ଆସିଲା ରାୟ, ୩୭୮ ଜଣ ଓଏଏସ୍‌ ଆଶ୍ୱସ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 26, 2021

ଆସିଲା ରାୟ, ୩୭୮ ଜଣ ଓଏଏସ୍‌ ଆଶ୍ୱସ୍ତ

କଟକ (ଓଡ଼ିଶା ରିପୋର୍ଟର): ଆଶ୍ୱସ୍ତି ପାଇଛନ୍ତି ରାଜ୍ୟର ୩୭୮ ଜଣ ଓଏଏସ୍। ସେମାନଙ୍କ ନିଯୁକ୍ତିକୁ ବୈଧ ଘୋଷଣା କରିଛନ୍ତି ହାଇକୋର୍ଟ।

୨୦୦୬ ମସିହାରେ ଏହି ୩୭୮ ଜଣ ଓଏଏସ୍‌ ଭାବେ ନିଯୁକ୍ତି ପାଇଥିଲେ। ତେବେ ସେମାନଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ କରିଥିଲେ ଚୂଡ଼ାନ୍ତ ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରି ନଥିବା କିଛି ପ୍ରାର୍ଥୀ।

ଏହି ପ୍ରାର୍ଥୀମାନଙ୍କ ଆବେଦନ ଉପରେ ବିଚାର କରି ସ୍ୟାଟ୍‌ ସମସ୍ତ ୩୭୮ ଜଣ ଯାକ ଓଏଏସ୍‌ ଅଧିକାରୀଙ୍କ ନିଯୁକ୍ତିକୁ ରଦ୍ଦ କରି ଦେଇଥିଲେ। ସ୍ୟାଟ୍‌ଙ୍କ ଏହି ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା।

ହାଇକୋର୍ଟ ପ୍ରଥମେ ସ୍ୟାଟ୍‌ଙ୍କ ନିର୍ଦ୍ଦେଶ ଉପରେ ରହିତାଦେଶ ଲଗାଇଥିଲେ। ଆଉ ଆଜି ମାମଲାର ଚୂଡ଼ାନ୍ତ ଶୁଣାଣି କରି ଏହି ୩୭୮ ଜଣ ଓଏଏସ୍‌ଙ୍କ ନିଯୁକ୍ତିକୁ ବୈଧ ଘୋଷଣା କରିଛନ୍ତି। ସ୍ୟାଟ୍‌ଙ୍କ ନିର୍ଦ୍ଦେଶକୁ ରଦ୍ଦ କରି କୋର୍ଟ ସେମାନଙ୍କ ନିଯୁକ୍ତିକୁ ବୈଧ ଘୋଷଣା କରିଛନ୍ତି।

The post ଆସିଲା ରାୟ, ୩୭୮ ଜଣ ଓଏଏସ୍‌ ଆଶ୍ୱସ୍ତ appeared first on Odisha Reporter.



from Odisha Reporter https://ift.tt/3mfWO4G

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages