ହ୍ୱାଟସଆପ୍‌ ଚାଟ୍‌ରୁ ନୂଆ ଖୁଲାସା, ୮୦,୦୦୦ ଟଙ୍କାର ମଗାଇଥିଲେ ଡ୍ରଗ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 26, 2021

ହ୍ୱାଟସଆପ୍‌ ଚାଟ୍‌ରୁ ନୂଆ ଖୁଲାସା, ୮୦,୦୦୦ ଟଙ୍କାର ମଗାଇଥିଲେ ଡ୍ରଗ୍ସ

ମୁମ୍ବାଇ: ବଲିଉଡ ବାଦଶାହା ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌ଙ୍କ ଡ୍ରଗ୍ସ ମାମଲାରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ଏହି ମାମଲାରେ ଆର୍ଯ୍ୟନ୍‌ଙ୍କ ପରେ ଏବେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ମଧ୍ୟ ହରଡାଘଣାରେ ପଡିଛନ୍ତି। ଡ୍ରଗ୍ସ ମାଲରେ ଆର୍ଯ୍ୟନ୍‌ ଏବଂ ଅନନ୍ୟାଙ୍କ ମଧ୍ୟରେ ହ୍ୱାଟସଅପ ଜରିଆରେ ଚାଟିଂ ହୋଇଥିଲା। ଉଭୟଙ୍କ ମଧ୍ୟ ହୋଇଥିବା ହ୍ୱାଟସଅପ୍‌ ଚାଟିଂର ସ୍କ୍ରିନ୍‌ ସଟ୍‌ ସାମ୍ନାକୁ ଆସିଛି।

ଆର୍ଯ୍ୟନ ଏବଂ ଅନନ୍ୟାଙ୍କ ମଧ୍ୟରେ ହୋଇଥିବା ଚାଟିଂରେ ଡ୍ରଗ୍ସ କାରବାର ଏବଂ ଏନ୍‌ସିବି ବିଷୟରେ ଉଲ୍ଲେଖ ଅଛି। ଗ୍ରୁପ ଚାଟିଂର ଏହି ସ୍କ୍ରିନ୍‌ ସଟ୍‌ରେ ଆର୍ଯ୍ୟନ୍‌ଙ୍କୁ ‘କୋକେନ୍‌ ଟୁମାରେ’ (ଏକ ପ୍ରକାର ଡ୍ରଗ୍ସ)ର ପ୍ରସ୍ତାବ ଦିଆଯାଇଥିବା ଦେଖିବାକୁ ମିଳିଛି। ଅନ୍ୟ ଏକ ଚାଟ୍‌ରେ ଆର୍ଯ୍ୟନ୍‌ ‘ଏନ୍‌ସିବି’ ନାଁ ନେଇ ନିଜ ସାଙ୍ଗମାନଙ୍କୁ ଧମକାଉଥିବା ମଧ୍ୟ ନଜର ଆସିଛି।

ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ ହ୍ୱାଟସଆପ୍‌ ଚାଟ୍‌ରେ ଆର୍ଯ୍ୟନ୍‌ ଖାନ୍‌ ଅଚିତ କୁମାରଙ୍କ ସହ ବିପୁଳ ପରିମାଣର ଡ୍ରଗ୍ସ କିଣିବା ପାଇଁ କଥାବାର୍ତ୍ତା କରିଛନ୍ତି। ଅଚିତଙ୍କ ଠାରୁ ୮୦ ହଜାର ଟଙ୍କାର ଡ୍ରଗ୍ସ(weed) ମଗାଇଥିଲେ ଆର୍ଯ୍ୟନ୍ ଖାନ୍।

