ବେଙ୍ଗାଲୁରୁ: ହୃଦ୍ଘାତର ଶିକାର ହୋଇଛନ୍ତି କନ୍ନଡ଼ ଅଭିନେତା ପୁନୀତ ରାଜକୁମାର। ତାଙ୍କୁ ବେଙ୍ଗାଲୁରୁର ବିକ୍ରମ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ରହିଛି ଓ ତାଙ୍କୁ ଆଇସିୟୁରେ ରଖାଯାଇଛି। ଏକ ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି। କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବାସବରାଜ ଏସ୍ ବୋମାଇ ମଧ୍ୟ ହସ୍ପିଟାଲ୍ ଯାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ଚିକିତ୍ସା ବ୍ୟବସ୍ଥା ସଂପର୍କରେ ଡାକ୍ତରମାନଙ୍କୁ ପଚାରି ବୁଝିଛନ୍ତି।
୪୬ ବର୍ଷୀୟ ପୁନୀତ୍ଙ୍କର ଆଜି ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ହାର୍ଟଆଟାକ୍ ହୋଇଥିଲା। ତା’ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଖୁବ୍ଶୀଘ୍ର ତାଙ୍କ ସ୍ଥିତି ନେଇ ଏକ ବୁଲେଟିନ୍ ଜାରି କରାଯିବ ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି।
ପୁନୀତ୍ଙ୍କୁ ଫ୍ୟାନ୍ମାନେ ଆପୁ ବୋଲି ସମ୍ବୋଧନ କରନ୍ତି। ସେ ହେଉଛନ୍ତି କନ୍ନଡ଼ର ପ୍ରଖ୍ୟାତ ଅଭିନେତା ରାଜକୁମାରଙ୍କ ପୁଅ। ସେ ଏଯାବତ ୨୯ଟି କନ୍ନଡ଼ ଫିଲ୍ମରେ ଲିଡ୍ ରୋଲ୍ରେ ଅଭିନୟ କରିଛନ୍ତି।
ପୁନୀତ୍ ଶିଶୁ କଳାକାର ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ୧୯୮୫ରେ ସେ ଶ୍ରେଷ୍ଠ ଶିଶୁ କଳାକାର ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ସେ ଶ୍ରେଷ୍ଠ ଶିଶୁ କଳାକାର ଭାବେ କର୍ଣ୍ଣାଟକା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଥିଲେ। ୨୦୦୨ରେ ସେ ଆପ୍ପୁ ଫିଲ୍ମରେ ପ୍ରଥମ ଥର ହିରୋ ହୋଇଥିଲେ। ସେହିଦିନଠାରୁ ଫ୍ୟାନ୍ମାନେ ତାଙ୍କୁ ଆପ୍ପୁ ସମ୍ବୋଧିତ କରନ୍ତି। ଶେଷଥର ପାଇଁ ଚଳିତ ବର୍ଷ ତାଙ୍କୁ ‘ଯୁବରତ୍ନ’ ଫିଲ୍ମରେ ଦେଖିଥିଲେ ଦର୍ଶକ।
The post ଅଭିନେତା ପୁନୀତ ରାଜକୁମାର ଆଇସିୟୁରେ ଭର୍ତ୍ତି appeared first on Odisha Reporter.
from Odisha Reporter https://ift.tt/3BC40Nb
No comments:
Post a Comment