ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳର ମହାବୀର ରୋଡ୍ ଫାଣ୍ଡି ଅଧିକାରୀ ସମରେନ୍ଦ୍ର ସାମଲଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଆଜି ସକାଳେ ସମରେନ୍ଦ୍ରଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି।
ତିନି ଜଣ ଡିଏସପିଙ୍କ ତତ୍ତ୍ୱାବଧାନରେ ଭିଜିଲାନ୍ସ ବିଭାଗର ୭ଟି ଟିମ୍ ଏହି ଚଢ଼ାଉ କରିଛି। ଢେଙ୍କାନାଳ ଓ କଟକ ଭିଜିଲାନ୍ସ ବିଭାଗ କର୍ମଚାରୀ ମିଳିତ ଭାବେ ଏହି ଚଢ଼ାଉ କରିଛନ୍ତି।
ସମରେନ୍ଦ୍ରଙ୍କ ସରକାରୀ ବାସଭବନରେ ଦୁଇଟି ଟିମ୍ ଚଢ଼ାଉ କରିଥିବା ବେଳେ ମହାବୀର ରୋଡ୍ରେ ଥିବା ଫାଣ୍ଡି ଅଫିସ, କାମାକ୍ଷାନଗରର କାନପୁରା ସ୍ଥିତ ଶ୍ୱଶୁର ଘର, ଗଁଦିଆ ଥାନା ଅନ୍ତର୍ଗତ କେନ୍ଦୁପଡ଼ାରେ ଥିବା ଫାର୍ମ ହାଉସ ଓ ଢେଙ୍କାନାଳରେ ଥିବା ଏକ ଦୁଇ ମହଲା କୋଠାରେ ଭିଜିଲାନ୍ସ ଚଢ଼ାଉ କରିଛି।
ଚଢ଼ାଉ ବେଳେ ୩୦୦ ଗ୍ରାମ ସୁନା ଓ ନଗଦ ଏକ ଲକ୍ଷ ଟଙ୍କା ଜବତ କରାଯାଇଛି। ଏବେ ରେଡ୍ ଚାଲିଥିବା ଯୋଗୁ ତାଙ୍କର ସମ୍ପତ୍ତି ସଂପର୍କରେ ପୂରା ତଥ୍ୟ ଆସିନାହିଁ।
ସୂଚନାଯୋଗ୍ୟ, ପୂର୍ବରୁ ସମରେନ୍ଦ୍ର ଢେଙ୍କାନାଳ ଟାଉନ୍ ଥାନା, ଗୋବିନ୍ଦପୁର ଫାଣ୍ଡି, ଖୁଣ୍ଟୁଣୀ ଓ କାମାକ୍ଷାନଗରରେ ସବ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରିଥିଲେ।
The post ମହାବୀର ରୋଡ୍ ଫାଣ୍ଡି ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ appeared first on Odisha Reporter.
from Odisha Reporter https://ift.tt/2ZUszb0
No comments:
Post a Comment