ବଢ଼ୁଛି ଚନ୍ନି-ସିଦ୍ଧୁ ଫାଟ; କଂଗ୍ରେସ ଭୋଟ୍ ଉପରେ ଆଖି ପକାଇଛନ୍ତି ବିରୋଧୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 20, 2021

ବଢ଼ୁଛି ଚନ୍ନି-ସିଦ୍ଧୁ ଫାଟ; କଂଗ୍ରେସ ଭୋଟ୍ ଉପରେ ଆଖି ପକାଇଛନ୍ତି ବିରୋଧୀ

ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଓ ରାଜ୍ୟ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ଦେଖାଯାଇଥିବା ଫାଟ ଧୀରେ ଧୀରେ ବଢୁଛି। ଦୁହିଁଙ୍କ ମଧ୍ୟରେ ଉତ୍ତମ ବୁଝାମଣା ପାଇଁ ଦଳର କେନ୍ଦ୍ରୀୟ ନେତୃବୃନ୍ଦଙ୍କ ସମସ୍ତ ପଦକ୍ଷେପ ବିଫଳ ହୋଇଛି। ଫଳରେ ଆଗକୁ ବିଧାନସଭା ନିର୍ବାଚନ ଥିବା ବେଳେ ଏହାର ଫାଇଦା ନେବା ପାଇଁ ଚାହୁଁଛନ୍ତି ବିରୋଧୀ ଦଳ ଗୁଡ଼ିକ।

ଶିରୋମଣି ଅକାଳି ଦଳ ନେତା ଦଲଜିତ୍ ଚୀମା କହିଛନ୍ତି, କଂଗ୍ରେସରେ ଚାଲିଥିବା କନ୍ଦଳ ଏହା ପ୍ରମାଣିତ କରି ଦେଉଛି ଯେ ଗତ ୪.୫ ବର୍ଷରେ ସରକାର କିଛି କରି ନାହାନ୍ତି। ପ୍ରଥମ ଦିନରୁ କଂଗ୍ରେସ ନେତାଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ଚୌକି ପାଇଁ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି। ନବଜୋତ ସିଂହ ସିଦ୍ଧୁ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି। କିନ୍ତୁ ଦଳର କୌଣସି ନେତା ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି। ସେଥିପାଇଁ ପ୍ରଥମେ ସୁଖଜିନ୍ଦର ସିଂହ ରାନ୍ଧୱା ଓ ସୁନୀଲ ଜାଖରଙ୍କ ନାଁ ସାମ୍ନାକୁ ଆସିଥିଲା। ତା’ପରେ ନବଜୋତ ସିଂହ ସିଦ୍ଧୁଙ୍କ ନାଁ ଆସିଥିଲା। ହେଲେ ଶେଷରେ ଚରଣଜିତ୍ ସିଂହ ଚନ୍ନି ମୁଖ୍ୟମନ୍ତ୍ରୀ ହୋଇଥିଲେ।

ସେ କହିଛନ୍ତି, ଚନ୍ନି ମୁଖ୍ୟମନ୍ତ୍ରୀ ହେବା ପରେ ସିଦ୍ଧୁ ଗୋଟିଏ ଦିନ ବି ହସି ନାହାନ୍ତି। କାରଣ ସେ ଯେକୌଣସି ମତେ ମୁଖ୍ୟମନ୍ତ୍ରୀ ହେବା ପାଇଁ ଚାହୁଁଥିଲେ। ପଞ୍ଜାବବାସୀଙ୍କର କ’ଣ ସମସ୍ୟା ଅଛି, ସେଥିପ୍ରତି ସେମାନଙ୍କର ଦୃଷ୍ଟି ବା ଚିନ୍ତା ନାହିଁ। ସେଥିପାଇଁ ସେମାନଙ୍କ ପାଖରେ ସମୟ ବି ନାହିଁ। ଏବେ ପଞ୍ଜାବବାସୀ ଅପେକ୍ଷା କରିଛନ୍ତି ନିର୍ବାଚନକୁ। କଂଗ୍ରେସ ନେତାଙ୍କୁ ଏଥର ସେମାନେ ଶିକ୍ଷା ଦେବେ।

ଶିରୋମଣି ଅକାଳି ଦଳ ଭଳି ବିଜେପି ମଧ୍ୟ ଆସନ୍ତା ବିଧାନସଭା ନିର୍ବାଚନରେ କଂଗ୍ରେସର ଅନ୍ତଃକନ୍ଦଳରୁ ଫାଇଦା ଉଠାଇବାକୁ ଚାହୁଁଛି। ଦଳର ବରିଷ୍ଠ ନେତା ବିନୀତ ଯୋଶୀ କହିଛନ୍ତି ଯେ ନବଜୋତ ସିଂହ ସିଦ୍ଧୁ ଯେଉଁ ପ୍ରସଙ୍ଗ ସବୁ ଉଠାଉଛନ୍ତି, ସେଗୁଡ଼ିକର ଯଥାର୍ଥତା ରହିଛି। କିନ୍ତୁ ସେ କେବଳ ମୁଖ୍ୟମନ୍ତ୍ରୀ ପଦ ପାଇଁ ଲଢ଼େଇ କରୁଛନ୍ତି। କେବଳ ମୁଖ୍ୟମନ୍ତ୍ରୀ ପଦ ପାଇଁ ସେ ସେହି ସବୁ ପ୍ରସଙ୍ଗ ଉଠାଉଛନ୍ତି। କଂଗ୍ରେସ ଏଥର କ୍ଷତି ସହିବ। କାରଣ ତାଙ୍କର ରାଜ୍ୟ ମୁଖ୍ୟ ନିଜେ ଅନେକ ସମସ୍ୟା କଥା ଉଠାଇଛନ୍ତି।

ସେହିଭଳି ଆପ୍‌ ମଧ୍ୟ କଂଗ୍ରେସ ଦଳ ମଧ୍ୟରେ ଚାଲିଥିବା ବିବାଦରୁ ନିର୍ବାଚନୀ ଫାଇଦା ଉଠାଇବାକୁ ଯୋଜନା କରୁଛି। ଆପ୍ ନେତା ରାଘବ ଚଢ଼ା କହିଛନ୍ତି ଯେ କଂଗ୍ରେସ ନେତା ମାନେ ଆଦୌ ପଞ୍ଜାବ କଥା ଭାବୁ ନାହାନ୍ତି। ସେମାନେ ପଞ୍ଜାବବାସୀଙ୍କ ପାଇଁ ଆଦୌ ଚିନ୍ତିତ ନୁହଁନ୍ତି। କଂଗ୍ରେସ ନେତାଏ ନିଜ ନିଜ ମଧ୍ୟରେ ଲଢ଼େଇ ଜାରି ରଖିଥିବା ବେଳେ ସେଥିପାଇଁ ରାଜ୍ୟବାସୀ କ୍ଷତି ସହୁଛନ୍ତି। ଗତଥର ଏଠାରେ କଂଗ୍ରେସ ୧୫୦ ପୃଷ୍ଠାର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଥିଲା। କିନ୍ତୁ ସେଥିରୁ ଗୋଟିଏ ପୃଷ୍ଠାର ବି କାମ କରି ନାହିଁ।

କଂଗ୍ରେସର କେନ୍ଦ୍ରୀୟ ନେତୃବୃନ୍ଦ ମଧ୍ୟ ଆଶଙ୍କା କରୁଛନ୍ତି ଯେ ଦଳ ଭିତରେ ଏମିତି କନ୍ଦଳ ଚାଲିଲେ ତାହା ଭୋଟରଙ୍କ ନିକଟରେ ଏକ ଭୁଲ୍ ବାର୍ତ୍ତା ପହଞ୍ଚାଇବ। ତେଣୁ ୨୦୧୭ରେ ସେମାନେ ଯେଉଁ ବିଶ୍ୱାସ ରଖି ଦଳକୁ ଭୋଟ୍ ଦେଇଥିଲେ, ତା’ର ପୁନରାବୃତ୍ତି ୨୦୨୨ରେ ହୋଇ ନପାରେ। ତଥାପି ଏଯାଏ ସେମାନେ ରାଜ୍ୟରେ ଦଳ ଭିତରେ ଏକତା ଆଣିବାରେ ବିଫଳ ହୋଇଛନ୍ତି।

The post ବଢ଼ୁଛି ଚନ୍ନି-ସିଦ୍ଧୁ ଫାଟ; କଂଗ୍ରେସ ଭୋଟ୍ ଉପରେ ଆଖି ପକାଇଛନ୍ତି ବିରୋଧୀ appeared first on Odisha Reporter.



from Odisha Reporter https://ift.tt/3G4dYKt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages