of minority areas and providing them security: Mathew A John, DIG CRPF (operations) pic.twitter.com/UkT8G6AnXK
— ANI (@ANI) October 22, 2021
ସିଆରପିଏଫର ଡେପୁଟି ଇନସପେକ୍ଟର ଜେନେରାଲ(ଅପରେସନ) ମାଥେଭ ଏ ଜନ କହିଛନ୍ତି, ସିଆରପିଏଫ ଓ ପୁଲିସ୍ ପକ୍ଷରୁ ଆଜିଠାରୁ ପରୀକ୍ଷାମୂଳକ ଭାବେ ଡ୍ରୋନର ବ୍ୟବହାର କରାଯାଇଛି। ସଂଖ୍ୟାଲଘୁମାନେ ଯେଉଁ ସବୁ ଅଞ୍ଚଳରେ ରହିଛନ୍ତି, ସେଠାରେ ଡ୍ରୋନଗୁଡ଼ିକୁ ମୁତୟନ କରାଯିବ।
୨୪ ଘଣ୍ଟା ପୂରା ସ୍ଥିତି ଉପରେ ନଜର ରଖାଯିବ। ନିକଟରେ ସଂଖ୍ୟାଲଘୁ ଓ ପ୍ରବାସୀ ଶ୍ରମିକଙ୍କ ଉପରେ ହେଉଥିବା ହମଲାର ସଂଖ୍ୟା ବଢ଼ିବାରୁ ଏପରି ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଗତ ୨ ସପ୍ତାହ ମଧ୍ୟରେ ଆତଙ୍କବାଦୀମାନେ ୧୧ ଜଣ ସାଧାରଣ ଲୋକଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀରରେ ରହୁଥିବା ସଂଖ୍ୟାଲଘୁ ଓ ପ୍ରବାସୀ ଶ୍ରମିକମାନଙ୍କୁ ହିଁ ଟାର୍ଗେଟ କରୁଛନ୍ତି। ଏହାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି।
The post ଆତଙ୍କୀ ହମଲା ପରେ ଚେତା ପଶିଲା, କଶ୍ମୀର ସଂଖ୍ୟାଲଘୁଙ୍କ ଉପରେ ନଜର ରଖିବ ଡ୍ରୋନ appeared first on Odisha Reporter.
from Odisha Reporter https://ift.tt/3GgSfim
No comments:
Post a Comment