ଆର୍ଯ୍ୟନ୍‌ ଫୋନ୍‌ରେ ଜୁଲାଇ ୨୦୧୯ରେ ପ୍ରଥମ ହ୍ୱାଟସ ଚାଟ୍‌ ମେସେଜ ରହିଛି। ଏହି ହ୍ୱାଟସଆପ୍‌ ଚାଟ୍‌ରେ ଅନନ୍ୟା ପାଣ୍ଡେ ଏବଂ ଆର୍ଯ୍ୟନ୍‌ ଖାନ୍‌ ଡ୍ରଗ୍ସ ଉପରେ ଚର୍ଚ୍ଚା କରିଛନ୍ତି। ଯାହାକୁ ଆର୍ଯ୍ୟନ୍‌ weed ବୋଲି କହିଛନ୍ତି। ଏହାର ଉତ୍ତରେ ଅନନ୍ୟା କହିଛନ୍ତି, ଏହି ଡ୍ରଗ୍ସରେ ଅଧିକ ଡିମାଣ୍ଡ ରହିଛି। ଏଥିସହ ଅନନ୍ୟା ଡ୍ରଗ୍ସକୁ ନେଇ ‘ମୁଁ ଏବେ ବିଜ୍‌ନେସ୍‌’ କରୁଥିବା କହିଛନ୍ତି।

ଅନ୍ୟ ଦୁଇ ଜଣଙ୍କ ସହ ଡ୍ରଗ୍ସ ଉପରେ ଏକ ଗ୍ରୁପ୍ ଚାଟ୍ ମଧ୍ୟ ଆର୍ଯ୍ୟନ୍ ଖାନଙ୍କ ଫୋନରୁ ମିଳିଥିବା ହ୍ୱାଟସଆପ୍ ତଥ୍ୟରେ ସାମ୍ନାକୁ ଆସିଛି। ଏନସିବିରେ ଆର୍ଯ୍ୟନ୍ ଖାନଙ୍କର ସେହି ସମସ୍ତ ଚାଟ୍ ଅଛି, ଯେଉଁଥିରେ ଅନନ୍ୟା ପାଣ୍ଡେଙ୍କ ବ୍ୟତୀତ ଅନ୍ୟ ତିନିଜଣ ସେଲିବ୍ରିଟି ପିଲାଙ୍କ ସହ ମଧ୍ୟ ଡ୍ରଗ୍ସ ବିଷୟରେ କଥା ହୋଇଛନ୍ତି। ଏବେ ଏହି ତିନି ଜଣ ଷ୍ଟାର କିଡ୍‌ ମଧ୍ୟ ଏନ୍‌ସିବି ସ୍କାନରରେ ଅଛନ୍ତି।

ଏହି ଚାଟ୍ ଆଧାରରେ ଏନସିବି ବର୍ତ୍ତମାନ ଆର୍ଯ୍ୟନ୍ ଏବଂ ଅନନ୍ୟାଙ୍କୁ ପଚରାଉଚରା କରୁଛି। ଆର୍ଯ୍ୟନ୍ ଖାନ୍ ବର୍ତ୍ତମାନ ଆର୍ଥର ରୋଡ୍ ଜେଲ୍‌ରେ ରହିଥିବାବେଳେ ଏନସିବି ଅନନ୍ୟା ପାଣ୍ଡେଙ୍କଠାରୁ ଦୁଇ ରାଉଣ୍ଡ ପଚରାଉଚରା କରିସାରିଲାଣି। ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ବଷ୍ଟ ମାମଲାରେ ଏନସିବି ଏହି ହ୍ୱାଟସଆପ୍‌ ଚାଟ୍‌ଗୁଡିକୁ ପ୍ରମାଣ ଭାବରେ ରଖିଛି।

The post ହ୍ୱାଟସଆପ୍‌ ଚାଟ୍‌ରୁ ନୂଆ ଖୁଲାସା, ୮୦,୦୦୦ ଟଙ୍କାର ମଗାଇଥିଲେ ଡ୍ରଗ୍ସ appeared first on Odisha Reporter.



from Odisha Reporter https://ift.tt/3GxiyBk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages