ଡେରାଡୁନ: ଉତ୍ତରାଖଣ୍ଡର ବାଗେଶ୍ୱର ଠାରେ ଥିବା ସୁଉଚ୍ଚ ତ୍ରିଶୂଲ ପର୍ବତରେ ଅଘଟଣ ଘଟିଛି। ପାହାଡ଼ ଉପରୁ ଚଢ଼ୁଥିବା ନୌସେନାର ଗୋଟିଏ ଟିମ୍ ହଠାତ୍ ବରଫ ସ୍ଖଳନର ସମ୍ମୁଖୀନ ହୋଇଛି। କିଛି କର୍ମଚାରୀ ବରଫ ଅତଡ଼ା ଧସିବା ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବେ ବେଳ ୫ ଜଣ ନିଖୋଜ ହୋଇ ଯାଇଛନ୍ତି। ନୌସେନାର ନିଖୋଜ ୫ ଜଣ ପର୍ବତାରୋହୀଙ୍କୁ ଉଦ୍ଧାର କରିବା ପାଇଁ ହେଲିକପ୍ଟର ନିୟୋଜତ କରାଯାଇଛି। ତେବେ ଏଯାଏ ସେମାନଙ୍କର ପତ୍ତା ମିଳିନି।
ମିଳିଥିବା ସୂଚନା ଅନୁସାରେ, ସେପ୍ଟେମ୍ବର ୩ରେ ୭,୧୨୦ ମିଟର ଉଚ୍ଚ ତ୍ରିଶୂଲ ପର୍ବତର ଶିଖରେ ପହଞ୍ଚିବାକୁ ମୁମ୍ବାଇରୁ ନୌସେନାର ଗୋଟିଏ ପର୍ବତାରୋହୀ ଟିମ ବାହାରିଥିଲା। ଏଥିରେ ୨୦ ଜଣ ସଦସ୍ୟ ରହିଥିଲେ। ଶୁକ୍ରବାର ଏମାନେ ପାହାଡ଼ ଉପରୁ ଚଢ଼ୁଥିବା ବେଳେ ହଠାତ ହିମ ସ୍ଖଳନ ହୋଇଥିଲା। ବରଫ ଅତଡ଼ା ଧସିବା ଘଟଣାର ସମ୍ମୁଖୀନ ୧୦ ଜଣ ସଦସ୍ୟ ହୋଇଥିଲେ। ୫ ଜଣ ଅଳ୍ପକେ ବର୍ତ୍ତି ଯାଇଥିବେ ବେଳେ ଅନ୍ୟ ୫ ଜଣ ନିଖୋଜ ହୋଇଯାଇଥିଲେ।
#IndianNavy mountaineering expedition to Mt Trishul, Uttarakhand caught in an avalanche near the summit today.
All out efforts for Search and Rescue (SAR) being progressed by the ground team and helicopters from #IndianArmy, #IndianAirForce & State Disaster Response Force (1/2).— SpokespersonNavy (@indiannavy) October 1, 2021
ଖବର ପାଇ ଉଦ୍ଧାକାରୀ ଦଳ ଯୋଶୀମଠରେ ପହଞ୍ଚିଥିଲେ। କିନ୍ତୁ ଖରାପ ପାଗ ଯୋଗୁ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହୋଇ ପାରି ନଥିଲା। ଏବେ ସ୍ଥଳ ସେନା, ବାୟୁସେନା ଓ ଏସଡିଆରଏଫର ସଦସ୍ୟମାନେ ମିଳିତ ଭାବେ ହେଲିକପ୍ଟର ଦ୍ୱାରା ନିଖୋଜ କର୍ମଚାରୀଙ୍କୁ ଠାବ କରିବାକୁ ଉଦ୍ୟମ କରୁଛନ୍ତି। ରିପୋର୍ଟ ଲେଖା ହେବା ବେଳକୁ କର୍ମଚାରୀଙ୍କର ପତ୍ତା ମିଳିନାହିଁ।
The post ବରଫ ଅତଡ଼ା ଧସିବାରୁ ନୌସେନାର ୫ କର୍ମଚାରୀ ନିଖୋଜ, ଚାଲିଛି ସର୍ଚ୍ଚ ଅପରେସନ appeared first on Odisha Reporter.
from Odisha Reporter https://ift.tt/3ovbHSb
No comments:
Post a Comment