‘ ୬୨ ବର୍ଷ ହେଲା ଏହି ସହରରେ ଅଛି, କାହାର ଆଙ୍ଗୁଠି ଦେଖାଇବାର ସାହସ ନାହିଁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 1, 2021

‘ ୬୨ ବର୍ଷ ହେଲା ଏହି ସହରରେ ଅଛି, କାହାର ଆଙ୍ଗୁଠି ଦେଖାଇବାର ସାହସ ନାହିଁ’

ମୁମ୍ବାଇ: “ମୁଁ ମୋ ଜୀବନର ୬୨ ବର୍ଷ ଏହି ସହରରେ କାଟିଛି।  ମୋ ଉପରକୁ ଆଙ୍ଗୁଠି ଦେଖାଇ  ଅଭିଯୋଗ ଆଣିବାର ସାହସ କାହାର ନାହିଁ।”    ନବାବ ମଲିକଙ୍କ ଅଣ୍ଡରୱାର୍ଲ୍ଡ ସହିତ ଲିଙ୍କ ଅଛି। ଯାହାର ପ୍ରମାଣ ସେ ଦୀପାବଳି ପରେ ଗଣମାଧ୍ୟମ ଏବଂ ଏନସିପି ସଭାପତି ଶରଦ ପାୱାରଙ୍କୁ ଦେବେ ବୋଲି ଗତକାଲି  ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଅଭିଯୋଗ ଆଣିଥିବା ବେଳେ ଆଜି ଏପରି ଭାବେ ଗର୍ଜି ନିଜ ସଫେଇ ଦେଇଛନ୍ତି ନବାବ ମଲିକ ।

ସୂଚନାଯୋଗ୍ୟ, ମୁମ୍ବାଇ ଡ୍ରଗ୍ସ ମାମଲାକୁ ନେଇ ତେଜୁଛି ରାଜନୀତି। ଏନ୍‌ସିପି ନେତା ନୱାବ ମଲିକ ଓ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଭଭୟଙ୍କ ମଧ୍ୟରେ ଚାଲିଥିବା ତୁ ତୁ ମେଁ ମେଁ ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଛି । କେହି କାହାକୁ ଛାଡ଼ିବା ମୁଡରେ ନାହାନ୍ତି। ଜଣଙ୍କ ଅଭିଯୋଗ ଉପରେ ଆଉ ଜଣେ ଆଣୁଛନ୍ତି ସାଘାଂତିକ ପାଲଟା ଆକ୍ରମଣ ।

ନବାବ ମଲିକଙ୍କ ଅଣ୍ଡରୱାର୍ଲ୍ଡ ସହିତ ଲିଙ୍କ ଅଛି। ଯାହାର ପ୍ରମାଣ ସେ ଦୀପାବଳି ପରେ  ଦେବେ। ତେଣୁ ଦୀପାବଳି ପରେ ବୋମା ଫୁଟିବ ବୋଲି ଗତକାଲି କହିଥିଲେ ଫଡନାଭିସ୍‌। ଏନେଇ ଆଜି ମୁହଁ ଖୋଲିଛନ୍ତି ନବାବ ମଲିକ।

ଏଥିସହ ନବାବ ମଲିକ କହିଛନ୍ତି, ଯେବେଠୁ ସମୀର ୱାଙ୍ଖଡେ ଏନସିବିକୁ ଆସିଛନ୍ତି, ସେ ନିଜର ଏକ ଆର୍ମୀ ତିଆରି କରି ଦେଇଛନ୍ତି, ଯିଏ କି ସହରରେ ଡ୍ରଗ୍ସ ବେପାର ଚଳାଇଛି। ସେଥିମଧ୍ୟରୁ ଛୋଟ ଛୋଟ ମାମଲା ବାହାରକୁ ଆସୁଥିବା ବେଳେ ଲୋକଙ୍କୁ ଫସାଇ ଟଙ୍କା ଆଦାୟ କରାଯାଉଛି। ୱାଙ୍ଖଡେଙ୍କ ଜରିଆରେ ହଜାର ହଜାର କୋଟି ଟଙ୍କା ଆଦାୟ କରାଯାଉଛି।

ନବାବ ମଲିକଙ୍କ ଜ୍ୱାଇଁ ବି ପୂର୍ବରୁ ଡ୍ରଗ୍ସ କେସ୍‌ରେ ଧରା ପଡ଼ିଥିବା ବେଳେ ଏହି ରାଗ ସେ ଏବେ ଶୁଝାଉଥିବା କହିଛନ୍ତି ଫଡନାବିଶ । ଏହି କାରଣରୁ ନବାବ ମଲିକ କ୍ରୁଜ ଡ୍ରଗ୍ସ କେସ୍‌ ଓ ସମୀର ୱାଙ୍ଖଡେଙ୍କୁ ଟାର୍ଗେଟ କରୁଥିବା ଫଡନାବିଶ କହିଛନ୍ତି। ଏହାଦ୍ୱାରା ସେ ନିଜ ଜ୍ୱାଇଁଙ୍କ ଉପରେ ଲାଗିଥିବା ଅଭିଯୋଗକୁ ହାଲକା କରିବାକୁ ଚାହୁଁଛନ୍ତି।

ଏହା ଉପରେ ନବାବ ମଲିକ କହିଛନ୍ତି, ଗତକାଲି ଫଡନାବିଶ କହିଥିଲେ, ଯେ ନବାବ ମଲିକଙ୍କ ଜ୍ୱାଇଁଙ୍କ ଘରୁ ଗଞ୍ଜେଇ ଜବତ ହୋଇଥିଲା। । ଫଡନାବିଶଜୀ ସମୀର ୱାଙ୍ଖଡେ ଆପଣଙ୍କର ଖୁବ୍‌ ନିକଟତର। ତାଙ୍କଠୁ ପଞ୍ଚନାମା ମାଗି ଦେଖି ଦିଅନ୍ତୁ। ନବାବ ମଲିକ ଜ୍ୱାଇଁ ଘରୁ କୌଣସି ଆପତ୍ତିଜନକ ଜିନିଷ ଜବତ ହୋଇନି।

ସୋମବାର ନୱାବ ମଲିକ ଟ୍ୱିଟ୍‌ କରି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଟାର୍ଗେଟ କରିଥିଲେ। ଡ୍ରଗ୍ସ ପେଡ୍‌ଲରଙ୍କ ସହ ତାଙ୍କ ସମ୍ପର୍କ ଥିବା ସେ ଅଭିଯୋଗ ଆଣିଛନ୍ତି। ଟ୍ୱିଟ କରି ନୱାବ ମଲିକ ଏକ ଫଟୋ ପୋଷ୍ଟ କରିଥିଲେ। ଏହି ଫଟୋରେ ଦେବେନ୍ଦ୍ର ଫଡନାଭିସ, ତାଙ୍କ ପତ୍ନୀ ଅମୃତା ଫଡନାଭିସ ଏବଂ ଡ୍ରଗ୍ସ କାରବାର ମାମଲାରେ ବର୍ତ୍ତମାନ ଜେଲ୍‌ରେ ଥିବା ଜୟଦୀପ ରାଣା ନଜର ଆସିଛନ୍ତି।

ନୱାବ ମଲିକଙ୍କ ଏହି ଅଭିଯୋଗ ପରେ ଫଡନାଭିସ ତାଙ୍କ ଉପରେ ପାଲଟା ଅଭିଯୋଗ ଆଣିଥିଲେ। ତାଙ୍କୁ ଜବାବ ଦେଇ ଫଡନାଭିସ୍ କହିଛନ୍ତି ଯେ ତାଙ୍କ ପତ୍ନୀ ଅମୃତା ଏବଂ ଡ୍ରଗ୍ ବେପାରୀ ଜୟଦୀପ ରାଣାଙ୍କ ସହ ଶେଆର କରାଯାଇଥିବା ଫଟୋ ୪ ବର୍ଷ ପୁରୁଣା। ୪ ବର୍ଷ ପରେ ଏବେ କାହିଁକି ଏହି ଫଟୋ କଥା ମନେ ପଡିଲା ବୋଲି ଫଡନାଭିସ ମଲିକଙ୍କୁ ପ୍ରଶ୍ନ ପଚାରିଥିଲେ। ଏଥିସହ ଜୟଦୀପ ରାଣାଙ୍କ ସହ ତାଙ୍କ ପରିବାରର କୌଣସି ସମ୍ପର୍କ ନାହିଁ ବୋଲି କହିଥିଲେ। ସୂଚନା ମୁତାବକ, ଜୟଦୀପ ରାଣା ହେଉଛନ୍ତି ସେହି ବ୍ୟକ୍ତି ଯାହାକୁ ଏନ୍‌ସିବି ଚଳିତ ବର୍ଷ ଡ୍ରଗ୍ସ କାରବାର ମାମଲାରେ ଗିରଫ କରିଥିଲା। ଏବେ ସେ ଜେଲ୍‌ରେ ଅଛନ୍ତି।

 

The post ‘ ୬୨ ବର୍ଷ ହେଲା ଏହି ସହରରେ ଅଛି, କାହାର ଆଙ୍ଗୁଠି ଦେଖାଇବାର ସାହସ ନାହିଁ’ appeared first on Odisha Reporter.



from Odisha Reporter https://ift.tt/3BCGpf1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages