ରାଲିରେ ମହିଳାଙ୍କ ମୃତ୍ୟୁ ପରେ ବିଜେପି ଓ ବିଜେଡି ମୁହାଁମୁହିଁ, ଥାନାରେ ମାମଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 2, 2021

ରାଲିରେ ମହିଳାଙ୍କ ମୃତ୍ୟୁ ପରେ ବିଜେପି ଓ ବିଜେଡି ମୁହାଁମୁହିଁ, ଥାନାରେ ମାମଲା

ଅନୁଗୋଳ (ବିରଜା ପ୍ରସାଦ ଦାସ): ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡି ପକ୍ଷରୁ ସୋମବାର ଅନୁଗୋଳରେ ଆୟୋଜିତ ରାଲିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିବା ପରେ ବିଜେପି ମହିଳା ମୋର୍ଚ୍ଚା ଓ ବିଜୁ ଯୁବ ବାହିନୀ ସଦସ୍ୟ ମୁହାଁମୁହିଁ ହୋଇଥିଲେ। ଉଭୟେ ପରସ୍ପର ବିରୋଧରେ ଆକ୍ରମଣର ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଉଭୟଙ୍କ ପକ୍ଷରୁ ପରସ୍ପର ବିରୋଧରେ ମାମଲା ରୁଜୁ କରାଯାଇଛି।

ମୃତ ମହିଳାଙ୍କ ନାଁ ବନିତା ସାହୁ। ତାଙ୍କୁ ୬୦ ବର୍ଷ ହୋଇଥିଲା। ସେ ବିଜେଡି ଦ୍ୱାରା ଆୟୋଜିତ ରାଲିରେ ସାମିଲ ହୋଇଥିବା ବେଳେ ଡେଲି ମାର୍କେଟ ନିକଟରେ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

ବନିତା ରାଧାରମଣ ପଡ଼ାରେ ବାସିନ୍ଦା ଥିଲେ। ତାଙ୍କ ଘର ପାଖରେ ରହନ୍ତି ବିଜେପି ମହିଳା ମୋର୍ଚ୍ଚା ନେତ୍ରୀ ମଞ୍ଜୁ ସାହୁ। ତେଣୁ ବନିତାଙ୍କର ଶେଷ ଦର୍ଶନ କରିବା ସହିତ ତାଙ୍କ ସମ୍ପର୍କୀୟଙ୍କୁ ସମବେଦନା ଜଣାଇବା ପାଇଁ ମଞ୍ଜୁ ହସ୍ପିଟାଲରେ ପହଞ୍ଚିଥିଲେ। ତେବେ ସେଠାରେ ଉପସ୍ଥିତ ଥିବା ରାଧାରମଣ ପଡ଼ା ଅଞ୍ଚଳର ବିଜୁ ଯୁବ ବାହିନୀ ସଦସ୍ୟ ଅବିନାଶ ପରିଡ଼ା ତାଙ୍କୁ ଅସଭ୍ୟ ଭାଷାର ଗାଳି ଗୁଲଜ କରିବା ସହ ତାଙ୍କୁ ଗୋଇଠା ମାରି ତଳେ ପକାଇ ଦେଇଥିବା ଅଭିଯୋଗ ହୋଇଛି। ଏହାସହ  ତାଙ୍କ ମୋବାଇଲକୁ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏ ନେଇ ମଞ୍ଜୁ ଅନୁଗୋଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ବିଜେଡି ପକ୍ଷରୁ ଥାନାରେ ମଞ୍ଜୁଙ୍କ ବିରୋଧରେ ପାଲଟା ଅଭିଯୋଗ କରାଯାଇଛି। ବିଜୁ ଯୁବ ବାହିନୀ ସଦସ୍ୟ ଅବିନାଶ ପରିଡ଼ାଙ୍କୁ  ବିଜେପି ମହିଳା ମୋର୍ଚ୍ଚା କର୍ମୀମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସେମାନେ ଟଣାଓଟରା କରି ଅବିନାଶଙ୍କ ଶାର୍ଟ ଚିରି ଦେଇଥିବା ଅଭିଯୋଗ ହୋଇଛି।

ଅନୁଗୋଳ ଜିଲ୍ଲା ବିଜେପି ସଭାପତି ଦିଲେଶ୍ୱର ପ୍ରଧାନ କହିଛନ୍ତି, ଏହି ଏକ ଦୁର୍ଭାଗ୍ୟଜନକ ଘଟଣା । ପୁଲିସ ଉପସ୍ଥିତିରେ ବିଜେପି ମହିଳା ମୋର୍ଚ୍ଚା ନେତ୍ରୀଙ୍କୁ ମାଡ଼ ମରାଯାଇଛି। ଘଟଣାର ତଦନ୍ତ କରାଯାଇ ଅଭିଯୁକ୍ତକୁ ଗିରଫ କରାଯାଉ ବୋଲି ଆମେ ଦାବି କରୁଛୁ।

ବିଜୁ ଯୁବ ଜନତା ଦଳର  ରାଜ୍ୟ ଉପସଭାପତି ସୁଜିତ ପ୍ରସାଦ ଦ୍ୱିବେଦୀ  କହିଛନ୍ତି,  ଯେଉଁ ପିଲାମାନେ ଡାକ୍ତରଖାନେରେ ଥିଲେ, ସେମାନେ ସ୍ୱେଚ୍ଛାସେବୀ। ସେମାନେ ବସ୍ତି ଲୋକଙ୍କର ସାହାଯ୍ୟ କରିଥା’ନ୍ତି। ସେମାନେ ସାହାଯ୍ୟ ସହଯୋଗ କରିବାକୁ ଆସିଥିଲେ। ମୃତ ମହିଳାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ନେଲା ବେଳେ ବିଜେପି କର୍ମୀମାନେ ଡାକ୍ତରଖାନାରେ ପହଞ୍ଚି ବିକ୍ଷୋଭ କରିଥିଲେ। ତା’ସହିତ ସେମାନେ ଭିଡିଓ ରେର୍କଡିଂ କରିଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏ ଘଟଣାଟିକୁ ନେଇ ରାଜନୀତିକରଣ କରାଯାଉଛି।

 

 

The post ରାଲିରେ ମହିଳାଙ୍କ ମୃତ୍ୟୁ ପରେ ବିଜେପି ଓ ବିଜେଡି ମୁହାଁମୁହିଁ, ଥାନାରେ ମାମଲା appeared first on Odisha Reporter.



from Odisha Reporter https://ift.tt/3nJt27Y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages