ପେଟ୍ରୋଲ୍‌ ଲିଟର ପିଛା ଦର ୧୧୮ ଟଙ୍କା ଟପିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 22, 2021

ପେଟ୍ରୋଲ୍‌ ଲିଟର ପିଛା ଦର ୧୧୮ ଟଙ୍କା ଟପିଲା

ନୂଆଦିଲ୍ଲୀ: ତୈଳ ଦର ପ୍ରତିଦିନ ବଢୁଥିବା ବେଳେ ମଧ୍ୟ ପ୍ରଦେଶର ବାଲଘାଟରେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୧୮ଟଙ୍କା ୨୫ ପଇସା ହୋଇଛି। ସେହିଭଳି ଏଠାରେ ଡିଜେଲ ଲିଟର ପିଛା ୧୦୭ ଟଙ୍କା ୪୬ ପଇସା ହୋଇଛି।

ଦିଲ୍ଲୀରେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୦୭ ଟଙ୍କା ୨୪ ପଇସାକୁ ବୃଦ୍ଧି ପାଇଥିବା ବେଳେ ଡିଜେଲ ଦର ୯୫ ଟଙ୍କା ୯୭ ପଇସା ହୋଇଛି।

ସେହିଭଳି ମୁମ୍ବାଇରେ ପେଟ୍ରୋଲ ଦର ଲିଟର ପିଛା ୧୧୩ ଟଙ୍କା ୧୨ ପଇସା ହୋଇଥିବା ବେଳେ ଡିଜେଲ ଦର ୧୦୪ ଟଙ୍କା ହୋଇଛି।

କୋଲକାତାରେ ପେଟ୍ରୋଲ ଓ ଡିଜେଲ ଦର ଯଥାକ୍ରମେ ୧୦୭ ଟଙ୍କା ୭୮ ପଇସା ଓ ୯୯ ଟଙ୍କା ୦୮ ପଇସା ରହିଛି। ଚେନ୍ନାଇରେ ଏହି ଦର ଯଥାକ୍ରମେ ୧୦୪ ଟଙ୍କା ୨୨ ପଇସା ଓ ୧୦୦ ଟଙ୍କା ୨୫ ପଇସା ରହିଛି।

ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୮ ଟଙ୍କା ୧୯ ପଇସା ହୋଇଥିବାବେଳେ ଡିଜେଲ୍ ୧୦୪ ଟଙ୍କା ୭୦ ପଇସା ହୋଇଛି। ସେହିପରି ମାଲକାନଗିରିରେ ପେଟ୍ରୋଲ ଲିଟର ପିଛା ୧୧୩ ଟଙ୍କା ୭୮ ପଇସା ଓ ଡିଜେଲ ଲିଟର ପ୍ରତି ଦର ୧୧୦ ଟଙ୍କା ୯ ପଇସାରେ ପହଞ୍ଚିଛି। କଟକରେ ପେଟ୍ରୋଲ ଲିଟର ୧୦୮ ଟଙ୍କା ୫୧ ପଇସା ଏବଂ ଡିଜେଲ୍ ଦର ଲିଟର ପ୍ରତି ୧୦୫.୮୨ ଟଙ୍କାରେ ବିକ୍ରି ହେଉଛି।

The post ପେଟ୍ରୋଲ୍‌ ଲିଟର ପିଛା ଦର ୧୧୮ ଟଙ୍କା ଟପିଲା appeared first on Odisha Reporter.



from Odisha Reporter https://ift.tt/3npeV7P

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages