ଶାହରୁଖ @56, ‘ମନ୍ନତ’ ବାହାରେ ପ୍ରବଳ ଭିଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 1, 2021

ଶାହରୁଖ @56, ‘ମନ୍ନତ’ ବାହାରେ ପ୍ରବଳ ଭିଡ

ମୁମ୍ବାଇ: ଆଜି ବଲିଉଡର ବାଦଶାହ ଶାହରୁଖ ଖାନ୍‌ଙ୍କ ଜନ୍ମଦିନ। ସେ ୫୬ ବର୍ଷରେ ପାଦ ରଖିଛନ୍ତି।  କିଙ୍ଗଖାନ୍‌ଙ୍କ ଜନ୍ମ ଦିନକୁ ପ୍ରତିବର୍ଷ ଏକ ନିଆରା ଅନ୍ଦାଜରେ ତାଙ୍କ ଫ୍ୟାନ୍‌ମାନେ ପାଳନ କରନ୍ତି। ଚଳିତ ବର୍ଷ ମଧ୍ୟ ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛି। ଗତକାଲି ରାତିରୁ ତାଙ୍କ ଘର ମନ୍ନତ ବାହାରେ ଫ୍ୟାନ୍‌ଙ୍କ ପ୍ରବଳ ଭିଡ ଜମିଛି। ଶାହରୁଖଙ୍କ ଗୋଟିଏ ଝଲକ ପାଇବା ପାଇଁ ଫ୍ୟାନ୍‌ମାନେ ଡେରା ପକାଇଛନ୍ତି।

ଶାହରୁଖ ମଧ୍ୟ ନିଜ ଫ୍ୟାନ୍‌ମାନଙ୍କୁ ନିରାଶ କରନ୍ତି ନାହିଁ। ସେ ନିଜର ପ୍ରତ୍ୟେକ ଜନ୍ମଦିନ ଅବସରରେ ଘରୁ ବାହାରକୁ ଆସି ଫ୍ୟାନ୍‌ମାନଙ୍କୁ ଦେଖାଦିଅନ୍ତି। ଏଥିସହ ପ୍ରଶଂସକମାନଙ୍କୁ ଅଭିବାଦନ ଜଣାନ୍ତି ଏବଂ ସେମାନଙ୍କ ଭଲପାଇବା ପାଇଁ ତାଙ୍କୁ ଧନ୍ୟବାଦ ଦିଅନ୍ତି।

ସେପଟେ ପୁଅ ଆର୍ଯ୍ୟନ୍‌ ଡ୍ରଗ୍ସ କେସ୍‌ରେ ଜେଲ୍‌ରୁ ମୁକୁଳିବା ପରେ ଶାହରୁଖଙ୍କ ଘରେ ପ୍ରଥମ ଥର ପାଇଁ ଆଜି ଉତ୍ସବ ପାଳନ ହେଉଛି। ‘ମନ୍ନତ’କୁ ପୂରା ନବବଧୂ ଭଳି ସଜାଇ ଦିଆଯାଇଛି। ଗୋଟିଏ ପଟେ ପୁଅ ଜେଲରୁ ମୁକୁଳିବା ଏବଂ ଅନ୍ୟପଟେ ଜନ୍ମଦିନ, ଶାହରୁଖଙ୍କ ଖୁସିକୁ ଦ୍ୱିଗୁଣିତ କରିଦେଇଛି।

ରଙ୍ଗ ବେରଙ୍ଗର ଲାଇଟ୍‌ ଆଲୁଅରେ ଝଲସୁଛି କିଙ୍ଗ ଖାନ୍‌ଙ୍କ ଘର। ସେପଟେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଶାହରୁଖ ଖାନଙ୍କ ପ୍ରଶଂସକମାନେ ତାଙ୍କ ବଙ୍ଗଳା ବାହାରେ ଭିଡ ଜମାଇଥିବା ନଜର ଆସିଛନ୍ତି। ସେପଟେ ସୋଶାଲ ମିଡିଆରେ ଅନେକ ବି-ଟାଉନ୍‌ର ସେଲେବ୍ରିଟି ଶାହରୁଖଙ୍କୁ ତାଙ୍କ ଜନ୍ମ ଦିନ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି।

ନଭେମ୍ବର ୨ ତାରିଖ ୨୯୬୫ ମସିହାରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ବଲିଉଡର କିଙ୍ଗଖାନ ଶାହରୁଖ। ସେ ବି-ଟାଉନ୍‌ଙ୍କୁ ଅନେକ ସୁପର-ଡୁପର ହିଟ୍‌ ଫିଲ୍ମ ଦେଇଛନ୍ତି। ‘ବାଜିଗର’ ଫିଲ୍ମ ଠାରୁ ଆରମ୍ଭ କରି ଦିଲବାଲେ ଦୁଲହନିଆ ଲେ ଜାଏଙ୍ଗେ, ମେ ହୁଁ ଡନ୍‌, ଡର୍‌, ଏବଂ ଓମ୍‌ ଶାନ୍ତ ଓମ୍‌ ଭଳି ଅନେକ ଫିଲ୍ମରେ କାମ କରି ଶାହରୁଖଙ୍କ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

 

View this post on Instagram

 

A post shared by Viral Bhayani (@viralbhayani)

 

View this post on Instagram

 

A post shared by Viral Bhayani (@viralbhayani)

The post ଶାହରୁଖ @56, ‘ମନ୍ନତ’ ବାହାରେ ପ୍ରବଳ ଭିଡ appeared first on Odisha Reporter.



from Odisha Reporter https://ift.tt/3nSHXg4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages