ଟ୍ୱିଟରକୁ ଟକ୍କର ଦେବ ଟ୍ରମ୍ପଙ୍କ ‘ଟ୍ରୁଥ ସୋଶାଲ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 20, 2021

ଟ୍ୱିଟରକୁ ଟକ୍କର ଦେବ ଟ୍ରମ୍ପଙ୍କ ‘ଟ୍ରୁଥ ସୋଶାଲ’

ୱାଶିଂଟନ: ଟ୍ୱିଟରକୁ ଟକ୍କର ଦେବେ ଅମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ବ୍ୟାନ୍‌ ପରେ ନିଜର ସୋଶାଲ ମିଡିଆ ପ୍ଲାଟଫର୍ମ ତିଆରି କଲେ ଟ୍ରମ୍ପ। ଏନେଇ ସେ ବଡ ଘୋଷଣା କରିଛନ୍ତି। ସେ ନିଜର ସୋଶାଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ ସୋଶାଲ’ ଲଞ୍ଚ କରିବାକୁ ଘୋଷଣା କରିଛନ୍ତି।

ଟ୍ରମ୍ପ ଟ୍ୱିଟରକୁ ଟାର୍ଗେଟ କରି କହିଛନ୍ତି ଯେ, ‘ଟ୍ରମ୍ପ ମିଡିଆ ଆଣ୍ଡ ଟେକ୍ନୋଲୋଜି ଗ୍ରୁପ୍ ଏବଂ ଏହାର ‘ଟ୍ରୁଥ୍ ସୋସିଆଲ୍’ ଆପ୍ ଲଞ୍ଚ କରିବାର ଲକ୍ଷ୍ୟ ହେଉଛି ବଡ଼ ବୈଷୟିକ କମ୍ପାନିଗୁଡିକ ପାଇଁ ପ୍ରତିଦ୍ୱନ୍ଦ୍ୱୀ ସୃଷ୍ଟି କରିବା। ଆମେ ଏପରି ଏକ ଦୁନିଆରେ ବାସ କରୁଛୁ ଯେଉଁଠି ଟ୍ୱିଟରରେ ସାଧାରଣ ଲୋକଙ୍କ ସମେତ ତାଲିବାନର ମଧ୍ୟ ଉପସ୍ଥିତି ରହିଛି। ତଥାପି ଆପଣମାନଙ୍କ ପ୍ରିୟ ଆମେରିକାର ରାଷ୍ଟ୍ରପତି ଏହା ଦେଖି ବି ଚୁପ୍ ରହିଛନ୍ତି। ଏହା ଆଦୌ ଗ୍ରହଣୀୟ ନୁହେଁ। ମୁଁ ବିଗ୍ ଟେକ୍‌ର ଅତ୍ୟାଚାର ବିରୁଦ୍ଧରେ ଠିଆ ହେବା ପାଇଁ ଟ୍ରୁଥ୍ ସୋଶାଲ୍ ଏବଂ ଟିଏମଟିଜି ତିଆରି କରିଛି।’

କୁହାଯାଉଛି ଯେ, ଟ୍ରମ୍ପଙ୍କ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର ସହିତ ସମାନ ହେବ, ଯେଉଁଥିରେ ସୋସିଆଲ ମିଡିଆ ବ୍ୟବହାରକାରୀ ସେମାନଙ୍କର ଚିନ୍ତାଧାରା, ଫଟୋ ଏବଂ ଭିଡିଓ ଶେୟାର କରିପାରିବେ। କମ୍ପାନୀ କହିଛି ଯେ ଏହା ଏକ ଭିଡିଓ-ଅନ୍-ଡିମାଣ୍ଡ ସେବା ଯୋଜନା କରୁଛି ଯେଉଁଥିରେ ମନୋରଞ୍ଜନ ପ୍ରୋଗ୍ରାମିଂ, ନ୍ୟୁଜ୍ ଏବଂ ପୋଡକାଷ୍ଟ ଅନ୍ତର୍ଭୂକ୍ତ ହେବ।

ଉଲ୍ଲେଖଯୋଗ୍ୟ, ଜାନୁଆରୀ ୬ ତାରିଖରେ ଟ୍ୱିଟର ଏବଂ ଫେସବୁକ ଟ୍ରମ୍ପଙ୍କ ଆକାଉଣ୍ଟ ବ୍ଲକ କରିଥିଲା। ସେ ଆମେରିକା ସଂସଦରେ ଭଙ୍ଗରୁଜା କରିଥିବା ବିରୋଧୀଙ୍କୁ ସେ ଉସକାଇଥିବା ଅଭିଯୋଗ ହୋଇଥିଲା। ସେବେଠାରୁ ସେ ସୋଶାଲ ମିଡିଆକୁ ଫେରିବା ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି।

The post ଟ୍ୱିଟରକୁ ଟକ୍କର ଦେବ ଟ୍ରମ୍ପଙ୍କ ‘ଟ୍ରୁଥ ସୋଶାଲ’ appeared first on Odisha Reporter.



from Odisha Reporter https://ift.tt/3AV6Hc8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages