ବିଟ୍‌କଏନ୍‌କୁ ମିଳିବନି ମୁଦ୍ରା ମାନ୍ୟତା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 29, 2021

ବିଟ୍‌କଏନ୍‌କୁ ମିଳିବନି ମୁଦ୍ରା ମାନ୍ୟତା!

ନୂଆଦିଲ୍ଲୀ: ବିଟ୍‌କଏନ୍‌କୁ ମିଳିବନି ମୁଦ୍ରା ମାନ୍ୟତା। ଦଶରେ କ୍ରିପ୍ଟୋକରେନ୍ସିକୁ ନେଇ ବଢ଼ୁଥିବା ସମସ୍ୟା ଭିତରେ ଏନେଇ ଆଜି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ବିଟ୍‌କଏନ୍‌କୁ ବୈଧ ରୂପେ କରେନ୍ସି ମାନ୍ୟତା ମିଳିବ ନାହିଁ ବୋଲି ଆଜି ସଂସଦର ଶୀତକାଳୀନ ଅଧିବେଶନରେ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ଲିଖିତ ଆକାରରେ ଜଣାଇଛନ୍ତି।

ଭାରତ ସରକାର ବିଟ୍‌କଏନ୍‌କୁ ସ୍ୱୀକୃତି ଦେବ ନାହିଁ। ବିଟ୍‌ କଏନ୍‌ ନେଣଦେଣ ନେଇ ସରକାର କୌଣସି ତଥ୍ୟ ସଂଗ୍ରହ କରିନଥିବା ଆଜି ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରାଳୟ ପକ୍ଷରୁ ଲିଖିତ ଭାବେ ସୂଚନା ଦିଆଯାଇଛି।

ସୋମବାର ଶୀତକାଳୀନ ଅଧିବେଶନ ବେଳେ କର୍ଣ୍ଣାଟକର ସାଂସଦ ଡିକେ ସୁରେଶ ଏବଂ ସୁମଲତା ଅମ୍ବରିଶ ବିଟ୍‌ କଏସ୍‌ ସମ୍ପର୍କିତ ପ୍ରଶ୍ନ ସରକାରଙ୍କୁ ଲିଖିତ ଆକାରରେ ପଚାରିଥିଲେ। ବିଗତ ବର୍ଷଗୁଡ଼ିକରେ ଭାରତରେ ବିଟ୍ କଏନ୍ କାରବାର ଲୁଚାଛପରେ ବୃଦ୍ଧି ପାଉଛି। ଏନେଇ ସରକାର ଅବଗତ ଅଛନ୍ତି କି ନାହିଁ ବୋଲି ସାଂସଦମାନେ ପଚାରିଥିଲେ। ଯଦି ଏହା ହୁଏ, ଏହାର ସବିଶେଷ ତଥ୍ୟ ଏବଂ ଏ ବାବଦରେ ସରକାରଙ୍କ ପ୍ରତିକ୍ରିୟା ରଖନ୍ତୁ ବୋଲି କହିଥିଲେ। ଏଥିସହ ବିଟ କଏନକୁ ଦେଶରେ ମୁଦ୍ରା ଭାବରେ ସ୍ୱୀକୃତି ଦେବା ପାଇଁ ସରକାରଙ୍କ ପାଖରେ କୌଣସି ପ୍ରସ୍ତାବ ଅଛି କି ନାହିଁ ଏବଂ ଏହା ସହ ଜଡିତ ସବିଶେଷ ତଥ୍ୟ କ’ଣ ରହିଛି ବୋଲି ସାଂସଦମାନେ ପ୍ରଶ୍ନ କରିଥିଲେ।

ଏହାର ଉତ୍ତରରେ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଲିଖିତ ଭାବେ ଦର୍ଶାଯାଇଛି ଯେ, ସରକାର ବିଟକଏନ୍ କାରବାର ଉପରେ ତଥ୍ୟ ସଂଗ୍ରହ କରୁନାହାଁନ୍ତି। ଏଭଳି ପରିସ୍ଥିତିରେ ସରକାରଙ୍କ ପାଖରେ ଏସମ୍ବନ୍ଧରେ କୌଣସି ତଥ୍ୟ ନାହିଁ। ଏହା ବ୍ୟତୀତ ବିଟକଏନ୍‌କୁ ମୁଦ୍ରା ଭାବରେ ସ୍ୱୀକୃତି ଦେବା ନେଇ ସରକାରଙ୍କ ନିକଟକୁ କୌଣସି ପ୍ରସ୍ତାବ ଆସିନାହିଁ ବୋଲି ଅର୍ଥ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି।

The post ବିଟ୍‌କଏନ୍‌କୁ ମିଳିବନି ମୁଦ୍ରା ମାନ୍ୟତା! appeared first on Odisha Reporter.



from Odisha Reporter https://ift.tt/32BwSZP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages