ସଲମାନ୍‌ଙ୍କ ମୁହଁରେ ‘ମାନିକେ ମାଗେ ହିତେ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 10, 2021

ସଲମାନ୍‌ଙ୍କ ମୁହଁରେ ‘ମାନିକେ ମାଗେ ହିତେ’

ମୁମ୍ବାଇ: ଇଣ୍ଟରନେଟ୍‌ ସେନ୍‌ସେସନ୍‌ ପାଲଟିଛି ଗୀତ ‘ମାନିକେ ମାଗେ ହିତେ’। ସମସ୍ତଙ୍କ ମୁହଁରେ ଏହି ଗୀତ ଏବେ ଶୁଣିବାକୁ ମିଳିଛି। ବି-ଟାଉନ ଠାରୁ ଆରମ୍ଭ ଟିଭିର କଳାକାରମାନେ ନିଜ ନିଜ ଅନ୍ଦାଜରେ ଏହି ଗୀତରେ ରିଲ୍‌ ଭିଡିଓ ତିଆରି କିର ସୋଶାଲ ମିଡିଆରେ ଭାଇରାଲ ହେଉଛନ୍ତି। ଏବେ ଏହି ତାଲିକାରେ ଯୋଡି ହୋଇଛି ବଲିଉଡର ଭାଇଜାନ ସଲମାନ ଖାନ୍‌ଙ୍କ ନାଁ।

ସଲମାନଙ୍କ ମୁହଁରୁ ଶୁଣିବାକୁ ମିଳିଛି ‘ମାନିକେ ମାଗେ ହିତେ’। ସେ ନିଜ ଅନ୍ଦାଜରେ ଏହି ଗୀତକୁ ଗାଇଛନ୍ତି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ବିଗ୍‌ ବସ୍‌-୧୫ ସେଟ୍‌ରେ ୟୋହାନିଙ୍କ ସହ ମିଶି ସଲମାନ ଏହି ଗୀତ ଗାଇଛନ୍ତି।

ଟିଭି ରିଆଲିଟି ଶୋ’ ବିଗ୍‌ ବସ୍‌-୧୫ର ୱିକେଣ୍ଡ କା ବାର୍‌ ଏପିସୋଡ୍‌ରେ ସଲମାନ ଏହି ଗୀତ ଗାଇଛନ୍ତି। ତାଙ୍କୁ ଏହି ଗୀତ ଗାଇବା ଷ୍ଟାଇଲ୍‌ ଶିଖାଇଛନ୍ତି ଖୋଦ୍‌ ଏହି ଗୀତକୁ ଗାଇଥିବା ଶ୍ରୀଲଙ୍କାର ସିଙ୍ଗର ୟୋହାନି। ବିଗ୍‌ ବସ୍‌-୧୫ ସେଟ୍‌ରେ ୟୋହାନି ଏବଂ ସଲମାନ ଏକାଠି ନଜର ଆସିଛନ୍ତି।

ପ୍ରକୃତରେ ୟୋହାନି ଏହି ଶୋ’କୁ ଅତିଥି ରୂପେ ଆସିଥିଲେ। ସେ ସେଟ୍‌ ଉପରେ ସଲମାନଙ୍କୁ ତାଙ୍କ ଫେମସ୍‌ ଗୀତ ‘ମାନି କେ ମାଗେ ହିତେ’ ଗାଇବା ଶିଖାଇଥିଲେ। ଏହାପରେ ସଲମାନ ବେଶ୍‌ ମଜାଳିଆ ଢ଼ଙ୍ଗରେ ଏହି ଗୀତକୁ ଗାଇଥିଲେ। ଏଥିସହ ଗୀତରେ ଅନେକ ଲିରିକ୍ସକୁ ମଧ୍ୟ ଭୁଲ୍‌ ଉଚ୍ଚାରଣ କରିଥିଲେ। ତାଙ୍କର ଗୀତ ଗାଇବା ଷ୍ଟାଇଲ୍‌ ଦେଖି ସମସ୍ତେ ହସି ହସି ଗଡିଯାଇଥିଲେ। ସଲମାନ ଏବଂ ୟୋହାନିଙ୍କ ଏହି ଭିଡିଓକୁ କଲର୍ସ ଚ୍ୟାନେଲ ତରଫରୁ ଶେୟାର କରାଯାଇଛି। ଏହା ସାମ୍ନାକୁ ଆସିବା ପରେ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

 

View this post on Instagram

 

A post shared by ColorsTV (@colorstv)

The post ସଲମାନ୍‌ଙ୍କ ମୁହଁରେ ‘ମାନିକେ ମାଗେ ହିତେ’ appeared first on Odisha Reporter.



from Odisha Reporter https://ift.tt/3mIeLYu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages